News

ବଜେଟ ୨୦୧୯

ବଜେଟ ୨୦୧୯

06 July, 2019 4:21 PM IST By: KJ Staff

ଦେଶ ର ବିକାଶ ଏବଂ ଭାରତକୁ ବିଶ୍ୱର ତୃତୀୟ ମହାଶକ୍ତି ରେ ପରିଣତ କରିବା ଅଭିମୁଖେ ଶୁକ୍ରବାର ସଂସଦ ରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥ ତଥା ଉଦ୍ୟୋଗ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ |ପୂର୍ଣକାଳୀନ ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳାଙ୍କ ବଜେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ନ୍ୟୁ ଇଣ୍ଡିଆ "ସମଦୃଶ୍ୟ ହୋଇଛି |ନିର୍ମଳା ସୀତାରମଣ ଏଥର ବଜେଟ ରେ ନୂତନ ଭାରତ ସଂକଳ୍ପର ପ୍ରତିଶୃତି ଦେଇଛନ୍ତି |

ପାଞ୍ଚ ବର୍ଷ ମଧ୍ୟରେ ଚୀନ ଓ ଆମେରିକା କୁ ପଛରେ ପକାଇ ଭାରତ କୁ ଅଗ୍ରସର କରିବା ଲାଗି ସରକାର ଓ ଜନତାଙ୍କ ସହଯୋଗ ଗୁରୁତ୍ୱପୂର୍ଣ |ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଭାରତର ବ୍ୟବଧାନକୁ ହ୍ରାସ କରିବା ଲାଗି ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି |ବଜେଟ ରେ କୌଣସି ନୂତନ ଯୋଜନା ଘୋଷଣା ନ କରି ବରଂ ଚାଲୁରହିଥିବା ବୃହଦ ଯୋଜନା ଓ ପ୍ରକଳ୍ପଗୁଡିକୁ ନିର୍ଧାରିତ ସମୟରେ ଲୋକାର୍ପଣ ଉପରେ ଗୁରୁତ୍ୱ ଦିଆଯାଇଛି |


ବଜେଟ ମୁଖ୍ୟାଂଶ :

ଭାରତ ହେବ ୫ କୋଟି ଡଲାର ର ଅର୍ଥନୀତି
-ପେଟ୍ରୋଲ ଡିଜେଲ ଉପରେ ଲିଟର ପିଛା ୧ ଟଙ୍କା ଅତିରିକ୍ତ ଉତ୍ପାଦ ଶୁଳ୍କ ଏବଂ ସଡକ ଓ ଭିତ୍ତିଭୂମି ଉପକର (ଶେଷ)ଲିଟର ପିଛା ୧ ଟଙ୍କା ବୃଦ୍ଧି |
-ଧନୀଙ୍କ ଉପରେ ଅଧିକ ଟିକସ
-ଆଧାର ଜରିଆରେ ହୋଇପାରେ ଆୟକର ରିଟର୍ଣ୍ଣ ଦାଖଲ
-୨୦୩୦ସୁଦ୍ଧା ରେଳ ଭିତିଭୂମି ରେ ହେବ ୫୦ ଲକ୍ଷ ଟଙ୍କା ର ନିବେଶ
-ରେଳବାଇ ପାଇଁ ନୂଆ ପିପିପି ମଡେଲ
-୨୦୨୪ ସୁଦ୍ଧା ସମସ୍ତଙ୍କୁ ପାନୀୟ ଜଳ
-୨୦୧୨ ସୁଦ୍ଧା ସମସ୍ତଙ୍କୁ ବିଜୁଳି
-ବୀମା କ୍ଷେତ୍ର ରେ ସତ ପ୍ରତିଶତ ଏଫଡ଼ିଆଇ
-ସବୁ ଜିଏସ୍ଟି ପଂଜିକୃତ ଏମଏସଏମଇ ପାଇଁ ୨% ସୁଧଛଡ଼ା ଲାଗି ୩୫୦ କୋଟି
-ଦ୍ଵିତୀୟ ପର୍ଯ୍ୟାୟ ପିଏମେଏୱାଇ ଗ୍ରାମୀନାର ଦିଆଯିବ ୧.୯୫ କୋଟି ବାସଗୃହ
-୩ କୋଟି ଛୋଟ ବ୍ୟବସାୟୀ ଙ୍କୁ ମିଳିବ ପେନ୍ସନ
-ପ୍ରତିଷ୍ଠା ହେବ ଏମଆରଓ ଶିଳ୍ପ
-ଅଣ ସଂଗଠିତ କ୍ଷେତ୍ର ଶ୍ରମିକ ପାଇବେ ମାସିକ ୩୦୦୦ ଟଙ୍କା
-ପିଏସୟୁ ବ୍ୟାଙ୍କରେ ଏବେ ୭୦୦୦୦ କୋଟିର ପୁଞ୍ଜି ପ୍ରବାହ
-ଆସିବା ନୂଆ ଶିକ୍ଷା ନୀତି
-ବଜାର ପାଇଁ ଦୀର୍ଘ ମିଆଦୀ ବଣ୍ଡ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)