News

ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ନୂଆ ଖୁଲାସା ।

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ବିରୋଧ କରୁଥିବା ଚାଷୀଙ୍କ ଉପରେ କାର ଚଢ଼ାଇଥିବା ଅଭିଯୋଗ ହୋଇଛି।

07 October, 2021 11:26 AM IST By: KJ Staff

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ବିରୋଧ କରୁଥିବା ଚାଷୀଙ୍କ ଉପରେ କାର ଚଢ଼ାଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ସମୟରେ ୮ ଜଣଙ୍କର ମୃତ୍ୟୁ ଘଟିଛି, ଯାହାର ପୋଷ୍ଟମର୍ଟମ ରିପୋର୍ଟ ବର୍ତ୍ତମାନ ବାହାରକୁ ଆସିଛି।  ଏହି ରିପୋର୍ଟରେ ଅନୁଯାୟୀ ୮ ଜଣଙ୍କର ମୃତ୍ୟୁ ବୁଲେଟ୍ କାରଣରୁ ନୁହେଁ, ବରଂ ଆଘାତ, ଅତ୍ୟଧିକ ରକ୍ତସ୍ରାବ ଏବଂ ମସ୍ତିଷ୍କ ରକ୍ତସ୍ରାବ ହେତୁ ଘଟିଛି ଏବଂ ପୋଷ୍ଟମର୍ଟମ ରିପୋର୍ଟରେ ବୁଲେଟ୍ ର କୌଣସି ମାର୍କ ମିଳିନାହିଁ।

ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି ଯେ ମସ୍ତିଷ୍କରେ ଅତ୍ୟଧିକ ରକ୍ତସ୍ରାବ ହେତୁ ୧୮ ବର୍ଷୀୟ କୃଷକ ଲଭପ୍ରୀତ ସିଂହଙ୍କର ମୃତ୍ୟୁ ଘଟିଛି।  ଏଥିସହିତ ଗୁରୁବିନ୍ଦର ସିଂଙ୍କର ତୀକ୍ଷ୍ଣ ବସ୍ତୁ ଦ୍ୱାରା ଆଘାତ ହେତୁ ମୃତ୍ୟୁ ଘଟିଛି।  ଏହା ସହିତ ଦଲଜିତ ସିଂଙ୍କ ମୃତ୍ୟୁର କାରଣ ମଧ୍ୟ ଟଣାଓଟରା ଯୋଗୁଁ ହୋଇଛି ବୋଲି  କୁହାଯାଉଛି ଏବଂ ଛତ୍ର ସିଂଙ୍କର ମୃତ୍ୟୁ ମସ୍ତିଷ୍କ ରକ୍ତସ୍ରାବ ଏବଂ କୋମା ଯୋଗୁଁ ହୋଇଛି ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ,  ଲକ୍ଷ୍ମୀପୁର ଖେରୀରେ ଏହି ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସୁଛି, ନିକଟରେ ଏକ ହିଂସା ସହ ଜଡିତ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଇଛି ଯେ, ଏକ କାର ପ୍ରଦର୍ଶନୀକାରୀ କିପରି ଭାବରେ ଜାଣିଶୁଣି ବିରୋଧ କରୁଥିବା ଚାଷୀଙ୍କୁ ଗାଡ଼ି ଚଢାଇ ଦେଉଛି। ବର୍ତ୍ତମାନ ସରକାର ଏହି ସମଗ୍ର ବିଷୟ ଦ୍ୱାରା ଘେରିହୋଇ ରହିଛନ୍ତି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)