News

ପ୍ରଦର୍ଶନୀ ପଡିଆ ରେ ଶପଥ ସମାରୋହ

ପ୍ରଦର୍ଶନୀ ପଡିଆ ରେ ଶପଥ ସମାରୋହ

30 May, 2019 10:18 AM IST By: KJ Staff

ଇଂଗ୍ରେଜୀ ,ଓଡ଼ିଆ ଓ ସାନ୍ତାଳୀ ଭଳି ଭାଷା ରେ ନେଲେ ଶପଥ
ଶପଥ ନେଲେ ୧୧ ଟି କ୍ୟାବିନେଟ ଓ ୯ ରାଷ୍ଟ୍ରମନ୍ତ୍ରୀ
ଆଜି ଶପଥ ନେବେ ପ୍ରଧାନ ମନ୍ତ୍ରୀ

୫ମ ଥର ଲାଗି ବିଜେଡି ସରକାର ଗଠନ କଲା ବେଳେ ,ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶ୍ରୀ ନବୀନ ପଟ୍ଟନାୟକ |ପ୍ରଥମ ଥର ଲାଗି ରାଜଭବନ ବାହାରେ ଆୟୋଜିତ ହୋଇଥିଲା ଶପଥ ସମାରୋହ |ସାମ୍ବିଧାନିକ ବିଧି ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଥମେ ମୁଖ୍ୟ ମନ୍ତ୍ରୀ ଙ୍କୁ ଶପଥ ପାଠ କରାଇସାରିଲା ପରେ ଅନ୍ୟ ମନ୍ତ୍ରୀ ମାନଙ୍କୁ ମଧ୍ୟ ଇଂଗ୍ରେଜୀ ,ଓଡ଼ିଆ ଓ ଆଞ୍ଚଳିକ ଭାଷାରେ ଶପଥ ପାଠ କରାଇଥିଲେ |

ମନ୍ତ୍ରୀ ପରିଷଦ ରେ ୧୧ଜଣ କ୍ୟାବିନେଟ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ଥାନ ପାଇଛନ୍ତି |ଶପଥ ଗ୍ରହଣ ଉତ୍ସବ ରେ ନବୀନ ପଟ୍ଟନାୟକ ଙ୍କ ବଡ ଭାଈ ପ୍ରେମ ପଟ୍ଟନାୟକ ଏବଂ ବଡ ଭଉଣୀ ଗୀତ ମେହେଟ୍ଟା ଙ୍କ ଭଳି ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ |ସେଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ , ପୂର୍ବତନ ବିରୋଧୀ ଧଳା ନେତା ନରସିଂହ ମିଶ୍ର ,ଡାକ୍ତର ରମାକାନ୍ତ ପଣ୍ଡା ,ଘ୍ୟାନାପୀଠ ବିଜ୍ଞାନୀ ପ୍ରତିଭା ରାୟ ,ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗଦାନ କରିଥିଲେ |

ଅନ୍ୟପକ୍ଷେ ଲୋକସଭା ନିର୍ବାଚନ ରେ ବିଜେପି ପୁନର୍ବାର ଐତିହାସିକ ବିଜୟ ଲାଭ କରିଲା ପରେ ଆଜି ଶପଥ ନେବେ ପ୍ରଧାନମନ୍ତ୍ରୀ |ରାଷ୍ଟ୍ରପତି ଭବନ ଠାରେ ସନ୍ଧ୍ୟା ୭ ତା ରେ ଆରମ୍ଭ ହେବ ଆଜି ଶପଥ ସମାରୋହ |ମୋଦି ତଥା ତାଙ୍କର ନୂତନ ମନ୍ତ୍ରୀ ମଣ୍ଡଳକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ |ସେହିପରି ଓଡିଶା ରୁ କେଵେ ହେବ କେନ୍ଦ୍ର ମନ୍ତ୍ରୀ ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ |


ସୂଚନା ଅନୁଯାୟୀ ମେ ୩୦ ପୂର୍ବାହ୍ନରେ ନବାଗତ ମନ୍ତ୍ରୀ ଙ୍କୁ ସନ୍ଧ୍ୟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରେ ସାମିଲ ହେବାକୁ କେନ୍ଦ୍ର କ୍ୟାବିନେଟ ସଚିବ କାର୍ଯ୍ୟାଳୟ ର ପ୍ରଟୋକଲ ଡ଼ିବିସନ ପକ୍ଷରୁ ଫୋନ କରାଯିବ |ଏହା ପରେ ଓଡିଶା କୋଟାରେ କିଏ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ତାହା ସ୍ପଷ୍ଟ ଜଣାଯିବ |ଏନେଇ ଏବେ ଠାରୁ ବିଜେପି ସାଂସଦଙ୍କ ମଧ୍ୟରେ ସ୍ୱାଭାବିକ ଉତ୍କଣ୍ଠା ଦେଖିବାକୁ ମିଳିଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)