News

Sky Bus Service: ଖୁସି ଖବର,ଦେଶରେ ଚାଲିବ ସ୍କାଏ ବସ୍!

ଏଣିକି ଯାତ୍ରୀମାନଙ୍କୁ ନେଇ ଆସିଲା ବଡ ଖୁସି ଖବର । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନିଆରା ଯୋଜନା । ବର୍ତ୍ତମାନ ଯାତ୍ରୀମାନଙ୍କୁ ସ୍କାଏ ବସ୍ ସୁବିଧା (Sky Bus Service) ଯୋଗାଇବା ଯୋଜନା କରାଯାଇଛି ।

26 July, 2022 2:54 PM IST By: Sudesna Nayak

ଏଣିକି ଯାତ୍ରୀମାନଙ୍କୁ ନେଇ ଆସିଲା ବଡ ଖୁସି ଖବର (GOOD NEWS)। କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନିଆରା ଯୋଜନା । ବର୍ତ୍ତମାନ ଯାତ୍ରୀମାନଙ୍କୁ ସ୍କାଏ ବସ୍ ସୁବିଧା (Sky Bus Service) ଯୋଗାଇବା ଯୋଜନା କରାଯାଉଛି ।

ଦିଲ୍ଲୀ ଏବଂ ହରିୟାଣାରେ ସ୍କାଏ ବସ୍ ସୁବିଧା (Sky Bus Service) ହରିୟାଣା ଏବଂ ଦିଲ୍ଲୀର ଯାତ୍ରୀମାନଙ୍କ ପାଇଁ ବସ୍ ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି । ସୂଚନା ଦେଇ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) କହିଛନ୍ତି ଯେ, ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ହରିୟାଣା ଏବଂ ଦିଲ୍ଲୀରେ ସ୍କାଏ ବସ୍ ସୁବିଧା ଆରମ୍ଭ କରିବାକୁ ଯୋଜନା କରାଯାଇଛି । ଯାହାଦ୍ୱାରା ପ୍ରଦୂଷଣକୁ ନିୟନ୍ତ୍ରଣ (Reduce pollution) କରାଯିବା ସହ ଟ୍ରାଫିକ୍ (Traffic) ସମସ୍ୟାର ସମାଧାନ ହୋଇପାରିବ ।

ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ (Nitin Gadkari)କହିଛନ୍ତି ଯେ,ଏହାସହ ଦେଶରେ ପେଟ୍ରୋଲ(PETROL) ଓ ଡିଜେଲ ଖର୍ଚ୍ଚକୁ ମଧ୍ୟ କାଟ କାରଯାଇପାରିବ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି ।

ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) ସୋମବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଟ୍ରାଫିକ (Traffic) ଏବଂ ପ୍ରଦୂଷଣ (Reduce pollution)କୁ ଏଡାଇବା ପାଇଁ ସେ ଦିଲ୍ଲୀ ଏବଂ ହରିୟାଣାର କିଛି ସ୍ଥାନରେ ସ୍କାଏବସ୍ (Sky Bus Service) ଆରମ୍ଭ କରିବାକୁ ଚାହୁଁଛନ୍ତି । ଆଗାମୀ ଦିନରେ ଯେପରି ପେଟ୍ରୋଲ, ଡିଜେଲ ପରି ଇନ୍ଧନର ବ୍ୟବହାର ଶୂନ୍ୟ ହେବ, ତାହା ଏବେ ତାଙ୍କର ଏକ ବଡ ଲକ୍ଷ୍ୟ ।

President Draupadi Murmu Tweets: କାରଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦ୍ରୌପଦୀ ମୁର୍ମୁ

Vegetable Price: ମଙ୍ଗଳବାର ପରିବା ଦର, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)