News

ବଦଳିଗଲା ନିୟମ: ଜାଣନ୍ତୁ ନଚେତ ହେବେ ହଇରାଣ

ମାଗଣା ଅନଲାଇନ୍‌ ଅପଡେଶନ ଲାଗି ଜୁନ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ସମୟ....

01 June, 2024 12:37 PM IST By: Tanushree Mahapatra

ଆଜିଠାରୁ ଲାଗୁ ହୋଇଛି ରାଜ୍ୟରେ କିଛି ନୂଆ ନିୟମ ରାଜ୍ୟବାସୀଙ୍କ ପାଇଁ । ଘରୋଇ ଗ୍ୟାସ ସିଲିଣ୍ଡର ରୁ ଆରମ୍ଭ କରି ଗାଡ଼ି ଚଳାଇବା ଟ୍ରାଫିକ୍‌ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏବେ ରାଜ୍ୟରେ ଟ୍ରାଫିକ ନିୟମ ପୂର୍ବଠାରୁ ପ୍ରଚଳିତ ଥିବା ନିୟମ ଠାରୁ ଅଧିକ କଠିନ ହୋଇଛି । ଏହାଛଡ଼ା ଆଧାର କାର୍ଡରେ ମାଗଣା ଅନଲାଇନ୍‌ ଅପଡେଶନ ଲାଗି ଜୁନ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ସମୟ ମିଳିଛି । ଏହାରି ମଧ୍ୟରେ ସେମାନେ ନିଜ କାର୍ଡରେ ପରିବର୍ତ୍ତନ କରିପାରିବେ l ତେବେ କେଉଁ କେଉଁ ବିଷୟରେ ଉପରେ ପରିବର୍ତ୍ତନ ହୋଇଛି ଆସନ୍ତୁ ଜାଣିବା l

ଆଧାର କାର୍ଡ ଅପ୍‌ଡେଟ୍‌:

UIDAI ଆଧାର କାର୍ଡକୁ ମାଗଣାରେ ଅପଡେଟ୍‌ କରିବାର ପ୍ରଦାନ କରିଥିବା ଡେଡଲାଇନ୍‌କୁ ବଢ଼ାଇ ଦେଇଛି ଯାହାକି  ଜୁନ ୧୪ ତାରିଖକୁ ପରିବର୍ତ୍ତନ କରାଯାଇଛି । ଏହାକୁ ଅନେକ ଥର ଆଗକୁ ବଢ଼ାଯାଇଛି ଜନତାଙ୍କ ପାଇଁ ପୂର୍ବରୁ । ଏଣୁ ଏହାକୁ ଆଉ ଆଗକୁ ବଢ଼ାଇବାର ସମ୍ଭାବନା କମ୍‌ ରହିଛି ତେବେ ଏଥିପାଇଁ ଆଜିଠାରୁ ଆବେଦନ କ୍ରିୟା ଆରମ୍ଭ ହୋଇଯିବ । ଏହାକୁ ମାଗଣାରେ ଅପ୍‌ଡେଟ୍‌ କରାଇବା ପାଇଁ କାର୍ଡଧାରୀଙ୍କ ପାଖରେ ଅଳ୍ପ ଦିନ ସମୟ ରହି ଯାଇଛି । ଏହାପରେ ଏହି ମାଗଣା ପରିବର୍ତ୍ତନ ପ୍ରକ୍ରିୟା କୁ ବନ୍ଦ କରି ଦିଆଯିବ ଯେଉଁଥିପାଇଁ ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡ଼ିବ l

ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ:

