News

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଏମିତି ଚେକ କରନ୍ତୁ ମାର୍କ...

ମାଧ୍ୟମିକ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚନ କରି ରେଜଲ୍ଟ ଘୋଷଣା କରିଛନ୍ତି । ଚଳିତବର୍ଷ 90.55 % ରେଜଲ୍ଟ ହୋଇଛି ।

06 July, 2022 2:31 PM IST By: Shuvanshu Kar

ପ୍ରକାଶ ପାଇଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ରେଜଲ୍ଟ (Odisha Class 10th Result 2022)। ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ(School and Mass Education Minister Samir Ranjan Dash) । ଅପରାହ୍ନ ୧ଟାରେ ଫଳ ପ୍ରକାଶ ପାଇଛି । ତେବେ ବର୍ତ୍ତମାନଠାରୁ ଛାତ୍ରଛାତ୍ରୀମାନେ ଓ୍ୱେବସାଇଟରେ ରେଜଲ୍ଟ ଚେକ କରିପାରିବେ ।
ରେଜଲ୍ଟ ଜାଣିବା ପାଇଁ ବୋର୍ଡର ୨ଟି ଓ୍ୱେବସାଇଟ www.bseodisha.ac.inwww.bseodisha.nic.in ରେ ଲଗଇନ କରି ପରୀକ୍ଷା ଫଳ ପାଇପାରିବେ ଛାତ୍ରଛାତ୍ରୀ ।

ମାଧ୍ୟମିକ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚନ କରି ରେଜଲ୍ଟ ଘୋଷଣା କରିଛନ୍ତି । ଚଳିତବର୍ଷ 90.55 % ରେଜଲ୍ଟ ହୋଇଛି । ମୋଟ 5ଲକ୍ଷ 17 ହଜାର 847 ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ତେବେ ଏଥର ମଧ୍ୟ ବାଜି ମାରିଛନ୍ତି ଛାତ୍ରୀ । ଛାତ୍ରଙ୍କ ପାସ ହାର 88.77 ପ୍ରତିଶତ ରହିଥିବାବେଳେ ଛାତ୍ରୀଙ୍କ ପାସ ହାର 92.37 ପ୍ରତିଶତ ରହିଛି ।

୨, ୫୬, ୮୭୭ ଜଣ ପୁଅ ପାସ୍ କରିଥିବା ବେଳେ ୨, ୬୦, ୯୭୦ ଜଣ ଝିଅ କୃତକାର୍ଯ୍ୟ ହୋଇଛନ୍ତି । A1ରେ ୮୧୧୯ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ A2ରେ ୫୪, ୮୮୯ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି B1ରେ ୧, ୨୦, ୨୦୩ B2ରେ ୧, ୪୨, ୨୬୬, Cରେ ୧, ୧୬, ୧୧୧,Dରେ ୫୯, ୨୪୫, Eରେ ୧୪, ୬୪୭ ଓ Fରେ ୭୭୯୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ଏଥର ମୋଟ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍‌ କରିଥିବା ବେଳେ ୮୬୯୯ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ସେହିପରି 3ଟି ସ୍କୁଲରେ ପରୀକ୍ଷା ଫଳ ଶୂନ ରହିଛି । ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ 96.36 ପ୍ରତିଶତ ରେଜଲ୍ଟ ହୋଇଥିବା ସୂଚନା ରହିଛି ।

ଜୁଲାଇ 6ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଆସନ୍ତାକାଲିଠୁ OJEE ,ପରୀକ୍ଷା ଦେବେ 58 ହଜାର ପରୀକ୍ଷାର୍ଥୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)