News

ପ୍ରକାଶ ପାଇଲା ଯୁକ୍ତ 2 କଳା ରେଜଲ୍ଟ, ଜାଅନ୍ତୁ କେମିତି ଚେକ କରିବେ ନିଜର ମାର୍କ

ପ୍ରକାଶ ପାଇଛି ଯୁକ୍ତ 2 କଳା ରେଜଲ୍ଟ । ଚଳିତ ବର୍ଷ ମୋଟ 82.10 % ଛାତ୍ରଛାତ୍ରୀ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ ।

08 August, 2022 5:40 PM IST By: Shuvanshu Kar

ପ୍ରକାଶ ପାଇଛି ଯୁକ୍ତ 2 କଳା ରେଜଲ୍ଟ (result)। ଚଳିତ ବର୍ଷ ମୋଟ 82.10 % ଛାତ୍ରଛାତ୍ରୀ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(chse) ପକ୍ଷରୁ ପରୀକ୍ଷା ଫଳ ଘୋଷଣା କରାଯାଇଛି ।

ଚଳିତ ଥର ଯ଼ୁକ୍ତ 2 କଳାରେ 1 ଲକ୍ଷ 71 ହଜାର 288 ଛାତ୍ରଛାତ୍ରୀ ପାସ କରିଛନ୍ତି । ଏଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୨, ୭୩୪ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୪୧, ୧୯୩ ଓ ତୃତୀୟ ଶ୍ରେଣୀରେ ୬୭, ୩୪୧ ଜଣ ପାସ କରିଛନ୍ତି ।

ଏଥିର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଚଳିତ ବର୍ଷ ମୋଟ ୨ ଲକ୍ଷ ୮ ହଜାର ୬୩୧ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିଲେ । ଖୋର୍ଦ୍ଧାରେ ପାସ ହାର ସର୍ବାଧିକ ରହିଛି । ଅନ୍ୟପକ୍ଷେ ନବରଂଗପୁର ଜିଲ୍ଲାରେ ସର୍ବନିମ୍ନ ରେଜଲ୍ଟ ହୋଇଛି।

ଅପରାହ୍ନ ୪ଟା ରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ମାନେ www.odisharesults.nic.inରେ ସେମାନଙ୍କ ରେଜଲ୍ଟ ଚେକ କରିପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା । ଛାତ୍ରଛାତ୍ରୀ ନିଜର ମାର୍କସିଟକୁ ଏହି ଲାଇଟରୁ ମଧ୍ୟ ଡାଉନଲୋ କରିପାରିବେ ।

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଏମିତି ଚେକ କରନ୍ତୁ ମାର୍କ...

CA Result 2022 : ଜାଣନ୍ତୁ କିଏ ଟପ୍ପର ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)