News

ନବୀନ ସରକାର ଙ୍କ ର ନୂଆ ନିଷ୍ପତି !

ନବୀନ ସରକାର ଙ୍କ ର ନୂଆ ନିଷ୍ପତି !

04 October, 2019 4:56 PM IST By: KJ Staff

ସୁଶାସନ ର ନୂଆ ଢାଞ୍ଚା
"ଆଜ୍ଞା ନମସ୍କାର !ମୁଁ ନବୀନ ପଟ୍ଟନାୟକ କହୁଛି "

"ମୋ ସରକାର "କାର୍ଯ୍ୟକ୍ରମ ର ଶୁଭାରମ୍ଭ ସହ ନବୀନ ଙ୍କ ରାଜ୍ୟ ପରିଚାଳନା ଏବଂ ରାଜ୍ୟ ବାସୀଙ୍କ ପାଖକୁ ସିଧା ସଳଖ ପହଞ୍ଚିବାର ଯୋଜନା ଆରମ୍ଭ ହୋଇଛି |"ଆଜ୍ଞା ନମସ୍କାର !ମୁଁ ନବୀନ ପଟ୍ଟନାୟକ କହୁଛି .."କହିକି ଲୋକଙ୍କ ସହ ସିଧାସଳଖ ଫୋନ ରେ କଥା ହେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟିକ |

ଉତ୍ତମ ବ୍ୟବହାର ଏବଂ ସମସ୍ତ ସରକାରୀ ଦଫ୍ତର ରେ ଉତ୍ତମ ସେବା କୁ ଗୁରୁତ୍ୱ ଦେଇ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଯୋଜନା ର ଆରମ୍ଭ କରିଛନ୍ତି |ଏହା ଅକ୍ଟୋବର ୩୦ ସୁଦ୍ଧା ସମସ୍ତ ଚିକିତ୍ସାଳୟରେ ଲାଗୁ ହେଲା ପରେ ୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ବିଭାଗରେ କାର୍ଯ୍ୟକାରୀ କରାଯିବ |

ଗତ ବୁଧବାର ସିଧାସଳଖ ମୁଖ୍ୟମନ୍ତ୍ରୀ ନିଜର ନିବାସ ରୁ ୯ ଜଣ ଲୋକଙ୍କ ସହ ଫୋନ ଯୋଗେ କଥା ହେଇଥିଲେ ଏବଂ ଥାନା ,ଡାକ୍ତରଖାନା ଇତ୍ୟାଦି ରେ ମିଳୁଥିବା ବ୍ୟବସ୍ତା କୁ ନେଇ ସେ ମତାମତ ଲୋଡ଼ିଥିଲେ |ଏହି ନମ୍ବର ସେ ମୋ ସରକାର ୱେବସାଇଟ ରୁ ରାଣ୍ଡୋମ ସିଲେକସନ ଜରିଆରେ ବାଛିଥିଲେ ଏବଂ ମତ ପାଇଲା ପରେ ସେ ଲୋକଙ୍କୁ ଏଥି ଲାଗି ଧନ୍ୟବାଦ ମଧ୍ୟ ଦେଇଥିଲେ |
ଗତ କାଲି ଠାରୁ ଏହା ସମସ୍ତ ଥାନା ଏବଂ ୨୧ ଟି ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟ କଟକ ବ୍ରହ୍ମପୁର ଏବଂ ସମ୍ବଲପୁର ମେଡିକାଲ କଲେଜ ରେ ଆରମ୍ଭ ହୋଇଛି |
ଜଣ ସାଧାରଣ ହେଉଛନ୍ତି ଗଣତନ୍ତ୍ର ର ଆତ୍ମା ତେଣୁ ରାଜ୍ୟ ରେ କେଉଁଠି କିପରି ବିକାଶ ବା ବ୍ୟବସ୍ତା ହେଉଛି ଏନେଇ ଜନତା ଙ୍କ ବ୍ୟତୀତ ଆଉ କେହି ସଠିକ ମତାମତ ଦେଇପାରିବେ ନାହିଁ |ସରକାର ଜନତା ଙ୍କ ହିତ ଲାଗି ସର୍ବଦା ତତ୍ପର ରହିଛି ଏବଂ ଏହା ହିଁ "ମୋ ସରକାର " କାର୍ଯ୍ୟକ୍ରମ ର ମୂଳତତ୍ୱ ବୋଲି କହିଛନ୍ତି ମାନନୀୟ ମୁଖ୍ୟମନ୍ତ୍ରୀ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)