ଯଦି ଆପଣ ରାସନ କାର୍ଡର ହିତାଧିକାରୀ ତେବେ ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ରାଜ୍ୟ ସରକାର ସମୟ ସମୟରେ ରାସନ କାର୍ଡ ତାଲିକାକୁ ଅପଡେଟ୍ କରନ୍ତି । ଯଦି ଏଥିରେ କୌଣସି ଅସଙ୍ଗତି ଦେଖାଯାଏ ତେବେ ରାସନ କାର୍ଡ ମଧ୍ୟ ବାତିଲ ହୋଇଯାଏ । ଏହା ଅନ୍ତର୍ଗତ ଯଦି ଆପଣ ଦୀର୍ଘ ସମୟ ଧରି ନିଜ ରାସନ କାର୍ଡର ବ୍ୟବହାର ଖାଦ୍ୟ ଶସ୍ୟ ନେବା ପାଇଁ କରିନାହାଁନ୍ତି, ତେବେ ଆପଣଙ୍କର କାର୍ଡ ବାତିଲ ହୋଇପାରେ ।
ଆପଣଙ୍କୁ କହି ରଖୁଛୁ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (National Food Security Scheme) ଅଧୀନରେ ରାସନ କାର୍ଡ ଧାରକଙ୍କ ପରିବାରକୁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ଏଥିରେ ପବ୍ଲିକ ବିତରଣ ସିଷ୍ଟମ (Public Distribution System) ଅନ୍ତର୍ଗତ ପରିବାରର ସଦସ୍ୟଙ୍କ ସଂଖ୍ୟାକୁ ଆଧାର କରି ସରକାର ଲୋକଙ୍କୁ ଶସ୍ତା ଦରରେ ରାସନ ଯୋଗାଉଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଗରିବ ପରିବାରକୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ।
ବାସ୍ତବରେ, ରାସନ ବିଭାଗରେ ଆପଣ କେଉଁ ମାସରେ କେତେ ରାସନ (Ration) ଗ୍ରହଣ କରିଛନ୍ତି ଓ ଆପଣଙ୍କ ପରିବାରରେ କେତେଜଣ ସଦସ୍ୟ ଅଛନ୍ତି, ଏହିପରି ସମସ୍ତ ତଥ୍ୟ ରାସନ କାର୍ଡ (Ration Card) ରେ ମହଜୁଦ ଥାଏ । ନିୟମ ଅନୁଯାୟୀ, ଯଦି ଆପଣଙ୍କ ନାମରେ ଏକ ରାସନ କାର୍ଡ ଅଛି ତେବେ ଆପଣ PDS ରେ ଖାଦ୍ୟ ଶସ୍ୟ ପାଇବେ । କିନ୍ତୁ, ସମ୍ପ୍ରତି ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଏହିପରି ସମସ୍ତ ରାସନ କାର୍ଡ ବାତିଲ କରାଯାଇଛି, ଯାହା ଦୀର୍ଘ ସମୟ ଧରି ବ୍ୟବହୃତ ହୋଇନଥିଲା ।
