News

ଚାଷୀଙ୍କ ପାଇଁ ନାବାର୍ଡର ନୂଆ ପ୍ରୟାସ

ଓଡ଼ିଶାରେ ସର୍ବମୋଟ ୮୫ ବଡି ଯୋଜନା ଲାଗୁ କରାଯାଇଛି।

25 July, 2024 4:40 PM IST By: Tanushree Mahapatra

ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ତଥା ନାବାର୍ଡ ଚାଷୀଙ୍କ ପାଇଁ ନେଇଛି ଏକ ନୂଆ ନିଷ୍ପତ୍ତି l ଯାହା ଚାଷ ଓ ଚାଷୀଙ୍କ କ୍ଷେତ୍ରରେ ଆଣିବ ନୂଆ ପରିବର୍ତ୍ତନ l

ଓଡ଼ିଶା କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଜନଜାତୀୟ ବିକାଶ ନିଧି ବା ଟିଡିଏଫ୍ ବଡି ଯୋଜନା ଅଧୀନରେ କାର୍ବନ ପୃଥକୀକରଣ ମାଧ୍ୟମରେ ଅତିରିକ୍ତ ଆୟ କରିବା ଲାଗି କ୍ଷୁଦ୍ର ଚାଷୀଙ୍କ ନିମନ୍ତେ କାର୍ବନ୍ କ୍ରେଡିଟ୍ ଯୋଜନା ଆରମ୍ଭ କରିଛି । ଏଥିପାଇଁ ନାବାର୍ଡ ପକ୍ଷରୁ ନ୍ୟାବକନ୍‌ସ ଏବଂ ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକ ସହିତ ସହଯୋଗିତା ମଧ୍ୟ ସ୍ଥାପନ କରାଯାଇଛି ।

ନାବାର୍ଡ ପକ୍ଷରୁ ଓଡ଼ିଶାରେ ସର୍ବମୋଟ ୮୫ ବଡି ଯୋଜନା ଲାଗୁ କରାଯାଇଛି। ସେଥିରୁ ୨୫ଟି ଜିଲ୍ଲାରେ ୩୧ଟି ଯୋଜନା ପ୍ରଚଳନ କରାଯାଇଛି । ଆରମ୍ଭ କରାଯାଇଥିବା କାର୍ବନ୍ କ୍ରେଡିଟ୍ ଯୋଜାନରେ ବଲାଙ୍ଗୀର ଜିଲ୍ଲା ସହିତ ଗଜପତି, ନୂଆପଡ଼ା, କନ୍ଧମାଳ, କେନ୍ଦୁଝର,ସମ୍ବଲପୁର, ବୌଦ୍ଧ ଜିଲ୍ଲାର ଆମ୍ବ, କାଜୁ ଏବଂ ପିଜୁଳି କ୍ଷେତ୍ରର ବଡ଼ିଗୁଡ଼ିକୁ ସାମିଲ କରାଯିବ ବୋଲି କୁହାଯାଇଛି। ଏଥିପାଇଁ ଭୁବନେଶ୍ବରରେ ଏକ ଦକ୍ଷତା ଗଠନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।

ପ୍ରଚଳିତ ହୋଇଥିବା ଜିଲ୍ଲାରେ ଚାଷୀଙ୍କ ସଂଖ୍ୟା ଅଧିକ l ଏହି ସମସ୍ତ ଜିଲ୍ଲାରେ ଲୋକେ ଅଧିକାଂଶ ଅଞ୍ଚଳରେ ଚାଷକାମ କରିଥାନ୍ତି l ଏହି ଜିଲ୍ଲାମାନଙ୍କରେ ଚାଷୀ ବିଭିନ୍ନ ପ୍ରକାର ଫସଲ ଚାଷ କରୁଛନ୍ତି l ତେବେ ନାବାର୍ଡର ଏହିଭଳି ନିଷ୍ପତ୍ତି ଚାଷୀଙ୍କ କୃଷି ଭବିଷ୍ୟରେ ଆଣିବ ନୂତନ ଉନ୍ନତି l ଚାଷକାର୍ଯ୍ୟରେ ଆସିବ ବୈପ୍ଲବିକ ପରିବର୍ତ୍ତନ l ତେବେ ନାବାର୍ଡ ପୂର୍ବରୁ ମଧ୍ୟ ଚାଷୀଙ୍କ ପାଇଁ ଅନେକ ଯୋଜନା ପ୍ରଚଳିତ କରିବା ସହିତ ଋଣ ମଧ୍ୟ ପ୍ରଦାନ କରିଥାଏ l ଯାହା ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ପ୍ରଦାନ କରିଥାଏ l

ଅଧିକ ପଢ଼ନ୍ତୁ

E-SHRAM CARD: ଜାରି ହେଲା ପେମେଣ୍ଟ ଲିଷ୍ଟ ! ଆଜି ହିଁ ଚେକ କରନ୍ତୁ....

Bottle Gourd: ଲାଉ କମାଇବ ବ୍ଲଡ଼ ପ୍ରେସର !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)