News

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜାତୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ମିଶନ

ଗତ ଦଶନ୍ଧି ମଧ୍ୟରେ ଦେଶର ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥିକ ଦୃଶ୍ୟରେ ପରିବର୍ତ୍ତନ ଆଣିଛି!

28 August, 2024 11:37 AM IST By: Tanushree Mahapatra

୨୮ ଅଗଷ୍ଟ ୨୦୧୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ର ସଫଳ ରୂପାୟନର ଏକ ଦଶନ୍ଧି ପୂରଣ ହୋଇଛି । ପିଏମଜେଡିୱାଇ ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପଦକ୍ଷେପ ହୋଇଥିବାରୁ ଅର୍ଥ ମନ୍ତ୍ରଣାଳୟ ଏହାର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହସ୍ତକ୍ଷେପ ମାଧ୍ୟମରେ ଅବହେଳିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ସହାୟତା ପ୍ରଦାନ କରିବାକୁ ନିରନ୍ତର ପ୍ରୟାସ କରୁଛି ।

ଏହି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏକ ବାର୍ତ୍ତାରେ କହିଛନ୍ତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତୀକରଣ ହାସଲ ପାଇଁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ସେବାର ସାର୍ବଜନୀନ ଏବଂ ସୁଲଭ ଉପଲବ୍ଧତା ଜରୁରୀ। ଏହା ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅବହେଳିତ ସମ୍ପ୍ରଦାୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କ ଆକାଉଣ୍ଟ, କ୍ଷୁଦ୍ର ସଞ୍ଚୟ ଯୋଜନା, ବୀମା ଓ ଋଣ ସମେତ ସାର୍ବଜନୀନ, ସୁଲଭ ଓ ଆନୁଷ୍ଠାନିକ ଆର୍ଥିକ ସେବା ପ୍ରଦାନ କରି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗତ ଦଶନ୍ଧି ମଧ୍ୟରେ ଦେଶର ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥିକ ଦୃଶ୍ୟରେ ପରିବର୍ତ୍ତନ ଆଣିଛି।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଏହା ଖୁସିର ବିଷୟ ଯେ ଗ୍ରାମାଞ୍ଚଳ କିମ୍ବା ଅର୍ଦ୍ଧ ସହରାଞ୍ଚଳରେ ୬୭% ଆକାଉଣ୍ଟ ଖୋଲାଯାଇଛି ଏବଂ ୫୫% ଖାତା ମହିଳାମାନେ ଖୋଲିଛନ୍ତି। ଜନଧନ-ମୋବାଇଲ-ଆଧାର ସଂଯୋଗ ମାଧ୍ୟମରେ ସୃଷ୍ଟି ହୋଇଥିବା ସହମତି ଭିତ୍ତିକ ପାଇପଲାଇନ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଇକୋସିଷ୍ଟମର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି । ଏହା ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ଦ୍ରୁତ, ନିରବଚ୍ଛିନ୍ନ ଏବଂ ସ୍ୱଚ୍ଛ ହସ୍ତାନ୍ତର ସମ୍ଭବ ହୋଇଛି ଏବଂ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ପିଏମଜେଡିୱାଇ କେବଳ ଏକ ଯୋଜନା ନୁହେଁ, ବରଂ ଏକ ପରିବର୍ତ୍ତନକାରୀ ଆନ୍ଦୋଳନ ଯାହା ଅନେକ ବ୍ୟାଙ୍କ ବିହୀନ ଜନସଂଖ୍ୟାର ଆର୍ଥିକ ସ୍ୱାଧୀନତାକୁ ସକ୍ଷମ କରିଛି ଏବଂ ଆର୍ଥିକ ନିରାପତ୍ତା ଭାବନା ସୃଷ୍ଟି କରିଛି ।

ପିଏମଜେଡିୱାଇ ବ୍ୟାଙ୍କ ସେବାରୁ ବଞ୍ଚିତ ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ପାଇଁ ଗୋଟିଏ ମୌଳିକ ବ୍ୟାଙ୍କ ଆକାଉଣ୍ଟ ପ୍ରଦାନ କରେ । ଏହି ଆକାଉଣ୍ଟ ପାଇଁ କୌଣସି ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ ଏବଂ ଏହି ଆକାଉଣ୍ଟ ଉପରେ କୌଣସି ଶୁଳ୍କ ମଧ୍ୟ ଆଦାୟ କରାଯାଏ ନାହିଁ । ଏହି ଆକାଉଣ୍ଟରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ୨ ଲକ୍ଷ ଟଙ୍କାର ଇନ୍ ବିଲ୍ଟ ଦୁର୍ଘଟଣା ବୀମା କଭର ସହ ମାଗଣାରୁପେ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ପିଏମଜେଡିୱାଇ ଆକାଉଣ୍ଟଧାରୀମାନେ ଜରୁରୀକାଳୀନ ପରିସ୍ଥିତିକୁ ଭରଣା କରିବା ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇବାକୁ ଯୋଗ୍ୟ ଅଟନ୍ତି । ଗତ ଦଶନ୍ଧି ମଧ୍ୟରେ ପିଏମଜେଡିୱାଇ ନେତୃତ୍ୱାଧୀନ ହସ୍ତକ୍ଷେପଗୁଡିକର ଯାତ୍ରା କାର୍ଯ୍ୟକାରୀ ହୋଇଛି, ଯାହା ଉଭୟ ପରିବର୍ତନଶୀଳ ଏବଂ ଦିଗଦର୍ଶକ ପରିବର୍ତ୍ତନ ଆଣିଛି ଯାହା ଦ୍ୱାରା ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନ ଇକୋସିଷ୍ଟମ ସମାଜର ଶେଷ ବ୍ୟକ୍ତି - ଗରିବରୁ ଗରିବ ଲୋକଙ୍କୁ ଆର୍ଥିକ ସେବା ପ୍ରଦାନ କରିବାରେ ସକ୍ଷମ ହୋଇଛି ।

ଅଧିକ ପଢ଼ନ୍ତୁ

Heavy Rain Alert: ଏହି ଜିଲ୍ଲାକୁ ଭାରି ବର୍ଷା ଚେତାବନୀ !

ଜଲୋରରେ ଏକ ଦିବସୀୟ କୃଷି ମେଳା ସଫଳ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)