News

Odisha Corona: ଖସୁଛି କୋରୋନା, ଦିନକରେ 816 ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଏଣିକି ଖସୁଛି କୋରୋନା ସଂକ୍ରମଣ । ଗୋଟିଏ ଦିନରେ 816 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

18 July, 2022 12:14 PM IST By: Sudesna Nayak

ରାଜ୍ୟରେ ଏଣିକି ଖସୁଛି କୋରୋନା ସଂକ୍ରମଣ । ଗୋଟିଏ ଦିନରେ 816 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜାଣନ୍ତୁ...

ସୂଚନା ଅନୁଯାୟୀ, ଗୋଟିଏ ଦିନକରେ 28 ଜିଲ୍ଲା ଷ୍ଟେଟପୁଲରୁ 816 ଜଣ covid positive ଚିହ୍ନଟ ହୋଇଛନ୍ତି । ଏଥିମଧ୍ଯରୁ କ୍ବାରେଣ୍ଟାଇନରୁ ୪୭୭ ଜଣ, ଲୋକଲ କେସ୍ ୩୩୯ ଜଣ ସଂକ୍ରମିତ ହିଁ ଚିହ୍ନଟ ହୋଇଛନ୍ତି ।

ଯାହାକୁ ନେଇ ଖୋର୍ଦ୍ଧା ଜିଲ୍ଲାରୁ 218, ସୁନ୍ଦରଗଡ଼ ଜିଲ୍ଲାରୁ 141, କଟକ ଜିଲ୍ଲାରୁ 78, ସମ୍ବଲପୁର ଜିଲ୍ଲାରୁ 57, ଷ୍ଟେଟପୁଲରୁ ୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 24 ଘଣ୍ଟାରେ 600 ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ 5911 ।

ବଢୁଥିବା କୋରୋନା (covid-19) ସଂକ୍ରମଣ ମଧ୍ୟରେ ସାରା ଦେଶରେ ଟୀକାକରଣର ଗତି ମଧ୍ୟ ବୃଦ୍ଧି ହୋଇଛି । ଭାରତରେ ଟୀକାକରଣର ସଂଖ୍ୟା 200 କୋଟି ଟପିସାରିଛି । ଏହାସହିତ ଏହି ସଂଖ୍ୟା ଛୁଇଁବାରେ ଭାରତ ବିଶ୍ବରେ ହିଁ ଦ୍ବିତୀୟ ଦେଶ ହୋଇଛି ।

ସ୍ବାଧିନତାର 75 ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ୭୫ ଦିନ ପାଇଁ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକରେ ୧୮-୫୯ ବର୍ଷ ବୟସର ସମସ୍ତ ନାଗରିକଙ୍କୁ ମାଗଣାରେ କୋଭିଡ-୧୯ ପ୍ରିକସନ ଡୋଜ୍ ଆରମ୍ଭ ହୋଇଯାଇଛି । ମାଗଣାରେ ବୁଷ୍ଟର ଡୋଜ (Free Booster Dose)ଦିଆଯିବା ନିମନ୍ତେ ପ୍ରଶାସନ ପ୍ରସ୍ତୁତ । ଏହି ଅଭିଯାନ ପ୍ରାୟ ୭୫ ଦିନ ଧରି ଚାଲିବ ।

ପ୍ରକାଶ ଥାଉ କି, ବିଭିନ୍ନ ଇଞ୍ଜିନିୟରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କର ବ୍ୟାପକ ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ନିର୍ଦ୍ଦେଶ ଦେଇଛନ୍ତି ।

Free Covid Booster Dose: ଆଜି ଠୁ ମାଗଣା ବୁଷ୍ଟର ଡୋଜ୍‌

ସୋମବାର ଏହି ସବୁ ଜିଲ୍ଲାରେ ହେବ ବର୍ଷା,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)