News

ବିଦେଶରେ ନୂଆ ବଜାର ସୃଷ୍ଟି କରିବ: ଜାତୀୟ ହଳଦୀ ବୋର୍ଡ

ଏକ ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ଏହି ଜାତୀୟ ହଳଦୀ ବୋର୍ଡ ଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବିକାଶ ତଥା ଅଭିବୃଦ୍ଧି ସମ୍ପର୍କରେ କାମ କରିବ । ହଳଦୀ ସମ୍ବନ୍ଧୀୟ ବିଷୟରେ ଏହି ବୋର୍ଡ ନେତୃତ୍ୱ ଭୂମିକା ନେବ ।

07 October, 2023 12:26 PM IST By: Tanushree Mahapatra

ଏକ ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ଏହି ଜାତୀୟ ହଳଦୀ ବୋର୍ଡ ଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବିକାଶ ତଥା ଅଭିବୃଦ୍ଧି ସମ୍ପର୍କରେ କାମ କରିବ । ହଳଦୀ ସମ୍ବନ୍ଧୀୟ ବିଷୟରେ ଏହି ବୋର୍ଡ ନେତୃତ୍ୱ ଭୂମିକା ନେବ । ଏହା ଦେଶରା ଜାତୀୟ ମସଲା ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରି ହଳଦୀ ଓ ଏହାର ବିଭିନ୍ନ ସାମଗ୍ରୀର ବ୍ୟବହାର ତଥା ବିକ୍ରିବଟାକୁ ବଢାଇବାକୁ କାମ କରିବ ।

ଏବେ ସମଗ୍ର ବିଶ୍ୱରେ ହଳଦୀର ବ୍ୟବହାର ଓ ଉପାଦେୟତା  ବଢାଇବାକୁ ପ୍ରଚୁର ସୁଯୋଗ ରହିଛି । ଲୋକେ ଅଧିକ ସ୍ୱାସ୍ଥ୍ୟ ସଚେତନ ହେବା ସହିତ ପ୍ରାକୃତିକ ବ୍ୟାଧି ନିରୋଧକ ହଳଦୀର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି । ଫଳରେ ଆନ୍ତର୍ଜାତିକ ସ୍ତରରେ ହଳଦୀର ଗୁରୁତ୍ୱ ବଢିଛି । ତେଣୁ ଉଭୟ ଦେଶ ଓ ବିଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବ୍ୟବହାର ତଥା ଏ  ସଂକ୍ରାନ୍ତ ସଚେତନତା ବୃଦ୍ଧି ଦିଗରେ ଏହି ଜାତୀୟ ବୋର୍ଡ କାମ କରିବ । ଏହା ବିଦେଶରେ ହଳଦୀର ନୂଆ ବଜାର ସୃଷ୍ଟି କରି ଏହାର ରପ୍ତାନୀ ବୃଦ୍ଧି ଉପରେ ଗୁରୁତ୍ୱ ଦେବ । ଏହା ଛଡା ହଳଦୀର ନୂଆ ଉତ୍ପାଦ ବିକଶିତ କରିବାକୁ ଏହି ବୋର୍ଡ  ଗବେଷଣାକୁ ପ୍ରୋତ୍ସାହିତ କରିବ । ହଳଦୀର ମୂଲ୍ୟ ମିଶ୍ରିତ ସାମଗ୍ରୀ ଉତ୍ପାଦନ ପାଇଁ ଆମର ଯେଉଁ ପାରମ୍ପରିକ ଜ୍ଞାନ କୌଶଳ ଅଛି ତାହାର ବିକାଶ କ୍ଷେତ୍ରରେର କାମ କରିବାକୁ ଏହି ବୋର୍ଡ ପଦକ୍ଷେପ ନେବ ।

ନିର୍ଦ୍ଦିଷ୍ଟ ଭାବେ ଏହି ବୋର୍ଡ ହଳଦୀ ଚାଷୀଙ୍କ ଦକ୍ଷତା ବିକାଶ ଓ ହଳଦୀର ଉତ୍ପାଦନ ବୃଦ୍ଧି ଉପରେ ସ୍ୱତନ୍ତ୍ର ଧ୍ୟାନ ହେବ । ମୂଲ୍ୟ ମିଶ୍ରଣ କରି ଚାଷୀ ହଳଦୀ ଓ ଏହାର ସାମଗ୍ରୀରୁ କିପରି ଅଧିକ ଆୟ କରିପାରିବେ  ସେ ବିଷୟରେ ବୋର୍ଡ କାମ କରିବ  । ସେହିଭଳି ହଳଦୀର ମାନ ଓ ନିରାପତ୍ତା ପ୍ରତି ମଧ୍ୟ ଧ୍ୟାନ ଦେବ । ହଳଦୀର ଯେଉଁ ପ୍ରାକୃତିକ ଉପାଦେୟତା ରହିଛି ତାହାର ଲାଭ ସମଗ୍ର ମାନବ ସମାଜ ଯେପରି ପାଏ ସେ ଦିଗରେ ଏହି ବୋର୍ଡ କାମ କରିବ ।

ଜାତୀୟ ହଳଦୀ ବୋର୍ଡ ହଳଦୀ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ । ହଳଦୀ ଚାଷୀଙ୍କ ଆୟ ଓ ଉତ୍ପାଦନ ଯେପରି ବଢିବ ସେଥି ପାଇଁ ଏହା ଉତ୍ପାଦିତ ସାମଗ୍ରୀର ମୂଲ୍ୟ ମିଶ୍ରଣ ଓ ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ୱ ଦେବ ।

ହଳଦୀ ଚାଷୀ ଚାଷ ଜମି ନିକଟରେ ଯେପରି ଉତ୍ତମ ପ୍ରକ୍ରିୟାକରଣ ସୁବିଧା ପାଇବେ ଓ ସେମାନଙ୍କ ଉତ୍ପାଦ ଗୁଣମାନ ଦୃଷ୍ଟିରୁ ଉତ୍କୃଷ୍ଟ ତଥା ରପ୍ତାନୀ ଉପଯୋଗୀ ହବ ସେ ଦିଗରେ ବୋର୍ଡ ବିଭିନ୍ନ ପଦକ୍ଷେପ ନେବ । ଏହି ବୋର୍ଡ ହଳଦୀ ଓ ଏହାର ବିଭିନ୍ନ ଉତ୍ପାଦନର ଗବେଷଣା, ଉନ୍ନୟନ, ବଜାର ବିକାଶ , ବିକ୍ରିବଟା, ବ୍ୟବହାର ବୃଦ୍ଧି, ମୂଲ୍ୟ ମିଶ୍ରଣ, ବ୍ୟବସାୟ ତଥା ରପ୍ତାନୀ କ୍ଷେତ୍ରରେ କାମ କରିବ । ବିଶେଷକରି ବିଦେଶକୁ ଅଧିକ ପରିମାଣର ଉତ୍କୃଷ୍ଟ ହଳଦୀ ଏବଂ ହଳଦୀଜାତ ସାମଗ୍ରୀ ରପ୍ତାନୀ କରି ଭାରତ ତାହାର ଅଗ୍ରଣୀ ସ୍ଥିତିକୁ ଆହୁରି ଯେପରି ସୁଦୃଢ କରିପାରିବ ସେ ଦିଗରେ ଏହି ବୋର୍ଡ ଉଦ୍ୟମ ଜାରି ରଖିବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)