ବିଭାଗ ଅନୁଯାୟୀ, ଯଦି ଏକ ରାସନ କାର୍ଡଧାରୀ ୬ ମାସ ଧରି ରାସନ ଗ୍ରହଣ କରିନାହାଁନ୍ତି, ତେବେ ନିୟମ ଅନୁଯାୟୀ ହିଁ ଏହା ପ୍ରମାଣିତ ହୋଇଛି ଯେ ଶସ୍ତା ଦରରେ ଉପଲବ୍ଧ ଖାଦ୍ୟଶସ୍ୟର ଆବଶ୍ୟକତା ନାହିଁ କିମ୍ବା ଅନ୍ୟଥା ସେ ରାସନ ନେବାକୁ ଯୋଗ୍ୟ ନୁହଁନ୍ତି । ଏଭଳି ପରିସ୍ଥିତିରେ ଯିଏ ୬ ମାସ ଧରି ରାସନ ଗ୍ରହଣ କରି ନାହାଁନ୍ତି, ତାହାକୁ ଆଧାର କରି ଜଣେ ବ୍ୟକ୍ତିଙ୍କ ରାସନ କାର୍ଡ (Ration Card) ରଦ୍ଦ କରିହେବ । ରାଜଧାନୀ ଦିଲ୍ଲୀ (Delhi),ବିହାର Bihar ଏବଂ ଝାଡ଼ଖଣ୍ଡ (Jharkhand)ରେ ରାସନକୁ ନେଇ ସମାନ ନିୟମ ଲାଗୁ ରହିଛି ।
ଏପରି ପରିସ୍ଥିତିରେ ଯଦି ଆପଣଙ୍କର ରାସନ କାର୍ଡ (Ration Card) ବାତିଲ ହୁଏ, ତେବେ ଆପଣ ଏହାକୁ ପୁନର୍ବାର ସକ୍ରିୟ କରିପାରିବେ । ଏଥିପାଇଁ ଆପଣଙ୍କୁ ନିଜ ରାଜ୍ୟରେ AePDS ର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି କିଛି ଔପଚାରିକତା କରିବାକୁ ପଡିବ । କେବଳ ଏତିକି ନୁହେଁ, ଆପଣ ସମଗ୍ର ଭାରତରେ AePDS ରାସନ କାର୍ଡ ପୋର୍ଟାଲ ଭିଜିଟ କରି ଏହାକୁ ସକ୍ରିୟ ବା ଆକ୍ଟିଭ କରିପାରିବେ ।
୧. ପ୍ରଥମେ ଆପଣ ରାଜ୍ୟ କିମ୍ବା କେନ୍ଦ୍ରୀୟ AePDS ପୋର୍ଟାଲକୁ ଯାଆନ୍ତୁ ।
୨. ବର୍ତ୍ତମାନ 'ରାସନ କାର୍ଡ ସଂଶୋଧନ' ବିକଳ୍ପ ଖୋଜନ୍ତୁ ଏବଂ ଏଥିରେ ହିଁ କ୍ଲିକ୍ କରନ୍ତୁ ।
୩. ବର୍ତ୍ତମାନ ଆପଣ ରାସନ କାର୍ଡ ସଂଶୋଧନ ପୃଷ୍ଠାକୁ ଯାଆନ୍ତୁ ଓ ଆପଣଙ୍କର ରାସନ ନମ୍ବର ଖୋଜିବା ପାଇଁ ଫର୍ମକୁ ପୂରଣ କରନ୍ତୁ ।
୪. ବର୍ତ୍ତମାନ ଯଦି ଆପଣଙ୍କର ରାସନ କାର୍ଡ (Ration Card)ସୂଚନାରେ କୌଣସି ତ୍ରୁଟି ଅଛି, ତେବେ ଏହାକୁ ସଂଶୋଧନ କରନ୍ତୁ ।
୫. ସଂଶୋଧନ କରିବା ପରେ ସ୍ଥାନୀୟ PDS କାର୍ଯ୍ୟାଳୟ ପରିଦର୍ଶନ କରନ୍ତୁ ଓ ପୁନର୍ବିଚାର ଆବେଦନ ଜମା କରନ୍ତୁ ।
୬. ଯଦି ଆପଣଙ୍କର ରାସନ୍ କାର୍ଡ (Ration Card)ଆକ୍ଟିଭେସନ୍ ଆବେଦନ ଗ୍ରହଣ କରାଯାଏ, ତେବେ ଆପଣଙ୍କର ବାତିଲ୍ ହୋଇଥିବା ରାସନ କାର୍ଡ ପୁନର୍ବାର ସକ୍ରିୟ ହେବ ।
ରାସନ କାର୍ଡ ତାଲିକାରୁ କଟାଯିବ ଏହି ୪ ଲକ୍ଷ ଲୋକଙ୍କ ନାମ, ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ
ଖୁସି ଖବର ; ଏଣିକି ରାସନ କାର୍ଡ ବିନା ମାଗଣାରେ ମିଳିବ ରାସନ, ଉଠାନ୍ତୁ ଲାଭ...