ଚାଷୀଙ୍କ ପାଇଁ ଏବଂ ଦେଶରେ କୃଷକଙ୍କ ଅବଦାନକୁ ଉଜ୍ଜିବିତ ରଖିବା ପାଇଁ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନିଜ ଜନ୍ମ ଦିନକୁ " ରାଷ୍ଟ୍ରୀୟ କୃଷକ ଦିବସ " ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସେହି ଦିନ ଠାରୁ ପ୍ରତି ବର୍ଷ ଡିସେମ୍ବର ୨୩ ତାରିଖକୁ ରାଷ୍ଟ୍ରୀୟ କୃଷକ ଦିବସ ରୂପେ ପାଳନ କରାଯାଉଛି । ଆମେ ସମସ୍ତେ ଜାଣିଛେ ଆମ ଜୀବନ ଧାରଣର ମୁଖ୍ୟ ଅବଶ୍ୟକତା ହେଉଛି କୃଷି । ଆମ ଦେଶ ମଧ୍ୟ ଏକ କୃଷି ପ୍ରଧାନ ଦେଶ l ଯେଉଁଠି ଅଧିକାଂଶ ଲୋକ କୃଷି ତଥା ଚାଷ ଉପରେ ନିର୍ଭର l
ପ୍ରଧାନମନ୍ତ୍ରୀ ଚରଣ ସିଂ ନିଜ କାର୍ଯ୍ୟକାଳ ମଧ୍ୟରେ ଦେଶର କୃଷକମାନଙ୍କର ରୋଜଗାର ବୃଦ୍ଧି, କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଉନ୍ନତ ମାନର ବିହନ ଓ ଚାଷ ପ୍ରଣାଳୀର ପରିବର୍ତ୍ତନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଥିଲେ । ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ବହୁତ କମ ଦିନ କାର୍ଯ୍ୟ କରିଛନ୍ତି । ହେଲେ କୃଷକ ଓ କୃଷି କ୍ଷେତ୍ରରେ ସେ ଯେଭଳି ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ତାହାକୁ ନଜରରେ ରଖି ୨୦୦୧ ମସିହା ଠାରୁ ଆଜିର ଦିନକୁ କୃଷକ ଦିବସ ଭାବେ ପାଳନ କରାଯାଉଛି ।
ଓଡିଶାକୁ ଏକ କୃଷି ପ୍ରବଣ ରାଜ୍ୟ ଭାବେ ବିବେଚନା କରାଯାଇଥାଏ । ଏହି ରାଜ୍ୟର ମୋଟ ଜନସଂଖ୍ୟାର ଦୁଇ ତୃତୀୟାଂଶ ଲୋକ କୃଷି ଉପରେ ନିର୍ଭରଶୀଳ । ତେବେ ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ସାଙ୍ଗକୁ ଉନ୍ନତ ପଦ୍ଧତିର ଚାଷ ପ୍ରଣାଳୀକୁ ଉପଲ୍ଲବ୍ଧ କରାଇବା ସହିତ ଉତ୍ପାଦିତ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରାଇବାର ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ପରିସ୍ଥିତି ଏବେ ସୁଧୁରିବାରେ ଲାଗିଛି । ସରକାର ବିଭିନ୍ନ ପ୍ରକାର ଶସ୍ୟ , ପନିପରିବା ଉତ୍ପାଦନ ସାଙ୍ଗକୁ କୃଷି ଆନୁଷଙ୍ଗିକ ବୃତ୍ତି ପ୍ରତି ଗୁରୁତ୍ୱାରୋପ କରି କୃଷି ବିକାଶ ପ୍ରକ୍ରିୟା କୁ ତ୍ବରାନିତ କରିଛନ୍ତି l କୃଷି ଉପକରଣରୁ ଆରମ୍ଭ କରି ବିହନ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ଚାଷୀ ପାଇ ପାରୁଛି l
ତେବେ ରାଷ୍ଟ୍ରୀୟ କୃଷକ ଦିବସ ଅବସରରେ କୃଷି ଜାଗରଣ ନିଜ ସମସ୍ତ ଅନଲାଇନ ପେଜ ମାଧ୍ୟମରେ ଚାଷୀଙ୍କ ସହ ବିଶେଷ ଆଲୋଚନା ଚକ୍ର ଅନୁଷ୍ଠିତ କରିଥିଲା ଯାହାଦ୍ୱାରା ବିଭିନ୍ନ ପ୍ରକାର ଚାଷୀ ସାମିଲ ହୋଇ ଚିରନ୍ତନ କୃଷିରେ ଚାଷୀର ଭବିଷ୍ୟତ ଉପରେ ଆଲୋଚନା କରିଥିଲେ l କିପରି ଚିରନ୍ତନ କୃଷି କରି ଚାଷୀ ଲାଭ କମେଇବେ ଏବଂ ଚିରନ୍ତନ କୃଷିରେ ଜୈବିକ ସାର ର ବ୍ୟବହାର କଣ ରହିଛି ତାହା ବିଷୟରେ ମଧ୍ୟ ଆଲୋଚନା କରିଥିଲେ l
Read more: