News

ଚାଷୀଙ୍କ ଚିନ୍ତା ବଢ଼ାଇଲା ବାତ୍ୟା ମାଣ୍ଡୋସ୍‌

ଧାନ ଅମଳ ବେଳକୁ ପୁଣି ଦାଉ ସାଧିଛି ପ୍ରକୃତି । ତାମିଲନାଡ଼ୁ ଓ ଆନ୍ଧ୍ର ଉପକୂଳରେ ବାତ୍ୟା ମାଣ୍ଡୋସ୍‌ ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଠାରୁ ଝିପିଝିପି ବର୍ଷା ଚାଲିଛି । ବର୍ଷା ପରିମାଣ ଅଧିକ ନଥିଲେ ମଧ୍ୟ ହିଁ ଅମଳ ଏକ ପ୍ରକାର ଅଟକି ଯାଇଛି । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଛି ।

11 December, 2022 4:06 PM IST By: Sudesna Nayak

ଧାନ ଅମଳ ବେଳକୁ ପୁଣି ଦାଉ ସାଧିଛି ପ୍ରକୃତି । ତାମିଲନାଡ଼ୁ ଓ ଆନ୍ଧ୍ର ଉପକୂଳରେ ବାତ୍ୟା ମାଣ୍ଡୋସ୍‌ (Mandous )ର ପ୍ରଭାବରେ ଦକ୍ଷିଣ ଓଡ଼ିଶା (ODISHA)ର ବିଭିନ୍ନ ସ୍ଥାନରେ ଶୁକ୍ରବାର ଠାରୁ ଝିପିଝିପି ବର୍ଷା (RAIN) ଚାଲିଛି । ବର୍ଷା (RAIN) ପରିମାଣ ଅଧିକ ନଥିଲେ ମଧ୍ୟ ହିଁ ଅମଳ ଏକ ପ୍ରକାର ଅଟକି ଯାଇଛି । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଛି ।

ପାଗ ମେଘୁଆ ରହିଥିବାରୁ ବଡ଼ ବର୍ଷା (RAIN)କୁ ନେଇ ଚାଷୀ (farmers) ଚିନ୍ତାରେ ହିଁ ରହିଛନ୍ତି । ଆଜି ଦିନ ସାରା ଗଞ୍ଜାମ ଜିଲ୍ଲାରେ କୋହଲା ପାଗ ଜାରି ରହିଥିବା ବେଳେ ଗତକାଲି ରାତି ଠାରୁ କିଛିକିଛି ଘଣ୍ଟାର ବ୍ୟବଧାନରେ ଝିପିଝିପି ବର୍ଷା (RAIN)ହେଉଛି ।

ସୂଚନା ଅନୁଯାୟୀ, ଓଡ଼ିଶା (ODISHA)ରେ ବାତ୍ୟା ମାଣ୍ଡୋସ୍‌ (Mandous )ର ସେତେଟା ପ୍ରଭାବ ନାହିଁ । କେବଳ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା (RAIN)ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା । ଆଜି ରବିବାର (SUNDAY)ଓ ଆସନ୍ତାକାଲି ଦୁଇଦିନ ବର୍ଷା (RAIN)ସମ୍ଭାବନା ରହିଛି । ଆଜି ବର୍ଷା (RAIN)ର ପରିମାଣ ସେତେଟା ନଥିଲା । ଏବେ ଧାନ ଅମଳ ବେଳକୁ ବର୍ଷା (RAIN)ଯୋଗୁଁ ଚାଷୀ (farmers)ଚିନ୍ତାରେ ପଡ଼ି ଯାଇଛନ୍ତି ।

କହିବାକୁ ଗଲେ,ଆଜି (SUNDAY)ବି ରାଜ୍ୟର କିଛି ସ୍ଥାନରେ ବର୍ଷା (RAIN)ହୋଇପାରେ । ବିଶେଷ କରି ଦକ୍ଷିଣ ଓଡ଼ିଶା (odisha)ର କିଛି ଜିଲ୍ଲାରେ ବର୍ଷା (RAIN) ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ନୂଆପଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା ଏବଂ ଗଜପତି ଜିଲ୍ଲାରେ ବର୍ଷା (RAIN) ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା (RAIN)ହୋଇପାରେ ।

ପ୍ରକାଶ ଥାଉ ଯେ, ଚଳିତ ଖରିଫ୍‌ରେ ଗଞ୍ଜାମ (odisha district ganjam)ଜିଲ୍ଲାରେ ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍ ଜମିରେ ଚାଷ କରାଯାଇଛି । ସେଥିରୁ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ ଚାଷ ହୋଇଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ ।

ଓଡ଼ିଶାର ୭ ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା

ଆଜି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)