News

ଏନ୍. ଆଇ. ଏ.ଏମ୍, ଜୟପୁର ର ନମୁନା "ଆକୁଆକଲଚର ବିଜନେସ ସ୍କୁଲ୍ " ଏବେ ଖୋର୍ଦ୍ଧା ଜିଲ୍ଲା ରେ ଉଜ୍ଜାପିତ....

୭ ଡିସେମ୍ବର ,ଖୋର୍ଦ୍ଧା ଅନ୍ତର୍ଗତ ଟାଙ୍ଗୀ ବ୍ଲକ ର ବିଷ୍ନୁପୂର୍ ଗ୍ରାମ ରେ ଆଇ.ସି.ଏ.ଆର୍ ସିଫା ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା ଓ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କର ମିଳିତ ଉଦ୍ୟମ ରେ ଉଜ୍ଜାପିତ ହୋଇଛି ଆକୁଆକଲଚର ବିଜନେସ ସ୍କୁଲ୍

07 December, 2018 7:41 PM IST By: KJ Staff

୭ ଡିସେମ୍ବର ,ଖୋର୍ଦ୍ଧା ଅନ୍ତର୍ଗତ ଟାଙ୍ଗୀ ବ୍ଲକ ର ବିଷ୍ନୁପୂର୍ ଗ୍ରାମ ରେ ଆଇ.ସି.ଏ.ଆର୍ ସିଫା ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା ଓ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କର ମିଳିତ ଉଦ୍ୟମ ରେ ଉଜ୍ଜାପିତ ହୋଇଛି ଆକୁଆକଲଚର ବିଜନେସ ସ୍କୁଲ୍।ଏନ୍. ଆଇ. ଏ.ଏମ୍, ଜିଲ୍ଲା ମତ୍ସ୍ୟ ଅଧିକାରୀ( ଡି.ଏଫ୍.ଓ)ଏବଂ କେ.ଭି.କେ ଖୋର୍ଦ୍ଧା ର ମିଳିତ ଉଦ୍ୟମ ରେ ଏହି ପରି ବିଦ୍ୟାଳୟ ଓଡ଼ିଶା ରେ ପ୍ରଥମ ଥରେ ଆରମ୍ଭ ହୋଇଛି।ଏହି ବିକଳ୍ପ ରେ ଏକ ଗ୍ରାମ ର ୨୫ ଟି ଚାଷୀ ଉପକୃତ ହେବ ବୋଲି ଯୋଜନା ରହିଛି।ଏହି ବିକଳ୍ପ ଅନ୍ତର୍ଗତ ସମସ୍ତ ସମସ୍ୟା ଓ ଗୁରୁତ୍ଵପୂର୍ଣ୍ଣ ସ୍ଥିତି ର ଚୟନ କରି , ବୈଜ୍ଞାନିକ ପଦ୍ଧତି ରେ ଉତ୍ପାଦନ ଏବଂ ତାର ବୃଦ୍ଧି ଓ ପରିଶେଷରେ ମାଛ ଚାଷୀ ମାନଙ୍କୁ ବଜାର ସହ ଯୋଡ଼ି ଅଧିକ ଲାଭବାନ ହେବାର ପ୍ରୟାସ କରାଯିବ।

କେ.ଭି.କେ ଖୋର୍ଦ୍ଧା ର ବରିଷ୍ଠ ଓ ମୁଖ୍ୟ ବୈଜ୍ଞାନିକ ଡ଼ଃ ପି.ଏନ୍. ଅନନ୍ତ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜଗଦୀଶ ପଣ୍ଡା ଚୟନ ହୋଇଥିବା ୨୫ ଟି ଚାଷୀଙ୍କୁ ଏହାର ଉପଯୋଗୀତା ଏବଂ ସମସ୍ୟା ଓ କାର୍ଯ୍ୟ ପ୍ରଣାଳୀ ର ପ୍ରଶିକ୍ଷଣ ଦେଇଥିଲେ।ସେହିପରି ଅନ୍ୟାନ୍ୟ ବୈଜ୍ଞାନିକ ପଦ୍ଧତି ରେ ଚାଷ ର ବର୍ଣ୍ଣନା କରିଥିଲେ ଜଗଦୀଶ ପଣ୍ଡା। ଉପକୃତ ଚାଷୀ ସମେତ ସମସ୍ତ ଅଧିକାରୀ ଉନ୍ନତ ମାନ ର ମାଛ ଚାଷ ର ଏକ ବିକଳ୍ପ ଦେଖିଥିଲେ ଏବଂ ଏହା ଅନ୍ତର୍ଗତ ଜଳ ପରୀକ୍ଷଣ ସୁବିଧା ର ଆରମ୍ଭ ହେବ ବୋଲି ନିଷ୍ପତି ନିଆଗଲା ।

ପୂର୍ବରୁ ଏହି ନମୁନା ର ପରିକଳ୍ପନା ଡଃ ପି.ଏନ୍.ଅନନ୍ତ ,ଡଃ.ପି. ଚନ୍ଦ୍ରଶେଖରା,(ନିର୍ଦେଶକ) ଏବଂ ଡଃ ମାନସୀ ମାଥୁର( ଶିକ୍ଷୟତ୍ରୀ ,ଏନ୍. ଆଇ. ଏ.ଏମ୍) , ଜୟପୁର ଙ୍କ ଦ୍ଵାରା କରାଯାଇଥିଲା ।୨୦୧୯ ରେ ୨ ଟି ପ୍ରଶିକ୍ଷଣ କୌଶଳ ବିକାଶ ଶିବିର ଏବଂ ପରିଦର୍ଶନ ର ଯୋଜନା ରହିଛି। ପରିଶେଷରେ ଡଃ ବି.ଆର. ପଲ୍ଲେଇ(ନିର୍ଦେଶକ, ସିଫା) ଙ୍କୁ ନିଜର ସହଯୋଗ ହେତୁ ଧନ୍ୟବାଦ୍ ଜ୍ଞାତ କରାଯାଇଥିଲା।ଏହି ଅବସରରେ ସମ୍ପ୍ରସାରଣ ମାଧ୍ୟମ ଭାବେ କୃଷି ଜାଗରଣ କାର୍ଯ୍ୟ କରୁଛି ଏବଂ ଚାଷୀଙ୍କ ହିତ ଲାଗି ଏକ ପାଠକର କ୍ଳବ୍ ଉପସ୍ଥାପନ କରିବାର ଯୋଜନା ମଧ୍ୟ କରାଯାଇଛି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)