News

ରାଜ୍ୟର ବୁଣାକାରଙ୍କୁ NABARD ଦେଇଛି 2.33 କୋଟି ଟଙ୍କା

ବୁଣାକାରଣଙ୍କୁ ନାବାର୍ଡ ପକ୍ଷରୁ ଯୋଗାଇ ଦିଆଯାଇଛି ଆର୍ଥିକ ସହାୟତା । ନାବାର୍ଡ ଆଜି ପର୍ଯ୍ୟନ୍ତ 1,450 ବୁଣାକାରଙ୍କୁ 2.33 କୋଟି ଟଙ୍କା ମଞ୍ଜୁର କରିଛି।

12 August, 2022 2:29 PM IST By: Shuvanshu Kar

ବିଭିନ୍ନ ରାଜ୍ୟର ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ସହିତ ବୁଣାକାର(weavers)ଙ୍କୁ ଅନେକ ସୁବିଧା ସହଯୋଗ ଯୋଗାଇ ଦେଉଛନ୍ତି ସରକାର । ଏହି ପ୍ରୟାସକୁ ଆଗେଇ ନେବାର ନିଜର ବହୁମୂଲ୍ୟ ଯୋଗଦାନ ଦେଉଛି ରାଷ୍ଟ୍ରୀୟ କୃଷି ଓ ଗ୍ରାମାଞ୍ଚଚଳ ବିକାଶ ବ୍ୟାଙ୍କ National Bank for Agriculture and Rural Development (NABARD)। ବୁଣାକାରଣଙ୍କୁ ନାବାର୍ଡ ପକ୍ଷରୁ ଯୋଗାଇ ଦିଆଯାଇଛି ଆର୍ଥିକ ସହାୟତା ।

ଗତ ରବିବାର ହସ୍ତତନ୍ତ ଦିବସ ଅବସରରେ ଚାଷୀ, ବୁଣାକାର, ଏନଜିଓ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ହସ୍ତତନ୍ତ, ବୟନ ମନ୍ତ୍ରୀ ରିତା ସାହୁ, ପିକେ ଜେନା, ଅର୍ଥ ସଚିବ ବିଶାଲ ଦେବ ଏବଂ CGM, NABARD ସି ଉଦୟ ଭାସ୍କର ଯୋଗଦେଇ ହସ୍ତତନ୍ତର ମହତ୍ବ ସମ୍ପର୍କରେ ଅନେକ କଥା କହିଥିଲେ ।

ରାଜ୍ୟର କଳା, ଐତିହ୍ୟ କ୍ଷେତ୍ରରେ ଅନେକ ସୁଯୋଗ ରହିଥିବା ନେଇ ଏ ଦିଗ ଉପରେ ସମସ୍ତ ଅତିଥି ଆଲୋକପାତ କରିଥିଲେ । ଅଫ୍ ଫାର୍ମ ସେକ୍ଟର ପାଇଁ ଅଫ୍ ଫାର୍ମ ଉତ୍ପାଦକ ସଂଗଠନ (OFPO) ଗଠନ ଏବଂ ବୁଣାକାରଙ୍କ ଦକ୍ଷତା ବିକାଶକୁ ନେଇ ମନ୍ତ୍ରୀ ନାବାର୍ଡକୁ ଧନ୍ୟବାଦ ଜଣାଇଥିଲେ ।

ବୁଣାକାରଙ୍କ ଉତ୍ପାଦର ମାର୍କେଟିଂରେ ସାହାଯ୍ୟ କରିବାକୁ ନାବାର୍ଡ ପ୍ରଦର୍ଶନୀକୁ ପ୍ରାୟୋଜିତ କରୁଛି ଏବଂ ହସ୍ତତନ୍ତ ଉତ୍ପାଦର ଉନ୍ନତ ମାର୍କେଟିଂ ପାଇଁ ଗ୍ରାମୀଣ ହାଟ ପ୍ରତିଷ୍ଠାକୁ ସମର୍ଥନ କରୁଥିବା ମନ୍ତ୍ରୀ ସାହୁ ସୂଚନା ଦେଇଥିଲେ ।

ଦେଶରେ ସର୍ବାଧିକ ସଂଖ୍ୟକ ଅଫ୍ ଫାର୍ମ ଉତ୍ପାଦକ ସଂଗଠନ ରହିଛି । ନାବାର୍ଡ ଆଜି ପର୍ଯ୍ୟନ୍ତ 1,450 ବୁଣାକାରଙ୍କୁ 2.33 କୋଟି ଟଙ୍କା ମଞ୍ଜୁର କରିଛି।

ସେପଟେ ଉନ୍ନୟନ କମିଶନ ପିକେ ଜେନା ସମସ୍ତ ହିତାଧିକାରୀଙ୍କୁ ରାଜ୍ୟ ତଥା ଗ୍ରାମାଞ୍ଚଳର ଅର୍ଥନୀତିରେ ମାର୍କେଟିଂ ଅଭାବ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆଗକୁ ଆସିବାକୁ ଅନୁରୋଧ କରିଥିଲେ ।

ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମରେ ଓଡିଶାକୁ ମିଳିଛି ୧୦୦୯.୮୩ ଲକ୍ଷ

ଦେଶରେ ପ୍ରତିଷ୍ଠା ହେବ 75 ଟେକ୍ସଟାଇଲ୍ ହବ୍, ମିଳିବ ଲକ୍ଷ ଲକ୍ଷ ନିଯୁକ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)