ପୁଣି ଫେରିଲା ନାଇଟ୍ କର୍ଫ୍ୟୁ । ରାଜ୍ୟରେ ପୁଣି ଲାଗୁ ହେଲା ନାଇଟ୍ କର୍ଫ୍ୟୁ । କୋରୋନାର ତୃତୀୟ ସମ୍ଭାବ୍ୟ ଲହରକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ରାଜ୍ୟରେ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା କରିଛନ୍ତି । ଏହି କର୍ଫ୍ୟୁ ରାତି ୧୧ ଟା ସମୟରୁ ସକାଳ ୫ଟା ସମୟ ଯାଏଁ ରହିବ । ଆବଶ୍ୟକ ପଡିଲେ ଆଗାମୀ ଦିନରେ ଆହୁରି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ରାଜ୍ୟବାସୀମାନଙ୍କୁ ସମ୍ବୋଧନ କରି କୋଭିଡ୍ର ତୃତୀୟ ଲହରର ଆଶଙ୍କା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ କହିଛନ୍ତି ଯେ, ଅନେକ ମାସ ପରେ ମଧ୍ୟପ୍ରଦେଶରେ କୋଭିଡ୍ର ୩୦ ମାମଲା ଏବେ ସାମ୍ନାକୁ ଆସିଛି । ମହାରାଷ୍ଟ୍ର, ଗୁଜରାଟ ଏବଂ ଦିଲ୍ଲୀରେ କୋରୋନା ପଜିଟିଭ୍ କେସ୍ ବଢିବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ବ୍ୟକ୍ତ ମଧ୍ୟସକରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ପୂର୍ବର ଅଭିଜ୍ଞତାରୁ କହିଛନ୍ତି ଯେ, ରାଜ୍ୟରେ ଆଗକୁ ମଧ୍ୟ କୋରୋନା କେସ୍ ଆହୁରି ବଢିପାରେ । ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଆହୁରି କହିଛନ୍ତି ଯେ, ଗତକାଲି ମହାରାଷ୍ଟ୍ରରେ ୧୨୦୧ ଜଣ, ଗୁଜରାଟରେ ୯୧ ଜଣ ଏବଂ ଦିଲ୍ଲୀରେ ୧୨୫ ଜଣ କେସ୍ ଚିହ୍ନଟ ହୋଇସାରିଛି । ପୂର୍ବରୁ ଏହା ଦେଖିବାକୁ ମିଳିଛି ଯେ, ଗୁଜରାଟ-ମହାରାଷ୍ଟ୍ରରେ ଯେବେ କେସ୍ ବଢିଛି ତେବେ ମଧ୍ୟପ୍ରଦେଶରେ ମଧ୍ୟ ଏହାର ପ୍ରଭାବ ବହୁତ ଦେଖିବାକୁ ମିଳିଛି । ବର୍ତ୍ତମାନ କୋରୋନା ନିଜର ସ୍ଵରୂପ ବଦଳାଇଛି । ନୂତନ ସ୍ଵରୂପ ଓମିକ୍ରନ ଦେଶର ୧୬ ରାଜ୍ୟରେ ଚିହ୍ନଟ ହେଲେଣି । ଯାହାକୁ ନେଇ ଲୋକମାନଙ୍କ ଜନଜୀବନରେ ମଧ୍ୟ ବହୁତ ପ୍ରଭାବ ପକାଉଛି । ତେଣୁ କୋରୋନାର ଏହି ସମସ୍ତ ନିୟମକୁ କଡାକଡି ଭାବେ ମାନି ଚଳିବାକୁ ପଡିବ ।
କହିରଖୁଛୁ ଯେ, ଭାରତରେ କୋରୋନାର ଓମିକ୍ରନ ଭାରିଏଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ଦିନକୁ ଦିନ ବଢି ବଢି ଚାଲିଛି । ଗୁରୁବାର ସୁଦ୍ଧା ଦେଶରେ ମୋଟ ୨୬୯ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ସଂକ୍ରମଣକୁ ଏବେ ଗୁରୁତର ସହ ଗ୍ରହଣ କରିଛନ୍ତି । ଏ ବାବଦେ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା କରିଛନ୍ତି କେନ୍ଦ୍ର ସରକାର । ଏଥିରେ ରାଜ୍ୟ ସରକାରମାନଙ୍କୁ ଜିଲ୍ଲାମାନଙ୍କର ପଜିଟିଭ କେସ୍ ଡବଲିଂ ହାର ଓ କ୍ଲଷ୍ଟର ଉପରେ ନଜର ରଖିବା ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ସେହିପରି ସମସ୍ତ ସତର୍କତା ଏବଂ ନିୟମକୁ ସାବଧାନତାର ସହିତ କଡ଼ାକଡି ଭାବେ ପାଳନ ନିମନ୍ତେ ମଧ୍ୟ ଚେତାଇ ଦେଇଛନ୍ତି ।
PM Kisan: ନୂଆ ବର୍ଷରେ ଚାଷୀଙ୍କ ଆକାଉଣ୍ଟକୁ ୪ ହଜାର ଲେଖାଏଁ ଟ୍ରାନ୍ସଫର୍ କରିବେ PM ମୋଦି
Jioର ଜବରଦସ୍ତ ପ୍ଲାନ; କମ ଟଙ୍କାରେ ମିଳୁଛି ୭୫ GB ଡାଟା ଆଉ ମାଗଣା Netflix