କୃଷି ଏବଂ କୃଷକ କଲ୍ୟାଣ ବିଭାଗ, ସୋନିପତ ଏବଂ ସୂର୍ଯ୍ୟ ଫାଉଣ୍ଡେସନର ମିଳିତ ସହଯୋଗରେ ଗତକାଲି ୧୮ ଡିସେମ୍ବର ୨୦୨୪ ରେ ହରିୟାଣାର ସୂର୍ଯ୍ୟ ସାଧନା ସ୍ଥଳ ଠାରେ ଏକ ଦିନିଆ ସ୍ୱତନ୍ତ୍ର ପ୍ରାକୃତିକ କୃଷି ତାଲିମ ଶିବିର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା କୃଷକମାନଙ୍କୁ ପ୍ରାକୃତିକ କୃଷି କୌଶଳ, ସେମାନଙ୍କର ଉପକାରିତା ଏବଂ ପରିବେଶ ଅନୁକୂଳ ଚାଷକୁ ଉତ୍ସାହିତ କରିବା।
୨୦୦ ରୁ ଅଧିକ ପ୍ରଗତିଶୀଳ କୃଷକଙ୍କ ଅଂଶଗ୍ରହଣ :
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୃଷି ଜାଗରଣ ର ମୁଖ୍ୟ ସମ୍ପଦକ ତଥା ପ୍ରତିଷ୍ଠାତା ଏମି ସି ଡୋମିନିକ ଉପସ୍ଥିତ ଥିଲେ l ବିଶେଷ ଅତିଥିମାନଙ୍କ ମଧ୍ୟରେ ହେମନ୍ତ ଶର୍ମା (ଭାଇସ ପ୍ରେସିଡେଣ୍ଟ, ସୂର୍ଯ୍ୟ ଫାଉଣ୍ଡେସନ୍), ଡକ୍ଟର ପୱନ ଶର୍ମା (ଉପ-ନିର୍ଦ୍ଦେଶକ, କୃଷି ଏବଂ କୃଷକ କଲ୍ୟାଣ ବିଭାଗ, ସୋନିପତ) ଏବଂ ବି କେ ପ୍ରମୋଦ (ଜୈବିକ କୃଷି ବିଶେଷଜ୍ଞ, ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରିଆ ବିଶ୍ୱବିଦ୍ୟାଳୟ, ସୋନିପତ) ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ ସୋନିପତ ଜିଲ୍ଲାର ୨୦୦ ରୁ ଅଧିକ ପ୍ରଗତିଶୀଳ କୃଷକ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ପ୍ରାକୃତିକ ଚାଷ ପ୍ରତି ଚାଷୀ ଶିଖିଲେ ବିଭିନ୍ନ ଦିଅ :
ଏହି କାର୍ଯ୍ୟକ୍ରମ ସମୟରେ କୃଷକମାନେ ପ୍ରାକୃତିକ ଚାଷର ବିଭିନ୍ନ ଦିଗ ବିଷୟରେ ଜାଣିଥିଲେ। ଏହି ପ୍ଲାଟଫର୍ମରେ ୮-୧୦ କୃଷକ ସେମାନଙ୍କର ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିଥିଲେ, ଯାହାକି ଅନ୍ୟ କୃଷକମାନଙ୍କୁ ପ୍ରେରଣା ଦେଇଥିଲା ଏବଂ ସ୍ୱଳ୍ପ ମୂଲ୍ୟ ଏବଂ ଜୈବିକ ପ୍ରଣାଳୀ ସହିତ କିପରି ଭଲ ଉତ୍ପାଦନ କରାଯିବ ତାହା ବୁଝାଇବାରେ ସାହାଯ୍ୟ କରିଥିଲା l ବର୍ତ୍ତମାନ ରାଜ୍ୟ ସରକାର ଏ କେନ୍ଦ୍ର ସରକାର ପ୍ରାକୃତିକ ଚାଷ ପ୍ରତି ଚାଷୀଙ୍କୁ ଉତ୍ସାହିତ କରୁଛନ୍ତି l ପ୍ରାକୃତିକ କୌଶଳରେ ଚାଷୀଙ୍କ ପାଇଁ ଏହା ବିଭିନ୍ନ କ୍ଷେତ୍ର ଲଭଯୋଗୀ ହୋଇପାରୁଛି l ଖର୍ଚ୍ଚ ମଧ୍ୟ ଖୁବ ଅଳ୍ପ ହେଉଛଗହୀ ଚାଷୀଙ୍କର l
କୃଷକମାନଙ୍କୁ ‘କୋଟିପତି କୃଷକ’ କରିବାର ଦର୍ଶନ କ'ଣ :
ମୁଖ୍ୟ ଅତିଥି ଏମ ସି ଡୋମିନିକ୍ ତାଙ୍କ ପ୍ରେରଣାଦାୟକ ସମ୍ବୋଧନରେ କହିଥିଲେ, "ଦେଶର କୃଷକମାନେ ସମୃଦ୍ଧ ହେବା, 'ମିଲିୟନର କୃଷକ' ହେବା ଏବଂ ସେମାନଙ୍କ କ୍ଷେତ୍ରର ନାମକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଉଚିତ୍ । ଆମର ଲକ୍ଷ୍ୟ ହେଉଛି କୃଷକ ସମ୍ପ୍ରଦାୟକୁ ଏହି ଉପାୟରେ ସଶକ୍ତ କରିବା । ଆମେ ଚାହୁଁ କୃଷକ ପୁଅ ଜଣେ ଡାକ୍ତର, ଇଞ୍ଜିନିୟର ଏବଂ ବୈଜ୍ଞାନିକ ହୁଅନ୍ତୁ ଏବଂ ଜଣେ ଡାକ୍ତର ତଥା ଇଞ୍ଜିନିୟରଙ୍କ ପୁଅ କୃଷକ ହେବା ପାଇଁ ଗର୍ବିତ ମଧ୍ୟ ହେବା ଉଚିତ୍ । ବିଭିନ୍ନ କ୍ଷେତ୍ରରେ ଚାଷୀଙ୍କୁ ମଧ୍ୟ ଉଚିତ ସମ୍ମାନ ମିଳିବା ଆବଶ୍ୟକ ରହିଛି l ଚାଷୀର ଶ୍ରମ ଯେପରି ସମ୍ମାନିତ ହୋଇପାରୁ ବିଭିନ୍ନ କ୍ଷେତ୍ରରେ l ଏହି ସଫଳ ଚାଷୀଙ୍କୁ ସମ୍ମାନିତ କରିବାକୁ କୃଷି ଜାଗରଣ "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ " ଭଳି କୃଷି ମହାକୁମ୍ଭ ଆୟୋଜନ କରିଛି l ଯେଉଁଠି ଚାଷୀଙ୍କୁ ତାଙ୍କ ସଫଳତା କୃଷି ପାଇଁ ସେମାନଙ୍କୁ ସମ୍ମାନିତ କରାଯାଉଛି l
Read more:
Mahindra Tractor: ବାଗମାଲ ଗୁଜ୍ଜରଙ୍କ ର ସଫଳ କାହାଣୀ !
ଗୁରୁମେଜ ସିଂ ଙ୍କ କାହାଣୀ: ମହିନ୍ଦ୍ରା ଟ୍ରାକ୍ଟର ସହ ସଫଳତାର ଉଚ୍ଚତା !