News

'ଓଡିଆ' ଭାରତୀୟ ଲିପିର ରାଣୀ: ପ୍ରତାପ ଷଡଙ୍ଗୀ

ଓଡିଆ ହେଉଛି ସମଗ୍ର ଭାରତୀୟ ଲିପିର ରାଣୀ ବୋଲି କହିଛନ୍ତି ପ୍ରତାପ । ଦିଲ୍ଲୀ ସ୍ଥିତ କୃଷି ଜାଗରଣ ପରିଦର୍ଶନ କରି ଏଭଳି କହିଥିଲେ ସାଂସଦ ଷଡଙ୍ଗୀ ।

05 August, 2022 5:01 PM IST By: Shuvanshu Kar

ରାଜଧାନୀ ଦିଲ୍ଲୀରେ ସର୍ବ ସମ୍ମୁଖରେ ପ୍ରତିଟି ଓଡିଆଙ୍କୁ ଗୌରବାନ୍ବିତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡିଆ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ(Pratap Sarangi) । ଓଡିଆ(Odia) ହେଉଛି ସମଗ୍ର ଭାରତୀୟ ଲିପି(Indian Scripts)ର ରାଣୀ ବୋଲି କହିଛନ୍ତି ପ୍ରତାପ । ଦିଲ୍ଲୀ ସ୍ଥିତ କୃଷି ଜାଗରଣ ପରିଦର୍ଶନ କରି ଏଭଳି କହିଥିଲେ ସାଂସଦ ଷଡଙ୍ଗୀ ।

କୃଷି ଜାଗରଣରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଅଫିସ ପରିଦର୍ଶନ କରି ବିଭିନ୍ନ ଭାଷାଭାଷୀ କୃଷି ସାମ୍ବାଦିକଙ୍କ ସହ କଥା ହୋଇଥିଲେ ପ୍ରତାପ ଷଡଙ୍ଗୀ । ଏହି ଅବସରରେ ସେ ସର୍ବ ସମ୍ମୁଖରେ କହିଛନ୍ତି ଯେ ଓଡିଆ ହେଉଛି ସମସ୍ତ ଭାରତୀୟ ଲିପିର ରାଣୀ ।

ସେହିପରି ଜଣେ ଭାରତୀୟ ତଥା ଓଡିଆ ହୋଇ ଗର୍ବ ଅନୁଭବ କରୁଥିବା ପ୍ରତାପ ଷଡଙ୍ଗୀ ନିଜ ଅଭିଭାଷଣରେ କହିଛନ୍ତି । ସାଂସଦ କହିଛନ୍ତି, ଜଣେ ଭାରତୀୟ, ଜଣେ ଓଡିଆ ଏବଂ ବାଲେଶ୍ବର ଜିଲ୍ଲା ନୀଳଗିରିରେ ଜନ୍ମ ନେଇ ଗର୍ବ ଅନୁଭବ କରେ । ଅନ୍ୟପକ୍ଷେ ସ୍ବାଧୀନତା ଆନ୍ଦୋଳନରେ ଗଡଜାତ ରାଜ୍ୟର ମିଶ୍ରଣ ସମୟରେ ନୀଳଗିରିର ଅବଦାନ ସମ୍ପର୍କରେ ସେ ଇତିହାସର ବର୍ଣ୍ଣାନା କରିଥିଲେ ।

ପ୍ରତାପ ଏହା ମଧ୍ୟ କହିଛନ୍ତି ଯେ ଆମ ମଧ୍ୟରେ ଏକତା ନଥିବାରୁ ଆମକୁ ବିଦେଶୀମାନେ ଶାସନ କରିଥିଲେ । ଏକ ସୂତ୍ରରେ ବାନ୍ଧି ହୋଇ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି ଷଡଙ୍ଗୀ । ବିଶ୍ବର ସର୍ବପୂରାତନ ଭାଷା ସଂସ୍କୃତ ରୁ ନିଜ ଅଭିଭାଷଣ ଆରମ୍ଭ କରିଥିବା ପ୍ରତାପ ଷଡଙ୍ଗୀ ଏଥିରେ ବେଦ ଓ ମନ୍ତ୍ରକୁ ମଧ୍ୟ ସ୍ଥାନ ଦେଇଥିଲେ ।

କୃଷି ଜାଗରଣରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ହରଘର ତ୍ରିରଙ୍ଗା ଅଭିଯାନରେ ହେଲେ ସାମିଲ

ଯଜ୍ଞରୁ ଜୈବିକ ଚାଷ, କୃଷିକୁ ନେଇ କଣ ମନ୍ତ୍ର ଦେଲେ ପ୍ରତାପ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)