ଜୁନ ପହିଲାରୁ ଜଣେ ଡ୍ରାଇଭିଂ ସ୍କୁଲରେ ମଧ୍ୟ ଡ୍ରାଇଭିଂ ଟେଷ୍ଟ କରିପାରିବେ ନିଜର । ଏଯାବତ ଏହି ଟେଷ୍ଟ କେବଳ RTO ପକ୍ଷରୁ ଜାରି ହୋଇଥିବା ସରକାରୀ ସେଣ୍ଟରରେ ହେଉଥିଲା । ଏବେ ପ୍ରାଇଭେଟ୍‌ ଇନଷ୍ଟିଚ୍ୟୁଟ୍‌ରେ ମଧ୍ୟ ଆପଣ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । ଏଠାରେ ମଧ୍ୟ ଲାଇସେନ୍ସ ମିଳିବ ଆପନ୍ନାଙ୍କୁ । ଏହାଛଡ଼ା ଜୁନ ୧ ତାରିଖରୁ ନୂଆ ପରିବହନ ନିୟମ ମଧ୍ୟ ଲାଗୁ ହେଉଛି । ଏହାର ଉଲ୍ଲଂଘନ କଲେ ଆପଣଙ୍କୁ ଜରିମାନା ଦେବାକୁ ହେବ। ନୂଆ ନିୟମ ଅନୁଯାୟୀ ଆପଣ ଯଦି ଦ୍ରୁତ ଗତିରେ ଗାଡ଼ି ଚଳାନ୍ତି ତେବେ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ । ସେହିଭଳି ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ଆପଣଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ହେବ । ହେଲମେଟ୍‌ ଏବଂ  ସିଟ୍‌ ବେଲ୍ଟ ପିନ୍ଧି ନ ଥିଲେ ମୋଟ ୧୦୦ ଟଙ୍କା ଦେବାକୁ ହେବ।

ବ୍ୟାଙ୍କ କର୍ମଚାରୀଙ୍କ ଛୁଟି:

ଜୁନ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ରହିଛି । ଏଥିରେ ରବିବାର ସହିତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଜୁନ ମାସରେ ରହିଥିବାରୁ ବ୍ୟାଙ୍କ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଅନ୍ୟପଟେ ବାକି ୪ ଦିନ ଅନ୍ୟାନ୍ୟ ପର୍ବକୁ ନେଇ ବନ୍ଦ ରହିବ ବ୍ୟାଙ୍କ । କିଛି କିଛି ରାଜ୍ୟକୁ ଛାଡ଼ିଦେଲେ ଦେଶର ପ୍ରାୟ ସମସ୍ତ ବ୍ୟାଙ୍କରେ ଏହି ଛୁଟି ଲାଗୁ ହେବ।

SBI କ୍ରେଡିଟ୍‌ କାର୍ଡ:

ଜୁନ ପହିଲାରୁ SBI କ୍ରେଡିଟ୍‌ କାର୍ଡ ନିୟମରେ ମଧ୍ୟ କିଛି ବଦଳିବାକୁ ଯାଉଛି। ସୂଚନା ଅନୁଯାୟୀ , ଜୁନ ମାସ ୨୦୨୪ରୁ କିଛି କ୍ରେଡିଟ୍‌ କାର୍ଡ ପାଇଁ ସରକାରୀ ସମ୍ବନ୍ଧିୟ ଟ୍ରାନ୍ଜାକ୍ସନରେ ରିଓ୍ବାର୍ଡ ପଏଣ୍ଟ ଲାଗୁ ହେବ ନାହିଁ ଯାହା ଗ୍ରାହକଙ୍କୁ ଝଟକା ଦେଇଛି । ଏଥିରେ ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ପ୍ରଚଳିତ ହେଉଥିବା ଅନେକ କାର୍ଡରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିବ ।

ଅଧିକ ପଢ଼ନ୍ତୁ

ଅଦା ଲଗାଇବ ହୃଦଘାତରେ ବ୍ରେକ୍ ! ଜାଣନ୍ତୁ କିପରି....?

ପ୍ରଧାନମନ୍ତ୍ରୀ ମୁଦ୍ରା ଲୋନ ଯୋଜନା:ସହଜ ସର୍ତ୍ତରେ,୧୦ ଲକ୍ଷ ଲୋନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)