News

ଆସନ୍ତୁ ଜାଣିବା କାହିଁକି ପାଳନ ହୁଏ ଜାତୀୟ ଦୁଗ୍ଧ ଦିବସ ?

ଆଜି ବିଶ୍ୱ ଦୁଗ୍ଧ ବଜାରରେ ଭାରତର ଅବଦାନ ପାଖାପଖି ୨୩ ପ୍ରତିଶତ । ଏହା ବ୍ୟତୀତ ଦେଶର ଅର୍ଥନୀତିରେ ଏହି ଉଦ୍ୟୋଗର ଭାଗିଦାରୀ ୫ ପ୍ରତିଶତ । ଏହି ଦୁଗ୍ଧ ଉଦ୍ୟୋଗ ଗୁଡିକ ଦେଶର ୮ କୋଟି କୃଷକଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି । ଆଜି ହେଉଛି ନଭେମ୍ବର ୨୬, ଏହି ତାରିଖରେ ଦେଶରେ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଏ ।

26 November, 2022 12:55 PM IST By: Tanushree Mahapatra

ଆଜି ବିଶ୍ୱ ଦୁଗ୍ଧ ବଜାରରେ ଭାରତର ଅବଦାନ ପାଖାପଖି ୨୩ ପ୍ରତିଶତ । ଏହା ବ୍ୟତୀତ ଦେଶର ଅର୍ଥନୀତିରେ ଏହି ଉଦ୍ୟୋଗର ଭାଗିଦାରୀ ୫ ପ୍ରତିଶତ । ଏହି ଦୁଗ୍ଧ ଉଦ୍ୟୋଗ ଗୁଡିକ ଦେଶର ୮ କୋଟି କୃଷକଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି । ଆଜି ହେଉଛି ନଭେମ୍ବର ୨୬ ( november 26 th ) , ଏହି  ତାରିଖରେ ଦେଶରେ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଏ  । ଆଜିକୁ ପ୍ରତ୍ୟେକ ବର୍ଷ ଡ. ଭର୍ଗିସ କୁରେନଙ୍କ ଜନ୍ମଦିନ ଅବସରରେ ଏହି ଦିବସ ପାଳନ କରାଯାଉଛି । ଭର୍ଗିସ କୁରେନ ଦେଶର ଶ୍ୱତ ବିପ୍ଳବ ଆଣିଥିଲେ ।

'ଅପରେସନ ଫ୍ଲଡ' ( operation flood ) ରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଶ୍ୱତ ବିପ୍ଳବ ଆସିବା ପରେ  ଦେଶରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେଲା ଓ ଭାରତ ବଡ ଆତ୍ମନିର୍ଭରଶୀଳ ଉଦ୍ୟେଗ ଭାବେ ପରିଗଣିତ ହେଲା ଏହି କ୍ଷେତ୍ର  ରେ । ୨୦୧୪ ମସିହା ଠାରୁ ଭାରତରେ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଉଛି । ପ୍ରଥମେ ଇଣ୍ଡିଆନ ଡେରି ଆସୋସିଏସନ (IDA) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା ।

ଇକୋନୋମିକ ସର୍ଭେ ଅନୁଯାୟୀ ୨୦୨୧-୨୨ ଭାରତ ହେଉଛି ବିଶ୍ୱର ସର୍ବବୃହତ୍ତ ଦୁଗ୍ଧ ଉତ୍ପାଦନକାରୀ ଦେଶ । ବିଶ୍ୱ ଦୁଗ୍ଧ ବଜାରରେ ଭାରତର ଅବଦାନ ୨୩ ପ୍ରତିଶତ ରହିଛି ।  ପ୍ରତିବର୍ଷ ଦେଶରେ ଦୁଗ୍ଧ ଉତ୍ପାଦନ ହାର ୬.୨ ପ୍ରତିଶକ ବୃଦ୍ଧି ପାଉଛି ଏବଂ ଏହା କେବଳ ଡ. ଭର୍ଗିସ କୁରେନ ଙ୍କ ପାଇଁ ସମ୍ଭବ ହୋଇ ପାରିଛି । ଡ. ଭର୍ଗିସ କୁରେନଙ୍କ ଉଦ୍ଦେଶ୍ୟ ଥିଲା ଯେ ଦୁଗ୍ଧ ଉତ୍ପାଦନରେ ଭାରତ କିଭଳି ଆତ୍ମନିର୍ଭରଶୀଳ ହେବ ଓ ଆସନ୍ତା ୩୦ ବର୍ଷ ମଧ୍ୟ ଚାରି ଗୁଣା ଅଧିକ ଦୁଗ୍ଧ ଉତ୍ପାଦନ କରିବା ।

