News

ଓଡିଶାରେ ବଢୁଛି ବାଜରା ଚାଷକୁ ପ୍ରୋତ୍ସାହନ, ଆଦିବାସୀ ଅଞ୍ଚଳକୁ ମିଳିବ 2808 କୋଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବାଜରା ଚାଷ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚଳାଇବାକୁ କୁହାଯାଇଥିବା ସୂଚନା ।

13 August, 2022 1:38 PM IST By: Shuvanshu Kar

ଓଡିଶାରେ ବାଜରା ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ବାଜରା ଚାଷ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ(Millets Mission) ମଧ୍ୟ ଚାଲିଛି । ଏହା ଅନ୍ତର୍ଗତ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏକ ପ୍ରସ୍ତାବ ମଧ୍ୟ ଅନୁମୋଦନ କରାଯାଇଛି। ରାଜ୍ୟର ଆଦିବାସୀ ଅଞ୍ଚଳରେ ବାଜରା ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ(Odisha State Cabinet) ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବାଜରା ଚାଷ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚଳାଇବାକୁ କୁହାଯାଇଥିବା ସୂଚନା ।

ରାଜ୍ୟରେ ବାଜରା ଚାଷକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର 2017ରେ ଓଡିଶା ମିଲେଟ ମିଶନ ଅଧୀନରେ ଥିବା ଆଦିବାସୀ ଅଞ୍ଚଳରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ତକରିଥିଲେ । ବାଜରା ଉପଯୋଗକୁ ବୃଦ୍ଧି କରିବାକୁ ପ୍ରାଥମିକତା ଦେଇ ଓଡିଶାରେ ଏହା ହେଉଛି ପ୍ରଥମ କୃଷି କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜଳବାୟୁ ଅନୁକୂଳ ଚାଷକୁ ପ୍ରୋତ୍ସାହିତ କରିବା ସହିତ ସୁକ୍ଷ୍ମ ତତ୍ତ୍ବର ଅଭାବକୁ ଦୂର କରିବାରେ ସହଯୋଗ କରିବା । ଏଥିପାଇଁ ବାଜରା ଚାଷ ପୁଣି ଥରେ ବ୍ୟାପକ ଭାବରେ ପୁନର୍ଜୀବିତ ହେଉଛି । କୃଷି ବିଭାଗର ଆଇଟି କୃଷକ ସଶକ୍ତିକରଣ ବିଭାଗର ତତ୍ତ୍ବାବଧାନରେ ଏନଜିଓ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନଗୁଡ଼ିକର ସହଯୋଗରେ WSHG / FPO ମାଧ୍ୟମରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି । ଏହି କାର୍ଯ୍ୟକ୍ରମ ରାଜ୍ୟ ଯୋଜନା, DMF ଏବଂ OMADC ମାଧ୍ୟମରେ ସମର୍ଥିତ ।

2017-18 ରେ ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରାଜ୍ୟର ସାତୋଟି ଜିଲ୍ଲାର 30ଟି ବ୍ଲକରେ ଯଥା ଗଜପତି, କାଲାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୁଆପଡା ଏବଂ ରାୟାଗଡା ଠାରେ କାର୍ଯ୍ୟକାରୀ ହୋଇଥିଲା। ଏହା ପରେ, ଦ୍ୱିତୀୟ ପର୍ଯ୍ୟାୟରେ, ଏହି କାର୍ଯ୍ୟକ୍ରମ ଚାରୋଟି ଜିଲ୍ଲାର ଅନ୍ୟ 35 ଟି ବ୍ଲକରେ ଆରମ୍ଭ ହୋଇଥିଲା । ଏହା 55 ଟି ବ୍ଲକକୁ ବିସ୍ତାର ହୋଇଛି । ଏହିପରି, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ, ଏହି କାର୍ଯ୍ୟକ୍ରମ 15ଟି ଜିଲ୍ଲାର 84 ଟି ବ୍ଲକରେ ପହଞ୍ଚିଛି ।

ବର୍ତ୍ତମାନ 2022-23 ପରଠାରୁ 15 ଟି ଜିଲ୍ଲାର 84 ଟି ବ୍ଲକରୁ 19 ଟି ଜିଲ୍ଲାର 142 ଟି ବ୍ଲକ ପର୍ଯ୍ୟନ୍ତ ଓଡିଶା ସରକାରଙ୍କର ନିଜସ୍ୱ କ୍ଷେତ୍ର ରହିଛି । କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଚଳାଇବାକୁ ରାଜ୍ୟ କ୍ୟାବିନେଟ୍ ଏକ ବଡ ବଜେଟ୍ ଅନୁମୋଦନ କରିଛି । କ୍ୟାବିନେଟ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଛଅ ବର୍ଷ (2021-22 ରୁ 2026-27 ଆର୍ଥିକ ବର୍ଷ) ପାଇଁ 2808.39 କୋଟି ଟଙ୍କା ଅନୁମୋଦନ କରାଯାଇଛି। ଉଲ୍ଲେଖନୀୟ ବିଷୟ ହେଉଛି, ବାଜରା ଚାଷ ଏବଂ ବ୍ୟବହାରକୁ ବୃଦ୍ଧି କରିବାକୁ 2023 ବର୍ଷକୁ ଆନ୍ତର୍ଜାତୀୟ ବାଜରା ବର୍ଷ ଭାବରେ ଘୋଷଣା କରାଯାଇଛି ।

ବସ୍ତରରେ ପ୍ରଥମ ଥର ପ୍ରାକୃତିକ କୃଷି କରିବେ ଚାଷୀ, ମିଳିବ 2000 ଟଙ୍କା

World Elephant Day:ଗତ ୮ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ହସ୍ତୀ ଅଭୟାରଣ୍ୟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)