News

MFOI 2023କୁ ଉତଘାଟନ କରିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ

ସମସ୍ତ ରାଜ୍ୟର ଚାଷୀଙ୍କୁ କରିବ ଏକାଠି l ଏକାଠି ହେବେ ଦେଶର ବଡ଼ ବଡ଼ ଶିଳ୍ପପତି , ବ୍ୟବସାୟୀ , ଶିଳ୍ପ ପ୍ରତିଷ୍ଠାନ ଯାହା କୃଷି ଜଗତ ସହିତ ଜଡିତ l କାରଣ ଆସନ୍ତା ମାସରେ ଆୟୋଜିତ ହେବାକୁ ଯାଉଛି ମିଲେନିୟର "ଫାର୍ମର ଅଫ ଇଣ୍ଡିଆ ୨୦୨୩" ଯାହାର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l

22 November, 2023 3:25 PM IST By: Tanushree Mahapatra

ସମସ୍ତ ରାଜ୍ୟର ଚାଷୀଙ୍କୁ କରିବ ଏକାଠି l ଏକାଠି ହେବେ ଦେଶର ବଡ଼ ବଡ଼ ଶିଳ୍ପପତି , ବ୍ୟବସାୟୀ , ଶିଳ୍ପ ପ୍ରତିଷ୍ଠାନ ଯାହା କୃଷି ଜଗତ ସହିତ ଜଡିତ l କାରଣ ଆସନ୍ତା ମାସରେ ଆୟୋଜିତ ହେବାକୁ ଯାଉଛି ମିଲେନିୟର "ଫାର୍ମର ଅଫ ଇଣ୍ଡିଆ ୨୦୨୩" ଯାହାର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l

ଡିସେମ୍ବର ୬ ରୁ ୮ ତାରିଖ ୩ ଦିନ ଧରି ଆୟୋଜିତ ହେବାକୁ ଯାଉଛି ଏହି କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଅନେକ ବିଶ୍ୱବିଦ୍ୟାଳୟର ପ୍ରଫେସର , କୁଳପତି , କୃଷି ବୈଜ୍ଞାନିକଙ୍କ l କେବଳ ଏତିକି ନୁହେଁ ବିଭିନ୍ନ କୃଷି ଜଗତ ସହିତ ଜଡିତ ଥିବା ରାସାୟନିକ ସାର କମ୍ପାନୀ ଗୁଡିକ ଆମ ସହିତ ସହ ପ୍ରାୟୋଜକ ଭାବେ ନିଜକୁ ସାମିଲ କରିଛନ୍ତି l

ଆଜିକୁ ୨୬ ବର୍ଷ ଧରି କୃଷି ଜଗତ ସହିତ ଜଡିତ ରହି ଚାଷୀଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଥିବା ସଂସ୍ଥା ହେଉଛି କୃଷି ଜାଗରଣ l ଯାହାଦ୍ୱାରା ଦେଶର ଏହି ସର୍ବଶ୍ରେଷ୍ଠ କୃଷି କାର୍ଯ୍ୟକ୍ରମଟି ଆୟୋଜିତ ହେବାକୁ ଯାଉଛି l ଏହା ହେଉଛି ଏହି ସଂସ୍ଥାର ଏକ ନିଆରା ପ୍ରୟାସ l ସଂସ୍ଥାର ସମ୍ପାଦକଙ୍କ ଚେଷ୍ଟା ଯୋଗୁଁ ଏହା ସଫଳ ହେବାକୁ ଯାଉଛି l ଆଉ ଏଥିରେ ସଂସ୍ଥାକୁ ସହଯୋଗ କରିଛି ମହିନ୍ଦ୍ରା ଟ୍ରାକ୍ଟରସ ଯାହା ଏକ ଉଚ୍ଚ କୋଟିର ବ୍ରାଣ୍ଡ l ଯାହାର ପ୍ରତିଟି କୃଷି ଯନ୍ତ୍ରପାତି ସହିତ ଚାଷୀ ଖୁବ ନିକଟରୁ ଜଡିତ ରହିଛି l ଖାଲି ଚାଷ ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ବ୍ରାଣ୍ଡର ସହଯୋଗିତା ରହିଛି l  ଦେଶ ତଥା ଦେଶ ବାହାରେ ମଧ୍ୟ ଏହି ବ୍ରାଣ୍ଡ ନିଜର ପରିଚୟ ସୃଷ୍ଟି କରିଛି l ନିରବଛିନ ଭାବେ ସହଯୋଗ କରି ଆସିଛି ସମସ୍ତ କ୍ଷେତ୍ରକୁ l

ସବୁଠାରୁ ବଡ଼ କଥା ହେଉଛି ଏହି ମହତ କାର୍ଯ୍ୟକ୍ରମକୁ ଉତଘାଟନ କରିବାକୁ ଆମ ସହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ l ଖାଲି ଏତିକି ନୁହେଁ ଆଗକୁ ଏହି କାର୍ଯ୍ୟକ୍ରମ ସହିତ ଜଡିତ ଥିବା 'MFOI KISAN BHARAT YATRA' roadshow ର ମଧ୍ୟ ପତାକା ଉତ୍ତଳୋନ କରିବେ l ଯାହା ଆମ ପାଇଁ ଏକ ଗୌରବର କଥା l ଆଶା ଆପଣ ସମସ୍ତଙ୍କ ସହଯୋଗ ରହିବ ଆମ ସହିତ ଏବଂ ଆପଣଙ୍କ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ମଧ୍ୟ ସଫଳ ହେବ l ତେବେ ଆଉ ଡେରି ନ କରି ଆମ ସହିତ ଏହି ଭାରତୀୟ କୃଷି ମହାକୁମ୍ଭ କୁହାଯାଉଥିବା କାର୍ଯ୍ୟକ୍ରମଟିରେ ଯୋଗ ଦିଅନ୍ତୁ l ଆର୍ଟିକଲର ଶେଷରେ ପଞ୍ଜିକରଣ ଲିଙ୍କ ଦିଆଯାଇଛି ସେଠାକୁ ଯାଇ ନିଜକୁ ପଞ୍ଜିକୃତ କରନ୍ତୁ l

MFOI REGISTRATION LINK - https://millionairefarmer.in

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)