News

ଉତ୍ତର ଭାରତ ର ପ୍ରଥମ କୃଷି ଜୋନ ର ଶୁଭାରମ୍ଭ

ଉତ୍ତର ଭାରତ ର ପ୍ରଥମ କୃଷି ଜୋନ ର ଶୁଭାରମ୍ଭ

17 August, 2019 2:15 PM IST By: KJ Staff

କାପୁରଥାଳା ଠାରେ କୃଷି ସହଯୋଗୀ ଟାୟାର ର ପ୍ରଥମ ବିକ୍ରିୟ କେନ୍ଦ୍ର

ବିଶ୍ୱ ଟାୟାର ନିର୍ମାତା "ଆପୋଲୋ ଟାୟାର " ପଞ୍ଜାବ ର କାପୁରଥାଳା ଠାରେ କ୍ଷେତ ବ୍ୟବହୃତ ଟାୟାର ର ପ୍ରଥମ ବିକ୍ରିୟ କେନ୍ଦ୍ର ର ଶୁଭାରମ୍ଭ କରିଛନ୍ତି |ଯାତ୍ରୀ ଏବଂ ପରିବହନ ପାଇଁ ସ୍ୱତନ୍ତ୍ର ଟାୟାର କେନ୍ଦ୍ର ଥିବା ବେଳେ କ୍ଷେତ ଟାୟାର ପାଇଁ ସ୍ୱତନ୍ତ୍ର କେନ୍ଦ୍ର ନଥିଲା ଫଳରେ ଉନ୍ନତ ସେବା କେନ୍ଦ୍ର ,କୁଶଳୀ ମଣିଷବଳଓ ପରିବେଶ ର ଅଭାବ ହେଉଥିଲା | ସ୍ୱତନ୍ତ୍ର ଟାୟାର ପରିବହନ କୌଶଳ ,ଉପଯୁକ୍ତ ଟାୟାର ପ୍ରଦର୍ଶନ ପ୍ରଣାଳୀ ,ବାୟୁ ଚାପ ମାପନ ଯନ୍ତ୍ର ,ଟାୟାର ପାଖରେ ଉପଲବ୍ଧ ରହିଛି |ଚାଷୀକୁ ଟାୟାର ଚୟନ ଓ କାର୍ଯ୍ୟ ବୁଝାଇବା ପାଇଁ ଜଣେ କ୍ଷେତ୍ର ବିଜ୍ଞାନୀ ମଧ୍ୟ ରହିଛନ୍ତି |ଏପରିକି ତାଙ୍କର ଟାୟାର ପ୍ରଦର୍ଶନ ସମୟରେ ବସିବା ଓ ଆରମ କରିବା ପାଇଁ ସୁବିଧା କରା ଯାଇଛି |ଏତଦ ବ୍ୟତୀତ ପଙ୍କଚର ଓ ଅନ୍ୟାନ୍ୟ ଅସୁବିଧାକୁ ସୁଧାରିବା ପାଇଁ ଉନ୍ନତ ଯନ୍ତ୍ରପାତି ମଧ୍ୟ ରହିଛି |

ନିଜର ପରିବେଷଣ ରେ ଆପୋଲୋ ଟାୟାର ର ବିକ୍ରୀୟା ମୁଖ୍ୟ ଡୋମିନିକ ମାର୍ଟିନ କହିଥିଲେ ଯେ "ଆମ ପାଇଁ ସମସ୍ତ ଗ୍ରାହକ ସମାନ |ଯଦି ଯାତ୍ରୀବାହୀ ଓ ବାଣିଜ୍ୟ ପରିବହନ ଗାଡ଼ିରେ ଚାଳକ ଟିଏ ସମସ୍ତ ସୁଯୋଗ ପାଇପାରୁଛି କୃଷି ନିୟୋଜିତ ଗାଡ଼ିରେ ଚାଳକ ଟିଏ ଆପୋଲୋ ଜୋନ ଭିତରକୁ ଆସିଲା ପରେ ସମସ୍ତ ସୁଯୋଗ ପାଇବା ଆବଶ୍ୟକ |ସାରା ଦେଶରେ ଆମେ ଆପୋଲୋ ଜୋନ୍ ନେଟୱାର୍କ ସ୍ଥାପନ କରିବାକୁ ଲକ୍ଷ ରଖିଛୁ ଯେଉଁଠି ପ୍ରତି ରାଜ୍ୟରେ ଅତିକମରେ ଗୋଟିଏ ସେବାକେନ୍ଦ୍ର ରହିବ ନିଶ୍ଚିତ ଥିବ|"

ଏ କ୍ଷେତ୍ର ରେ କମ୍ପାନୀ ତାର ଉନ୍ନତ ଜ୍ଞାନ କୌଶଳ ଯୁକ୍ତ ପ୍ରକୃଷ୍ଟ ଉତ୍ପାଦ କରି ଚାଲିଛନ୍ତି |ତେଣୁ ଆଳୁ ଜାତୀୟ ଫସଲ ଉତ୍ପାଦନ ଏବଂ ରପ୍ତାନି ପାଇଁ ବିଶ୍ୱଖ୍ୟାତି ଅର୍ଜନ କରି ଓ ଅଗ୍ରଣୀ କୃଷି ଅଞ୍ଚଳ କାପୁରଥାଳା କୁ ଆପୋଲୋ ଜୋନ ର ପ୍ରମୁଖ ସ୍ଥାନ ଭାବେ ବଛା ଯାଇଛି | ଭାରତୀୟ କୃଷି କ୍ଷେତ୍ର ରେ ଅନେକ ଗୁଡିକ କୌଶଳର ପ୍ରଥମ ପ୍ରଚଳନ କରୁଥିବା ରୁ ଆପୋଲୋ ଟାୟାର ର ବେଶ ଖ୍ୟାତି ରହିଛି |ସାଧାରଣ ଟାୟାର ଅପେକ୍ଷା ଦି ଗୁଣା ସମୟ ଲାଷ୍ଟିଙ୍ଗ କରୁଥିବା ରହିଆଲ ଟାୟାର ର "ଫାର୍ମ କିଙ୍ଗ "ବ୍ରାଣ୍ଡକୁ ପ୍ରକୃଷ୍ଟ ଭାବେ ଆପୋଲୋ ଟାୟାର ହିଁ ପ୍ରଥମେ ପ୍ରଚଳନ କରିଥିଲା |ସେହିପରି ଅଧିକ ଦିନ ରହିପାରୁଥିବା ଓ ଅଧିକ ପଙ୍କଚର ବିରୋଧୀ କ୍ଷମତା ଥିବା ୨ ପ୍ରଥମେ ଆପୋଲୋ ହିଁ ପ୍ରସୂତ କରିଥିଲେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)