News

ସପ୍ତାହରେ ୩ ଦିନ ଛୁଟି, ୪ ଦିନ କାମ

କର୍ମଚାରୀମାନଙ୍କ ପାଇଁ ଆସିଲା ଏକ ଖୁସି ଖବର । ଏଣିକି ସେମାନେ କାର୍ଯ୍ୟ ସମୟ ଏବଂ ସାପ୍ତାହିକ ଛୁଟିରେ ମଧ୍ୟ ଆରାମ ପାଇପାରିବେ ।

20 December, 2021 4:28 PM IST By: Sudesna Nayak

କର୍ମଚାରୀମାନଙ୍କ ପାଇଁ ଆସିଲା ଏକ ଖୁସି ଖବର । ଏଣିକି ସେମାନେ କାର୍ଯ୍ୟ ସମୟ ଏବଂ ସାପ୍ତାହିକ ଛୁଟିରେ ମଧ୍ୟ ଆରାମ ପାଇପାରିବେ ।

ବାସ୍ତବରେ କହିବାକୁ ଗଲେ, ମଜୁରୀ, ସାମାଜିକ ନିରାପତ୍ତା, ଶିଳ୍ପ ସମ୍ପର୍କ (Industrial Relations) ଏବଂ ବୃତ୍ତିଗତ ସୁରକ୍ଷା (Occupation Safety) ଏବଂ ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ଉପରେ ଚାରୋଟି ଲେବର କୋଡ୍ (Labour Codes) ଆସନ୍ତା ଆର୍ଥିକ ବର୍ଷ ୨୦୨୨-୨୩ (FY23) ଦ୍ୱାରା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ଏହି ସୂଚନା ପ୍ରଦାନ କରି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅତି କମରେ ୧୩ ଟି ରାଜ୍ୟ ହିଁ ଏହି ଆଇନଗୁଡ଼ିକ ପାଇଁ ଡ୍ରାଫ୍ଟ ନିୟମ (Draft Rules) ପ୍ରସ୍ତୁତ କରିଛନ୍ତି ।

ଏହି ଲେବର କୋଡ୍ ଗୁଡିକ ଅଧୀନରେ କେନ୍ଦ୍ର ନିୟମାବଳୀ ଚୂଡାନ୍ତ କରିସାରିଛି । ଯାହାକୁ ନେଇ ବର୍ତ୍ତମାନ ରାଜ୍ୟଗୁଡିକ ନିଜସ୍ୱ ନିୟମ କରିବାକୁ ପଡିବ, କାରଣ ଶ୍ରମ ଏକକାଳୀନ ତାଲିକାର ବିଷୟ ଅଟେ । ଅଧିକାରୀ କହିଛନ୍ତି ଯେ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ଚାରୋଟି ଲେବର କୋଡ୍ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଅଛି ।


ବହୁ ସଂଖ୍ୟକ ରାଜ୍ୟ ସେମାନଙ୍କ ଡ୍ରାଫ୍ଟ ନିୟମ ଚୂଡ଼ାନ୍ତ କରିସାରିଥିବାରୁ ଆସନ୍ତା ଆର୍ଥିକ ବର୍ଷରେ ୨୦୨୨-୨୩ ରେ ଏହି ଚାରୋଟି ଲେବର କୋଡ୍ କାର୍ଯ୍ୟକାରୀ ହେବାର ବହୁତ ସମ୍ଭାବନା ରହିଛି । ଫେବୃଆରୀ ୨୦୨୧ ରେ କେନ୍ଦ୍ର ଏହି କୋଡଗୁଡିକର ଡ୍ରାଫ୍ଟ ନିୟମ ଚୂଡାନ୍ତ ପ୍ରକ୍ରିୟା ଶେଷ କରିସାରିଛି, କିନ୍ତୁ ଶ୍ରମ ଏକକାଳୀନ ବିଷୟ ହୋଇଥିବାରୁ କେନ୍ଦ୍ର ଚାହୁଁଛି ଯେ ରାଜ୍ୟମାନେ ହିଁ ଏହାକୁ ଏକକାଳୀନ କାର୍ଯ୍ୟକାରୀ କରନ୍ତୁ ।

ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ଉପରେ ଅତି କମରେ ୧୩ ଟି ରାଜ୍ୟ ଶ୍ରମ ସଂହିତା ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଏହା ବ୍ୟତୀତ ୨୪ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଜୁରୀ ଉପରେ ଶ୍ରମ କୋଡର ନିୟମ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ୨୦ ଟି ରାଜ୍ୟ ଶିଳ୍ପ ସମ୍ପର୍କ ଲେବର କୋଡ୍ ଡ୍ରାଫ୍ଟ ନିୟମ ପ୍ରସ୍ତୁତ କରିଛନ୍ତି ଏବଂ ୧୮ ଟି ରାଜ୍ୟ ସାମାଜିକ ସୁରକ୍ଷା କୋଡର ଡ୍ରାଫ୍ଟ ନିୟମ ପ୍ରସ୍ତୁତ କରିଛନ୍ତି ।

ନୂତନ ଡ୍ରାଫ୍ଟ ଆଇନରେ ଦୈନିକ ସର୍ବାଧିକ କାର୍ଯ୍ୟ ସମୟକୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ରହିଛି । ଯଦିଓ ଆପଣଙ୍କୁ ସପ୍ତାହରେ ମାତ୍ର ୪୮ ଘଣ୍ଟା କାମ କରିବାକୁ ପଡିବ । ଯଦି ଜଣେ ବ୍ୟକ୍ତି ଦିନକୁ 8 ଘଣ୍ଟା କାମ କରେ ତାହେଲେ ତାଙ୍କୁ ସପ୍ତାହରେ ୬ ଦିନ କାମ କରିବାକୁ ପଡିବ ଏବଂ ଦିନକୁ ୧୨ ଘଣ୍ଟା କାମ କରୁଥିବା ବ୍ୟକ୍ତିଙ୍କୁ ସପ୍ତାହରେ ୪ ଦିନ କାମ କରିବାକୁ ପଡିବ । ଯାହକୁ ନେଇ କର୍ମଚାରୀମାନେ ଗୋଟିଏ କିମ୍ବା ୨ ଦିନ ବଦଳରେ ସପ୍ତାହରେ ୩ ଦିନ ଛୁଟି ପାଇପାରିବେ ।

7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ, ନୂଆ ବର୍ଷରେ ପୁଣି ବଢ଼ିବ ଦରମା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)