ରାଜ୍ୟରେ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚାଷୀଙ୍କ ପାଇଁ ଜଳ ଯୋଜନାର ସୁବିଧା କରିଛନ୍ତି l ଯେଉଁଥିରେ ରାଜ୍ୟର ପ୍ରତିଟି ଲୋକର ଘରେ ଘରେ ଜଳ ଖୁବ ସହଜରେ ଉପଲବ୍ଧ ହୋଇପାରୁଛି l ଚାଷ ଜମିରେ ଚାଷୀଟିଏ ଖୁବ ସହଜରେ ଜଳସେଚନ କରିପାରୁଛି l ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ଘରେ ଘରେ ଜଳ ଉପଲବ୍ଧ କରାଉଛନ୍ତି ରାଜ୍ୟ ସରକାର l ସେହିପରି ଗତକାଲି ରାଜ୍ୟର ଜଳ ଯୋଜନା ପାଇଁ ରାଜ୍ୟ ପୁରସ୍କୃତ ହୋଇଛି l
ମୁଖ୍ୟମନ୍ତ୍ରୀ ନବୀନଙ୍କ ଶାସନ କାଳରେ ଓଡ଼ିଶା ରାଜ୍ୟ ବିକାଶ ଆଡ଼କୁ ଅଗ୍ରଗତି କରିଛି । ସେଥିପାଇଁ ବିଭିନ୍ନ ସମୟରେ ରାଜ୍ୟକୁ କେନ୍ଦ୍ର ସରକାର ଓ ଅନ୍ତର୍ଜାତୀୟ ସ୍ତରରୁ ମଧ୍ୟ ଅନେକ ପୁରସ୍କାର ମିଳିଥିବାର ନଜର ଆସିଛି । ତେବେ ଓଡ଼ିଶା ପୁଣି ସାରା ଦେଶରେ ନିଜର ସଫଳତାକୁ ଦୋହରାଇଛି ଗତକାଲି ।
ଜଳ ସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ଗତକାଲି ଜାତୀୟ ଜଳ ପୁରସ୍କାରରେ ପୁରସ୍କୃତ କରାଯାଇଛି । କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଏହି ଘୋଷଣା କରାଯାଇଛି । ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ ଏହି କ୍ଷେତ୍ରରେ ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପ୍ରଦାନ କରାଯାଇଛି ଗତକାଲି । ଆଗକୁ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଯେଉଁ ଅବସରରେ ଓଡ଼ିଶାକୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ରାଜ୍ୟରେ ୩.୨ ଲକ୍ଷ ହେକ୍ଟର ଅତିରକ୍ତ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି ଯାହା ପାଖାପାଖି ୪ ଲକ୍ଷରୁ ଅଧିକ ଚାଷୀଙ୍କୁ ତାଙ୍କ ଚାଷ ଜମିରେ ଜଳ ସୁରକ୍ଷା ଯୋଗାଇ ଦିଆଯାଇଛି । ତେବେ ଓଡ଼ିଶାର ଜଳ ସମ୍ପଦ ବିଭାଗ ଦ୍ୱାରା ରାଜ୍ୟର ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଛି ସରକାରଙ୍କ ଦ୍ୱାରା ଯାହା ସେଠାର ଲୋକଙ୍କୁ ଜଳ ସୁବିଧା ଯୋଗାଉଛି ।
ସେହିପରି କଳାହାଣ୍ଡି ଜିଲ୍ଲାରେ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ କରାଯାଇଛି ଯାହା ଉଚ୍ଚ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ୬୧ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ, ମୋଟ ୨୮୩୩ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ସହିତ ୨୨,୫୦୦ଟି ଗଭୀର ନଳକୂପ ନିର୍ମାଣ କରାଯାଇଥିବା ସୂଚନା ରହିଛି । ଏହାଫଳରେ ପାଖାପାଖି ରାଜ୍ୟରେ ୩୨ ହଜାର ହେକ୍ଟର ଚାଷଜମି ସହଜରେ ଜଳସେଚିତ ହୋଇ ପାରୁଛି । ତେବେ ଜଳ ସମ୍ପଦର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଗତ ୫ ବର୍ଷରେ ୧୧ ହଜାର ୭୦୦ କୋଟି ଟଙ୍କା ବିନିଯୋଗରେ ଜଳାଶୟ ନିର୍ମାଣ କରି ପାଖାପାଖି ୫୦ ହଜାର ହେକ୍ଟର ମି. ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।