ଡ. ଭର୍ଗିସ କୁରେନ ( dr verghese kurien ) ପ୍ରଥମ ବ୍ୟକ୍ତି ଯିଏ କି , ଗାଈ କ୍ଷୀର ବଦଳରେ ମଇଁଷି କ୍ଷୀରରେ ଦୁଗ୍ଧ ଗୁଣ୍ଡ ତିଆରି କରିଥିଲେ। କେନ୍ଦ୍ର ସରକାରଙ୍କ ପଶୁ ସମ୍ପଦ ଓ କ୍ଷୀର ଉତ୍ପାଦନ ବିଭାଗର ସୂଚନାନୁସାରେ , ଗତ ୨୦୨୧-୨୨ରେ ଭାରତ ୨.୯ ଲକ୍ଷ ମେଟ୍ରିକ ଟନ ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ଉତ୍ପାଦନ କରିଥିଲା। ଏହି ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟକୁ ରପ୍ତାନୀ କରି ୩୯୧.୬ ମିନିୟନ ଆମେରିକୀୟ ଡଲାର ଅର୍ଜନ କରିଥିଲା । ଏହା ବିଗତ ବର୍ଷ ତୁଳନାରେ ବୃଦ୍ଧି ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।

ସୂଚନା ରହିଛି ଯେ , ୧୯୨୧ ମସିହା ନଭେମ୍ବର ୨୬ ତାରିଖରେ କେରଳର କାଝିକୋଡିର ଏକ ବିତ୍ତଶାଳୀ ସିରିୟାନ ଖ୍ରୀଷ୍ଟିଆନ ପରିବାରରେ ଭର୍ଗିସ କୁରେନଙ୍କ ଜନ୍ମ । ୧୯୭୦ ମସିହାରେ ଆରମ୍ଭ ହୋଇଥିବା ଅପରେସନ ଫ୍ଲଡରେ ନେତୃତ୍ୱ ପାଇଁ ତାଙ୍କୁ ଶ୍ୱେତ ବିପ୍ଳବର ଜନକ ବୋଲି କୁହାଯାଏ । ଭାରତର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଅମୁଲ ର ପ୍ରତିଷ୍ଠାତା ଭାବେ ଜଣାଶୁଣା ।

କୁରେନଙ୍କ ପାଇଁ ଆମେରିକାକୁ ପଛରେ ପକାଇ ୧୯୯୮ରେ ଭାରତ ବିଶ୍ୱର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ ପାଲଟିଥିଲା । ଦୁଗ୍ଧ ଓ କୃଷି କ୍ଷେତ୍ରରେ ଅନେକ ବିକାଶମୂଳକ କାମ କରିଥିବାରୁ କୁରେନଙ୍କୁ  କୃଷି ରତ୍ନ , ରୋମାନ ମାଗସାସେ ଆୱାର୍ଡ ଓ ୱର୍ଲଡ ଫୁଡ ପ୍ରାଇଜ ଭଳି ସମ୍ମାନରେ ସମ୍ମାନୀତ କରାଯାଇଛି । ଏହା ବ୍ୟତୀତ ସେ ଭାରତ ତିନୋଟି ସର୍ବଶ୍ରେଷ୍ଠ ନାଗରିକ ସମ୍ମା ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣରେ ଭୂଷିତ ହୋଇଛନ୍ତି।

୧୦୭୦ ମସିହାରେ ଲଞ୍ଚ ହୋଇଥିବା ଅପରେସନ ଫ୍ଲଡ ର ମୁଖ୍ୟ ଲକ୍ଷ ଥିଲା ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା । ବିଶେଷ କରି ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀଙ୍କ ରୋଜଗାର ବଢାଇବା ଓ ସେମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ ଭର୍ଗିସ କୁରେନ ଗୁରୁତ୍ୱ ଦେଇଥିଲା । ଆଜି ଏହା ସଫଳ ହୋଇଛି। ଭର୍ଗିସ କୁରେନଙ୍କ ଉଦ୍ୟମରେ ହିଁ ଭାରତ, ଏବେ ବିଶ୍ୱର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶଗୁଡିକ ମଧ୍ୟରେ ସ୍ଥାନ ପାଇଛି ।

National Milk Day:ଜାତୀୟ ଦୁଗ୍ଧ ଦିବସ,ଜାଣନ୍ତୁ ମହତ୍ଵ...

ବିଦେଶୀ ପ୍ରଜାତିର ଏହି 2 ଗାଈ ଦୁଗ୍ଧ ବ୍ୟବସାୟରେ ଲକ୍ଷପତି ସୃଷ୍ଟି କରିବେ, ସେମାନେ ପ୍ରତିଦିନ 25 ରୁ 30 ଲିଟର କ୍ଷୀର ପାଇବେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)