News

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଉପହାର

ନୂଆବର୍ଷ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର । ନବୀନ ପଟ୍ଟନାୟକଙ୍କ ନୂଆବର୍ଷ ଭେଟି । ୪ ପ୍ରତିଶତ ମହଙ୍ଗା ଭତ୍ତା ଭତ୍ତା ଓ TI ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ଜୁଲାଇ ପହିଲା ୨୦୨୨ ରୁ ଏହା ପିଛିଲା ଭାବେ ଲାଗୁ ହେବ ।

30 December, 2022 2:20 PM IST By: Sudesna Nayak

ନୂଆବର୍ଷ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର । ନବୀନ ପଟ୍ଟନାୟକ (naveen patnaik)ଙ୍କ ନୂଆବର୍ଷ ଭେଟି । ୪ ପ୍ରତିଶତ ମହଙ୍ଗା ଭତ୍ତା ଭତ୍ତା ଓ TI ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (naveen patnaik)। ଏଥିରେ ସରକାରୀ କର୍ମଚାରୀ ଓ ପେନସନଭୋଗୀ (pensioners) ଉପକୃତ ହେବେ । ଜୁଲାଇ ପହିଲା ୨୦୨୨ ରୁ ଏହା ପିଛିଲା ଭାବେ ଲାଗୁ ହେବ ।

ସୂଚନା ଅନୁଯାୟୀ, ସରକାରୀ କର୍ମଚାରୀ (odisha govt)ଙ୍କ ଲାଗି ରାଜ୍ୟ ସରକାର (odisha govt)ଙ୍କ ନୂଆବର୍ଷ ଭେଟି । ୪ ପ୍ରତିଶତ ମହଙ୍ଗା ଭତ୍ତା ଓ ଟିଆଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରୀ କର୍ମଚାରୀ (odisha govt employees) ଓ ପେନସନଭୋଗୀ (pensioners) ଙ୍କ ପାଇଁ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୨୦୨୨ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା । ଉଭୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ (pensioners) ଉପକୃତ ହେବେ ।

ଜୁଲାଇ ପହିଲା 2022 ରୁ ଏହା ପିଛିଲା ଭାବେ ଲାଗୁ ହେବ ବୋଲି ସୂଚନା । ଉପକୃତ ହେବେ ସରକାରୀ କର୍ମଚାରୀ (odisha govt employees) ଓ ପେନସନ୍ ଭୋଗୀ (pensioners)

ପୂର୍ବରୁ ରାଜ୍ୟ ସରକାର (govt)ଦଶହରା ