News

ଆକ୍ସନ ମୁଡ଼ରେ କେନ୍ଦ୍ର କୃଷି ମନ୍ତ୍ରୀ

ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ବେଙ୍ଗାଲୁରୁରେ ସମସ୍ତ ରାଜ୍ୟର କୃଷି ମନ୍ତ୍ରୀମାନଙ୍କର ଏହି ବୈଠକ ଆୟୋଜନ କରିଛନ୍ତି । ଦୁଇ ଦିନିକିଆ ବୈଠକରେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଏବଂ ରାଜ୍ୟଗୁଡିକ ମଧ୍ୟରେ ବିଭିନ୍ନ କୌଶଳ ଆଦାନପ୍ରଦାନ ଦିଗରେ ଧ୍ୟାନ ଦିଆଯିବ ।

15 July, 2022 6:41 PM IST By: Rajashree

1 - ଆକ୍ସନ ମୁଡ଼ରେ କେନ୍ଦ୍ର କୃଷି ମନ୍ତ୍ରୀ
2 - କଣ୍ଟ୍ରାକ୍ଟ କୃଷିକୁ ଗୁରୁତ୍ୱ
3 - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
4 - ବର୍ଷା ଦିନିଆ ଚାଷ ଔଷଧୀୟ ବୃକ୍ଷ
5 - କୃଷି ଜାଗରଣର ଅନନ୍ୟ ପ୍ରୟାସ FTJ

1 - ଆକ୍ସନ ମୁଡ଼ରେ କେନ୍ଦ୍ର କୃଷି ମନ୍ତ୍ରୀ | ବେଙ୍ଗାଲୁରୁରେ ଚାଲିଛି ଦୁଇ ଦିନିଆ ସମସ୍ତ ରାଜ୍ୟର କୃଷି ମନ୍ତ୍ରୀମାନଙ୍କର ବୈଠକ । ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ବେଙ୍ଗାଲୁରୁରେ ସମସ୍ତ ରାଜ୍ୟର କୃଷି ମନ୍ତ୍ରୀମାନଙ୍କର ଏହି ବୈଠକ ଆୟୋଜନ କରିଛନ୍ତି । ଦୁଇ ଦିନିକିଆ ବୈଠକରେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଏବଂ ରାଜ୍ୟଗୁଡିକ ମଧ୍ୟରେ ବିଭିନ୍ନ କୌଶଳ ଆଦାନପ୍ରଦାନ ଦିଗରେ ଧ୍ୟାନ ଦିଆଯିବ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି । ଏଥିରେ କୃଷି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଅନେକ ଆଲୋଚନା ହେବ । କର୍ଣ୍ଣାଟକ କିମ୍ବା ରାଜସ୍ଥାନରେ ଏହି ବୈଠକ ବସିବା ନେଇ ଏକ ବିଚାର ବିମର୍ଷ ଚାଲିଥିଲା ଏବଂ ଶେଷରେ ମନ୍ତ୍ରଣାଳୟ କର୍ଣ୍ଣାଟକରେ ବୈଠକ ହେବ ବୋଲି ସ୍ଥିର କରିଥିଲା ।

2 - କୃଷି ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ଦିଗରୁ ପ୍ରୟାସ ହେଉଛି । ଏହି କ୍ରମରେ କଣ୍ଟ୍ରାକ୍ଟ କୃଷିକୁ ନେଇ ଏକ ପରାମର୍ଶ ଦେଇଛନ୍ତି ହରିୟାଣାର ମନ୍ତ୍ରୀ ଡ. ବନବାରୀ ଲାଲ । କଣ୍ଟ୍ରାକ୍ଟ କୃଷି ଚାଷୀଙ୍କ ରୋଜଗାର ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରିବ ବୋଲି ବନବାରୀ ଲାଲ କହିଛନ୍ତି । ମନ୍ତ୍ରୀ ବନବାରୀ ଲାଲ କହିଛନ୍ତି, ବିଦେଶରେ ଅନେକ ଚାଷୀ ସମୁହ ଗଠନ କରି ଚାଷୀ କରିଥାନ୍ତି । ଏଥିରେ ଚାଷ ସହ ଜଡିତ ଭିନ୍ନ ଭିନ୍ନ କାର୍ଯ୍ୟକୁ ଶ୍ରେଣୀରେ ବିଭାଜିତ କରି କରାଯାଏ । ଆମ ଦେଶରେ ମଧ୍ୟ ଚାଷୀଙ୍କୁ କଣ୍ଟ୍ରାକ୍ଟ କୃଷି ସହିତ ସମୁହ ଗଠନ କରି ଚାଷ କରିବା ଦରକାର ବୋଲି କହିଛନ୍ତି ହରିୟାଣାର ମନ୍ତ୍ରୀ । କଣ୍ଟ୍ରାକ୍ଟ କୃଷିରେ ସୌର ଧାନ ପ୍ଲଟ, ଗହମ ପ୍ଲଟ ଆଦି ଲଗାଇବା ଦ୍ବାରା ଅନେକ ଲାଭ ହେବ । ଇଟାଲି ଓ ଜର୍ମାନୀ ଗସ୍ତରୁ ଫେରିବା ପରେ ମନ୍ତ୍ରୀ ସାମ୍ବାଦିକଙ୍କ ସହ ନିଜ ମତ ବାଣ୍ଟିଛନ୍ତି ।

3 - ଆଇ-ଟୁ-ୟୁ-ଟୁ’ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ | ଆଜିର ସମ୍ମିଳନୀ ଆୟୋଜନ ଲାଗି ଅଧିକ ଖୁଶି ଥିବା ମୋଦି ମତ ବ୍ୟକ୍ତ କରିଛନ୍ତି | ମୋଦି କହିଛନ୍ତି ଏହା ରଣନୈତିକ ଭାଗିଦାରମାନଙ୍କର ବୈଠକ। ଆମେ ସମସ୍ତେ ଭଲ ବନ୍ଧୁ, ଏବଂ ଆମ ସମସ୍ତଙ୍କ ଦୃଷ୍ଟିକୋଣରେ ସମାନତା ରହିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରମୋଦି ଫ୍ରେମୱର୍କ ଅଧୀନରେ ଥିବା ଜଳ, ଇନ୍ଧନ, ପରିବହନ, ମହାକାଶ, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା ଭଳି ଛଅଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଯୌଥ ନିବେଶକୁ ଆଗକୁ ବଢ଼ାଇବା ଲାଗି ସହମତ ଥିବା ସ୍ପଷ୍ଟ କରିଛନ୍ତି ।

4 - ଭଗବାନ ସୃଷ୍ଟିକୁ ଅତି ଭିନ୍ନ ଢଙ୍ଗରେ ଗଢ଼ିଛନ୍ତି | ଭାଗନାନଙ୍କର ସବୁଠୁ ଶ୍ରେଷ୍ଠ ବରଦାନ ପ୍ରକୃତି | ପରିବେଶ ପାଇଁ ପ୍ରକୃତି ଓ ବର୍ଷା ପରସ୍ପର ପରିପୂରକ | କେବଳ ପନିପରିବା ଚାଷ ନୁହେ | ଔଷଧୀୟ ବୃକ୍ଷ ପାଇଁ ମଧ୍ୟ ବର୍ଷା ଦିନ ଅଧିକ ଆବଶ୍ୟକ ହୋଇଥାଏ | ଯଦି ଔଷଧୀୟ ବୃକ୍ଷର ରୋପଣ ଠିକ ସମୟରେ କରାଯାଏ ଓ ଜଳସେଚନ ଏବଂ କୀଟନାଶକର ପ୍ରୟୋଗ ଠିକ ମାତ୍ରାରେ କରାଯାଏ, ତେବେ ଫସଲରୁ ବହୁତ ଭଲ ଉତ୍ପାଦନ ମିଳିପାରିବ | ବର୍ଷା ଦିନରେ କଲିହାରୀ ଓ ମେଥି ନାମକ ଦୁଇଟି ଔଷଧୀୟ ବୃକ୍ଷ ଆପଣ ଚାଷ କରିପାରିବେ | ଏହି ବୃକ୍ଷ ବୃଦ୍ଧି ପାଇଁ ଅଧିକ ଜଳର ଆବଶ୍ୟକ କରୁଥିବାରୁ ବର୍ଷା ଦିନ ଏହି ଚାଷ ପାଇଁ ସର୍ବୋକୃଷ୍ଟ |

5 - କୃଷି କ୍ଷେତ୍ରରେ ସର୍ବଦା କିଛି ନୂଆ କରିବାକୁ ପ୍ରୟାସ କରେ କୃଷିଜାଗରଣ | କୃଷି କ୍ଷେତ୍ରରେ କୃଷକଙ୍କ ଅଗ୍ରଗତିକୁ ଦୃଷ୍ଟିରେ ରଖି କୃଷି ଜାଗରଣ ଆରମ୍ଭ କରିଛି
FTJ Farmer The Journalist ପ୍ରୋଗ୍ରାମ | ଏହି ପ୍ରୋଗ୍ରାମରେ ଭାରତର ବିଭିନ୍ନ ପ୍ରାନ୍ତରୁ ଚାଷୀ ମାନେ କୃଷି ଜାଗରଣ ସହ ଯୋଡି ହୋଇ ରହୁଛନ୍ତି | ନିକଟରେ ଏକାଧିକ ଚାଷୀଙ୍କୁ ନେଇ ହୋଇଥବା ଏହି ପ୍ରଗ୍ରାମରେ ଭିଡିଓ କନଫେରେନସରେ ଯୋଗ ଦେଇଥିଲେ କୃଷି ଜାଗରଣର ପ୍ରତିଷ୍ଠାତା ଓ ସଁ ସମ୍ପାଦକ ଏମ.ସି ଡୋମିନିକ୍ | ଏଥିରେ କୃଷି କ୍ଷେତ୍ରରେ ଉନ୍ନତି ଆଲୋଚନା ହୋଇଥିଲା |

6 - ଜୈବିକ ପଦ୍ଧତିରେ ଚାଷ ପାଇଁ କୃଷି ବୈଜ୍ଞାନିକ ମାନଙ୍କ ପରାମର୍ଶ | ବର୍ତ୍ତମାନ ସମୟରେ ଚାଷ ପାଇଁ ମୁଖ୍ୟତଃ ସମସ୍ତେ ଜୈବିକ ପଦ୍ଧତିକୁ ଆପଣାଉଛନ୍ତି | ଜୈବିକ ପଦ୍ଧତିରେ ଚାଷ କରି ଚାଷୀ ଅଧିକ ଲାଭବାନ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି | କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜୈବିକ ଖତର ପ୍ରୟୋଗ ଆବଶ୍ୟକ ହୋଇଥାଏ | ଜୈବିକ ଖତ ମାଟିରେ ସଢିଗଲେ ସେଥିରୁ ହ୍ୟୁମସ୍ ନାମକ ଏକ ଚିକ୍କଣ ଗାଢବାଦାମୀ ରଙ୍ଗର ସୂକ୍ଷ୍ମ ପଦାର୍ଥ ସୃଷ୍ଟି ହୁଏ ଯାହା ମୃତ୍ତିକାର ଦାନ ସଂରଚନା ଉନ୍ନତ ହୁଏ | ବାଲିଆ ମାଟିର ଜଳ ଧାରଣ ଶକ୍ତି ବୃଦ୍ଧି ହୁଏ ଏବଂ ମଟାଳ ମାଟିର କଠିନତା ହ୍ରାସ ପାଏ |

7 - ରାଜ୍ୟରେ ଆରମ୍ଭ ହେବ ମାଗଣା ଟୀକାକରଣ | ଆଜି ଠାରୁ ରାଜ୍ୟରେ ୧୮-୫୯ବର୍ଗର ଲୋକଙ୍କ ମାଗଣା ପ୍ରିକସନ୍ ଡୋଜ୍ ଟିକାକରଣ କରାଯିବ । କେନ୍ଦ୍ର ସରକାର ଏହି ଘୋଷଣା କରିବା ପରେ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି | ରାଜ୍ୟର ୨୫ଶହ ଟିକାକରଣ କେନ୍ଦ୍ରରେ ପ୍ରିକସଜ୍ ଡୋଜ୍ ଟିକା ପ୍ରଦାନ କରାଯିବ | ୧୮ବର୍ଷରୁ ଅଧିକ ଲୋକଙ୍କ ପାଇଁ ଏହି ଘୋଷଣା ହୋଇଥିବାରୁ କଲେଜ ଓ ଅନ୍ୟ ସ୍ଥାନ‌ରେ ସ୍ବତନ୍ତ୍ର କ୍ୟାମ୍ପ୍ କରାଯିବ। |ଏହାସହ ସହରାଞ୍ଚଳରେ ମଧ୍ୟ ପ୍ରିକସନ୍ ଡୋଜ୍ ଟିକାକରଣରୁ ଯଥାଶୀଘ୍ର ଶେଷ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି |

8 - ଥମିବାର ନାଁ ଧରୁନି ଦେଶରେ ବନ୍ୟା ତାଣ୍ଡବ | ଦେଶର କିଛି ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ତାଣ୍ଡବ ରଚିଛି ବନ୍ୟା । ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ବନ୍ୟା ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବନ୍ୟା କାରଣରୁ ଦେଶରେ ବର୍ତ୍ତମାନସୁଦ୍ଧା 270ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

9 - ଆଗାମୀ ଦୁଇ ଦିନରେ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା | ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଛି ଲଘୁଚାପ ଯାହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ସୁନ୍ଦରଗଡ, ଦେବଗଡ଼ , କେନ୍ଦୁଝର ,ମୟୂରଭଞ୍ଜ , ଯାଜପୁର,ଭଦ୍ରକ ଓ ବାଲେଶ୍ୱରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଅତି ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ମାନଙ୍କୁ କେନ୍ଦ୍ର ପକ୍ଷରୁ ୟେଲୋ ଅର୍ନିଙ୍ଗ ଜାରି କରାଯାଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)