News

ଓଡ଼ିଶାର ଆୟ ଉପରେ କରୋନା ପାହାର; କମିଗଲା କି କୃଷି ପାଇଁ ବ୍ୟୟବରାଦ !

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ରାଜ୍ୟର ରାଜସ୍ବ ଆଦାୟ ପ୍ରଭାବିତ ହୋଇଛି । ଏହାଯୋଗୁଁ କୃଷି ପରି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ବ୍ୟୟବରାଦ ହ୍ରାସ ପାଇଛି ।

23 February, 2021 8:43 AM IST By: Gyanadutta Behra

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ରାଜ୍ୟର ରାଜସ୍ବ ଆଦାୟ ପ୍ରଭାବିତ ହୋଇଛି । ଏହାଯୋଗୁଁ କୃଷି ପରି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ବ୍ୟୟବରାଦ ହ୍ରାସ ପାଇଛି । ଏହାର ପ୍ରତିଫଳନ ଆଜି ଉପସ୍ଥାପିତ ରାଜ୍ୟ କୃଷି ବଜେଟରେ ଦେଖିବାକୁ ମିଳିଛି । ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ କୃଷି ପାଇଁ ୧୭,୪୬୮ କୋଟିର ବ୍ୟୟବରାଦ କରାଯାଇଛି । ଯାହାକି ୨୦୨୦-୨୧ ବର୍ଷର ବ୍ୟୟ ବରାଦ ୧୯,୪୦୮ କୋଟି ଠାରୁ ପ୍ରାୟ ୧୦ ପ୍ରତିଶତ କମ । ରାଜ୍ୟ ସରକାରଙ୍କ ଏକ ଲୋକପ୍ରିୟ ଯୋଜନା କାଳିଆ ପାଇଁ ଏଥର ୧୮ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗତ ଆର୍ଥିକ ବର୍ଷ ନିମନ୍ତେ କାଳିଆ ଯୋଜନା ପାଇଁ ୩୧୯୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । 

ନୂଆ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ ମଧ୍ୟରୁ ୧ ଲକ୍ଷ ୨୫ ହଜାର ୬୦୦ କୋଟି ଟଙ୍କା ରାଜସ୍ବ ପ୍ରାପ୍ତିରୁ ମିଳିବ । ଏହା ମଧ୍ୟରୁ ରାଜ୍ୟ ସରକାରଙ୍କ ନିଜସ୍ବ ଟିକସ ୩୭,୫୦୦ କୋଟି ଟଙ୍କା ରହିବ, ଯାହାକି ୨୦୨୦-୨୧ ବର୍ଷରେ ୩୮,୩୫୦ କୋଟି ଟଙ୍କା ଥିଲା । ସେହିପରି କେନ୍ଦ୍ରୀୟ ଟିକସରୁ ରାଜ୍ୟଭାଗ ମଧ୍ୟ କମିବା ଆଶଙ୍କା କରାଯାଉଛି । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଭାଗ ୩୬୩୦୦ କୋଟି ଟଙ୍କା ଥିବାବେଳେ ନୂଆ ଆର୍ଥିକ ବର୍ଷରେ ତାହା ୩୦,୧୩୭ କୋଟିକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)