News

NCDEX: MFOI 2023 ର ସହ ପ୍ରାୟୋଜକ

ଆଉ କିଛିଦିନ ପରେ ନୂଆ ଦିଲ୍ଲୀର ପୁସା ମେଳା ପଡିଆ ଠାରେ ଆୟୋଜିତ ହେବ କୃଷି ମହା ସମ୍ମିଳନୀ l ଯେଉଁଠି ଦେଶର କୋଟିପତି କୃଷକଙ୍କୁ କରାଯିବ ସମ୍ମାନିତ l ଦେଶ ଶୁଣିବା ସେହି ସଫଳ ଚାଷୀଙ୍କ ସଂଘର୍ଷର କାହାଣୀ l

02 December, 2023 2:18 PM IST By: Tanushree Mahapatra

ଆଉ କିଛିଦିନ ପରେ ନୂଆ ଦିଲ୍ଲୀର ପୁସା ମେଳା ପଡିଆ ଠାରେ ଆୟୋଜିତ ହେବ କୃଷି ମହା ସମ୍ମିଳନୀ l ଯେଉଁଠି ଦେଶର କୋଟିପତି କୃଷକଙ୍କୁ କରାଯିବ ସମ୍ମାନିତ l ଦେଶ ଶୁଣିବା ସେହି ସଫଳ ଚାଷୀଙ୍କ ସଂଘର୍ଷର କାହାଣୀ l ଯାହାକୁ ଶୁଣି ଅନ୍ୟ ଚାଷୀ ହେବ ଅଧିକ ରୁ ଅଧିକ ଉତ୍ସାହିତ ଚାଷପ୍ରତି l ସେମାନେ ଆପଣେଇଥିବା ବିଭିନ୍ନ ଚାଷ ପ୍ରଣାଳୀ ସହିତ ଅବଗତ ହେବେ ଚାଷୀ l ଦେଶରେ ପ୍ରଥମ କରି ଏ ଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି l

ଆସନ୍ତା ସପ୍ତାହ କୃଷି ଜାଗରଣ ଦ୍ୱାରା ଆୟୋଜିତ ହେବାକୁ ଯାଉଛି ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ l ଡ଼ିସେମ୍ବର ୬ ତାରିଖ ରୁ ୮ ତାରିଖ ୩ ଦିନ ଧରି ଏହା ଆୟୋଜିତ ହେବାକୁ ଯାଉଛି l ଯେଉଁଠି ସାମିଲ ହେବେ କୃଷି ଜଗତ ସହିତ ଯଦି ଅନେକ ବଡ ବଡ ବ୍ୟବସାୟୀ , ଶିଳ୍ପପତି , କୃଷି ସଂସ୍ଥା ଓ ଅନୁଷ୍ଠାନ , ବୈଷୟିକ ସଂସ୍ଥା , କୃଷି ବୈଜ୍ଞାନିକ କେନ୍ଦ୍ରର ବୈଜ୍ଞାନିକମାନେ , ସଫଳ ଚାଷୀ l ସବୁଠାରୁ ବଡ଼ ବିଷୟ ହେଲା ଏହି ସମ୍ମିଳନୀ ତଥା କୃଷି ମହାକୁମ୍ଭର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l ଯାହା କେବଳ ଏକ ନା ନୁହେଁ ବରଂ ଏକ ଉଚ୍ଚ ବ୍ରାଣ୍ଡ l ଯିଏ ନିଜ ସେବା ଦେଶ ତଥା ଦେଶ ବାହାରେ ମଧ୍ୟ ଜାରି ରଖିଛି l

ଆଉ ଏବେ ଏହି ବିଶାଳ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି  NCDEX l ଏହି କମ୍ପାନୀ କୃଷି ଜଗତରେ ଉଚିତ ବଜାର ସୃଷ୍ଟି କରିବାରେ ନିଜ କାର୍ଯ୍ୟ ଜାରି ରଖିଛି l ନ୍ୟାସନାଲ୍ କମୋଡିଟି ଆଣ୍ଡ ଡେରିଭେଟିଭ୍ ଏକ୍ସଚେଞ୍ଜ୍ ଲିମିଟେଡ୍ (NCDEX) ହେଉଛି ଟେକ୍ନୋଲୋଜି-ଡ୍ରାଇଭ୍ ଅନ୍ଲାଇନ୍ କମୋଡିଟି ଏକ୍ସଚେଞ୍ଜ୍ ଯାହାକି ଉଚିତ ବଜାର ସୃଷ୍ଟି କରେ ଗ୍ରାହକ ଓ ଚାଷୀଙ୍କ ମଧ୍ୟରେ l 

ବଜାର ଉତ୍ପାଦକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ବାଣିଜ୍ୟ କରିବାକୁ ବଜାର ଅଂଶଗ୍ରହଣକାରୀଙ୍କ ପାଇଁ ଏକ ବିଶ୍ୱ ସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରିବାକୁ ଏହା ପ୍ରତିବଦ୍ଧ l ତେବେ ଏଭଳି ଏକ କମ୍ପାନୀରେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ଏକ ଖୁସିର ବିଷୟ l ତେବେ ଆପଣ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହୁଅନ୍ତୁ l ନିମ୍ନରେ ଦିଆଯାଇଥିବା ଲିଙ୍କକୁ ଯାଇ ଭିସିଟର ପାସ ପାଇଁ ଆବେଦନ କରନ୍ତୁ l

For the visitor’s pass, click: https://millionairefarmer.in/get-visitor-pass/

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)