ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ବର୍ଷା ଅଭାବ ଯୋଗୁଁ ଚାଷ ନଷ୍ଟ ହୋଇଛି l ଯାହାପାଇଁ ପନିପରିବା ଦର ଆକାଶ ଛୁଆଁ ହୋଇଛି l ଏହି ସମସ୍ୟ ମଧ୍ୟରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ଅଦିନିଆ ବର୍ଷା ହେବା ଯୋଗୁଁ ଟମାଟୋ ଫସଲ କ୍ଷତିଗ୍ରସ୍ତ ହୋଇଛି । ଚାଷୀଙ୍କ ଚାଷ ନଷ୍ଟ ହୋଇଥିବାବେଳେ ବଜାର ଦର ମଧ୍ୟ ବଢିଛି l
ଏଥିସହ ବଜାରରେ ହ୍ରାସ ପାଇଛି ଟମାଟୋ ବିକ୍ରି । ଟମାଟୋ ଦର କିଲୋ ପିଛା ୧୦୦ ଟଙ୍କା ରହିଛି l ବର୍ତ୍ତମାନ ପରିସ୍ଥିତିକୁ ସୁଧାରିବା ପାଇଁ ସରକାର ଟମାଟୋ ୬୫ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ସହିତ ନାଫେଡ୍ ଏବଂ ସଫଲର ଖୁଚୁରା ଆଉଟଲେଟ୍ ମାଧ୍ୟମରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରାଯିବ ବୋଲି କୁହାଯାଇଛି ।
ମୋବାଇଲ ଭ୍ୟାନ୍ ଜରିଆରେ ମଧ୍ୟ ଟମାଟୋ ବିକ୍ରି ହେବ । ଗତ କିଛି ଦିନ ମଧ୍ୟରେ ଟମାଟୋ ସମେତ ଅନେକ ପନିପରିବା ଦର ବୃଦ୍ଧି ପାଇଥିବାର ନଜିର ରହିଛି । ମହାରାଷ୍ଟ୍ର ସମେତ ଅନେକ ଅଞ୍ଚଳରେ ଚଳିତ ବର୍ଷ ବର୍ଷା ଯୋଗୁଁ ଟମାଟୋ ଫସଲ ଅଧିକ ନଷ୍ଟ ହୋଇଛି। ସରକାରଙ୍କ କହିବା ଅନୁଯାୟୀ, ଅକ୍ଟୋବର ମାସରେ ଟମାଟୋ ଦର ୩୯ ପ୍ରତିଶତ ବୃଦ୍ଧି ପାଇଛି । ଗତ ମାସରେ ହାରାହାରି ଦର କିଲୋ ପିଛା ୪୪ ଟଙ୍କା ରହିଥିବା ବେଳେ ଏହା ୬୨ ଟଙ୍କାକୁ ବୃଦ୍ଧି ପାଇଛି । ହୋଲସେଲ ବଜାରରେ ଟମାଟୋ ଦର କ୍ବିଣ୍ଟାଲ ପିଛା ୩୫୬୨ ଟଙ୍କା ରହିଥିଲା ଯାହା ଏବେ ୫୦୪୫ ଟଙ୍କାକୁ ବୃଦ୍ଧି ପାଇଛି।
ଚଳିତ ବର୍ଷ ତୁଳନାରେ ଗତବର୍ଷ ଟମାଟୋ ଉତ୍ପାଦନ ଅଧିକ ହୋଇଥିଲା। ଏଥର ଟମାଟୋ ଫସଲ ମଧ୍ୟ ଅନେକ ଅଞ୍ଚଳରେ ରୋଗପୋକ ଦ୍ୱାରା ପ୍ରଭାବିତ ହୋଇଛି । ଫଳରେ ଫସଲ ଓ ଯୋଗାଣ ହ୍ରାସ ପାଇଛି। ବର୍ଷା ଯୋଗୁଁ ପରିବହନ ମହଙ୍ଗା ହୋଇଚି ଏବଂ ଟମାଟୋ ଯୋଗାଣ କମିଛି । ମୌସୁମୀରେ ପନିପରିବା ଦର ବୃଦ୍ଧି ପାଇଥାଏ । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁଁ କ୍ଷୟକ୍ଷତି ହୋଇଥିଲା l ପରବର୍ତ୍ତୀ ସମୟରେ ପ୍ରବଳ ବର୍ଷା ଯୋଗୁଁ ଚାଷୀ ଓ ଖାଉଟିମାନେ ଦ୍ୱିଗୁଣିତ କ୍ଷତିଗ୍ରସ୍ତ ହୋଇଛନ୍ତି । ଏ ସମସ୍ତ ବିଷୟକୁ ନଜରରେ ରଖି ସରକାର ଟମାଟୋ ବିକ୍ରି କରିବାର ନିଷ୍ପତ୍ତି ନେଇଛନ୍ତି l
ଅଧିକ ପଢ଼ନ୍ତୁ