News

ରବିବାର Niti Aayog ବୈଠକ, କୃଷି ଉପରେ କଣ ରହିବ ରୋଡ୍ ମ୍ୟାପ୍ ?

ରବିବାର ହେବାକୁଥିବା Niti Aayog ବୈଠକରେ କୃଷି, ଶିକ୍ଷା ଏବଂ ସହରାଞ୍ଚଳ ପ୍ରଶାସନ ପ୍ରସଙ୍ଗରେ କାର୍ଯ୍ୟକାରୀତା ଯୋଜନା ଉପରେ ଆଲୋଚନା ହେବାନେଇ ସରକାରୀ ବିବୃତ୍ତିରେ କୁହାଯାଇଛି ।

06 August, 2022 3:16 PM IST By: Shuvanshu Kar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(pm modi)ଙ୍କ ନେତୃତ୍ୱରେ ନୀତି ଆୟୋଗ(niti aayog)ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁଯାଉଛି । ରବିବାର ହେବାକୁଥିବା ଏହି ବୈଠକରେ କୃଷି, ଶିକ୍ଷା ଏବଂ ସହରାଞ୍ଚଳ ପ୍ରଶାସନ ପ୍ରସଙ୍ଗରେ କାର୍ଯ୍ୟକାରୀତା ଯୋଜନା ଉପରେ ଆଲୋଚନା ହେବାନେଇ ସରକାରୀ ବିବୃତ୍ତିରେ କୁହାଯାଇଛି ।

ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ବିଶେଷ କରି କୃଷି ଓ ଶିକ୍ଷା ଉପରେ ଏକ ରୋଡ୍ ମ୍ୟାପ୍ ଏବଂ ଫଳାଫଳ-ଆଧାରିତ କାର୍ଯ୍ୟ ଯୋଜନା ଚୂଡ଼ାନ୍ତ କରିବାକୁ ଚେଷ୍ଟା କରାଯାଉଥିବା ସୂଚନା ମିଳିଛି । ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ରହିବେ ।

ବୈଠକରେ ଫସଲର ବିବିଧତା, ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା, ସହରାଞ୍ଚଳ ପ୍ରଶାସନ ଏବଂ ଫସଲର ବିବିଧକରଣ ଏବଂ ତୈଳବୀଜ, ଡାଲି ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟରେ ଆତ୍ମର୍ନିଭରଶୀଳତା ହାସଲ କରିବା ଦିଗରେ ଆଲୋଚନା ହେବ ।

ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ହେଉଛି ଜୁଲାଇ 2019 ପରଠାରୁ ପଲିସି ଥିଙ୍କ ଟ୍ୟାଙ୍କର ପରିଚାଳନା ପରିଷଦର ପ୍ରଥମ ବ୍ୟକ୍ତିଗତ ବୈଠକ । ସ୍ଥିର ତଥା ଆତ୍ମନିର୍ଭରଶୀଳ ଏବଂ ସହଯୋଗୀ ସଂଘୀୟ ଢାଞ୍ଚାର ଭାବନାରେ 'ଆତ୍ମନିର୍ଭର ଭାରତ' ଆଡକୁ ଗତି କରିବା ଲକ୍ଷରେ ଏହି ବୈଠକ ବସୁଥିବା କୁହାଯାଇଛି ।

ଏହି ବୈଠକର ଏକ ଅଂଶ ଭାବରେ ଗତ ଜୁନ 16ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହିମାଚଳ ପ୍ରଦେଶର ଧର୍ମଶାଳାର ଏଚ୍‍ପିସିଏ ଷ୍ଟାଡିୟମରେ ମୁଖ୍ୟ ସଚିବ(Chief Secretaries)ମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଗୁରୁବାର ଧର୍ମଶାଳାରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀ

ଯଜ୍ଞରୁ ଜୈବିକ ଚାଷ, କୃଷିକୁ ନେଇ କଣ ମନ୍ତ୍ର ଦେଲେ ପ୍ରତାପ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)