News

"ପାକିସ୍ତାନ କୁ ବନ୍ଦ କରିବୁ ପାଣି "

ଫୁଲୱାନା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଗୁରୁବାର ଉଗ୍ରବାଦୀ ପ୍ରୋତ୍ସାହନକରି ରାଷ୍ଟ୍ର ପକ୍ଷୀଠଂ ବିରୋଧରେ ଏକ କଠୋର ତଥା ଐତିହାସିକ ନିଷ୍ପତ୍ତି ନେଇଛି |ପାକିସ୍ଥାନକୁ ଏଣିକି ପାଣି ବାଣ୍ଡ କରିବା ଭାରତ |ଭାରତ ପଟୁ ପୁର୍ବାଞ୍ଚଳରୁ ପ୍ରବାହିତ ତିନିଟି ନଦୀ ଯେଉଁ ଜଳ ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ଯାଉଥିଲା ତାହାକୁ ଆଉ ଛଡ଼ାଯିବ ନାହିଁ |

22 February, 2019 2:46 PM IST By: KJ Staff

ତିନି ନଦୀ ରେ ବନ୍ଧ ବାନ୍ଧୁଛି ଭାରତ
ଉରୀ ଆକ୍ରମଣ ପର ଠାରୁ ଚାଲିଥିଲା ପ୍ରସ୍ତୁତି
ଭୁଶୁଡିବା ପାକିସ୍ତାନ ର କୃଷି ଅର୍ଥନୀତି

ଜଣାନ୍ତୁ କେଉଁ ନଦୀ ରୁ ପ୍ରଭାହିତ ହେବ ନାହିଁ ପାଣି !
ଭାରତ ଓ ପାକିସ୍ଥାନ ମଧ୍ୟରେ ହୋଇଥିବା ୱିଣ୍ଡସ ୱାଟର ତ୍ରୀଟି ଅନୁଯାୟୀ ୩ ଟି ପୂର୍ବକୁ ବହୁଥିବା ନଦୀ ଯେପରି ବିଶ,ସତଲେଜ ଏବଂ ରବି ରେ ଥିବା ହାରାହାରି ୩୩ ମିଳିଅନ ଏକର ଫିଟ ରେ ଥିବା ପାଣି ର ନିୟନ୍ତ୍ରଣ କରେ ଭାରତ ଏବଂ ପଶ୍ଚିମ ମୁହାଁ ନଦୀ ଯେପରି ଇଣ୍ଡସ ,ଛେନଵ ଏବଂ ଝେଲମ ରେ ପ୍ରଭାହିତ ହେଉଥିବା ୮୦ ମିଲିଅନ ଏକର ଫିଟ ର ପାଣି କୁ ପାକିସ୍ଥାନ କରୁଥିଲା ନିୟନ୍ତ୍ରଣ |ବର୍ତମାନ ପାକିସ୍ତାନ କୁ ଭାରତ ରୁ ଅଧିକ ପାଣି ବାହୁଥିବାରୁ ତାହା କୁ ସମ୍ପୂର୍ଣ ଭାବେ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଭାରତ ସରକାର |

ଫୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଗୁରୁବାର ଉଗ୍ରବାଦୀ ପ୍ରୋତ୍ସାହନକରି ରାଷ୍ଟ୍ର  ବିରୋଧରେ ଏକ କଠୋର ତଥା ଐତିହାସିକ ନିଷ୍ପତ୍ତି ନେଇଛି |ପାକିସ୍ଥାନକୁ ଏଣିକି ପାଣି ବାଣ୍ଡ କରିବା ଭାରତ |ଭାରତ ପଟୁ ପୁର୍ବାଞ୍ଚଳରୁ ପ୍ରବାହିତ ତିନିଟି ନଦୀ ଯେଉଁ ଜଳ ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ଯାଉଥିଲା ତାହାକୁ ଆଉ ଛଡ଼ାଯିବ ନାହିଁ |

ଭାରତ ଏହା ଉପରେ ବନ୍ଧ ନିର୍ମାଣ କରି ଏହାକୁ ଜାମ୍ମୁ -କାଶ୍ମୀର ଏବଂ ଭାରତ ପଞ୍ଜାବ ରାଜ୍ୟକୁ ଯମୁନା ନଦୀ ସଂଯୋଗ ଜରିଆରେ ନିଜର ବ୍ୟବହାର ଲାଗି ଉପଯୋଗ କରିବ |ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନିତିନ ଗଡ଼କରୀ |ଭାରତ ବିରୋଧରେ ବାରମ୍ବାର ଉଗ୍ରବାଦୀ ଆକ୍ରମଣ ,ସିମ୍ପର ଆତଙ୍କବାଦ ଏବଂ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଆସୁଥିବା ପାକିସ୍ତାନକୁ ଆଉ କୌଣସି ପରିସ୍ଥିତିରେ ଦୟା ଦେଖାଇବାର ପ୍ରଶ୍ନ ଉଠୁ ନାହିଁ |ଏକ ଜନସଭା ରେ ସମ୍ବୋଧିତ କରି କେନ୍ଦ୍ର ସରକାର ଉପରୁକ୍ତ ନିଷ୍ପତି କହିଥିବାର ସୂଚନା ଦେଇଛନ୍ତି ଶ୍ରୀ ଗଡ଼କରୀ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)