News

ନୂତନ ଯନ୍ତ୍ରପାତି କୃଷି କ୍ଷେତ୍ରରେ ଆଣିବ ବୈପ୍ଲବିକ ପରିବର୍ତ୍ତନ: ନରେନ୍ଦ୍ର ମିତ୍ତଲ

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ ।

04 August, 2023 5:34 PM IST By: Tanushree Mahapatra

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ । ସେହିପରି କୃଷି ଜାଗରଣ ସଂସ୍ଥା ପାଇଁ ଆଜି ଏକ ବଡ ଖୁସିର ଦିନ l କାରଣ କୃଷି ଜାଗରଣ ପରିବାରରେ ଯୋଗ ଦେଇଥିଲେ ନରେନ୍ଦ୍ର ମିତ୍ତଲ ଯିଏକି ଭାରତର କୃଷି ବିଭାଗ ପରିଚାଳକ ଏବଂ ପ୍ରବନ୍ଧ ନିର୍ଦେଶକ ରହିଛନ୍ତି l

ତେବେ କୃଷି ଜାଗରଣ ପରିବାର ସହିତ ଯୋଗ ଦେବା ପରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏହି ନିମନ୍ତ୍ରଣ ପାଇଁ ଏବଂ କୃଷି କ୍ଷେତ୍ରରେ ନିଜର ଅନୁଭୂତିକୁ ନିଜ ବକ୍ତବ୍ୟ ମାଧ୍ୟମରେ ବ୍ୟକ୍ତ କରିଥିଲେ l

କୃଷି ଜାଗରଣ ଏପରି  ଗଣମାଧ୍ୟମ ସଂସ୍ଥା ଯାହା ପ୍ରକୃତରେ ପ୍ରଶଂସନୀୟ । କୃଷି ଜାଗରଣ ଅନ୍ୟ ଗଣମାଧ୍ୟମ ତୁଳନାରେ ଏପରି ଏକ  ଗଣମାଧ୍ୟମ ,ଯାହା କୃଷକ ତଥା କୃଷି କ୍ଷେତ୍ରର ଉନ୍ନତି ପାଇଁ କାର୍ଯ୍ୟ ପାଇଁ ଆଗେଇ ଆସିଛି ଯାହାକି ଅତ୍ୟନ୍ତ  ପ୍ରଶଂସନୀୟ କାର୍ଯ୍ୟ | କୃଷକ ଭାଇମାନଙ୍କ କଲ୍ୟାଣ ପାଇଁ ଏହି କାର୍ଯ୍ୟ କରିଥିବାରୁ କୃଷି ଜାଗରଣ ର ସମସ୍ତ ସଦସ୍ୟଙ୍କୁ  ସେ କୃତଜ୍ଞତା ଜଣାଇଛନ୍ତି । ବର୍ତ୍ତମାନ କୃଷକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଗଣମାଧ୍ୟମ ଚାଷୀଙ୍କ ନିକଟକୁ ଯାଇ ଏସବୁ ଜାଣିବା ଉଚିତ୍ | ତେବେ ଏବେ ଚାଷ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି ତାହାର ମୁଖ୍ୟ କାରଣ ହେଉଛି ନୂତନ ଯନ୍ତ୍ରପାତିର ବ୍ୟବହାର l

ନରେନ୍ଦ୍ର ମିତ୍ତଲ CNH industrial for agriculture business ମୁଖ୍ୟ ପ୍ରବନ୍ଧ ପରିଚାଳକ ଯାହାଙ୍କର କୃଷି ଯନ୍ତ୍ରପାତି କ୍ଷେତ୍ରରେ ଅଧିକ ଅଭିଜ୍ଞତା ରହିଛି l ଏହି କମ୍ପାନୀର ଦେଶ ତଥା ଦେଶ ବାହାରେ ବିଭିନ୍ନ ସଖା ରହିଛଗି ଯାହା ଦ୍ୱାରା ଉତ୍ପାଦିତ ପ୍ରତ୍ୟକଟି କୃଷି ଟ୍ରାକଟର କିମ୍ବା ଯନ୍ତ୍ରପାତିର ଲାଭ ଉଠାଇପାରୁଛନ୍ତି ଚାଷୀ l ଏହା ଦ୍ୱାରା ଚାଷୀଙ୍କୁ ଅଧିକ ସମୟ ଦେବାକୁ ପଡୁନାହିଁ ଚାଷ କ୍ଷେତ୍ରରେ l ଖୁବ ଅଳ୍ପ ସମୟ ମଧ୍ୟରେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁଛି l

CNH ଇଣ୍ଡଷ୍ଟ୍ରିଆଲ୍ ହେଉଛି ଏକ ବିଶ୍ୱ ସ୍ତରୀୟ ଯନ୍ତ୍ରପାତି ଏବଂ ସେବା କମ୍ପାନୀ ଯାହା କୃଷି ଏବଂ କୃଷି ଯନ୍ତ୍ର ନିର୍ମାଣର ଉତ୍ତମ କାର୍ଯ୍ୟକୁ ସ୍ଥାୟୀ ଭାବରେ ଅଗ୍ରଗତି କରେ l ଶ୍ରମିକମାନେ କମ୍ପାନୀର ରଣନୀତିକ ଦିଗ,  କ୍ଷମତା ଏବଂ ନିବେଶ ପ୍ରଦାନ ଉପରେ ଆଲୋକପାତ କାରିତାହାନ୍ତି ଯାହାର ମୂଳ ବ୍ରାଣ୍ଡ ସଫଳତାକୁ ସକ୍ଷମ କରିଥାଏ l ଶ୍ରୀଯୁକ୍ତ ନରେନ୍ଦ୍ରଙ୍କ କହିବା ଅନୁଯାୟୀ ଏକ ଦୀର୍ଘ ସଂସ୍ଥା l ସମଗ୍ର ବିଶ୍ୱରେ କୃଷକ ଏବଂ ନିର୍ମାଣକାରୀଙ୍କ ପାଇଁ ଅଗ୍ରଗାମୀ ଉପକରଣ ଏବଂ ସେବା ବିକାଶ ପାଇଁ କାର୍ଯ୍ୟ କରିଆସୁଛି  l

ଆମେ କରୁଥିବା ସମସ୍ତ କାର୍ଯ୍ୟ ସେହି କୃଷକ ଏବଂ ନିର୍ମାଣକାରୀଙ୍କ ସହିତ ଅଛି ଯାହାଙ୍କୁ କୃଷି ଉପକରଣ ଅଧିକରୁ ଅଧିକ ସାହାଯ୍ୟ କରିବ | ସେମାନଙ୍କ ଜୀବନକୁ ସହଜ କରିବାକୁ ଅତି ଉତ୍ତମ ଯନ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଇବାକୁ ଚେଷ୍ଟା କରିଛୁ ଆମେ ସର୍ବଦା l ସେମାନଙ୍କର ବ୍ୟବସାୟକୁ ଅଧିକ ଦକ୍ଷ ଏବଂ ଲାଭଦାୟକ କରିବାକୁ ଆମ ଚେଷ୍ଟା ଜାରି ରହିଛି l ଆଗକୁ ଏହି କ୍ଷେତ୍ରରେ ଆମେ ଚାଷୀଙ୍କୁ ଆହୁରି ଅଧିକ ରୁ ଅଧିକ ସାହାଯ୍ୟ କରିବାକୁ ଚେଷ୍ଟାରତ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)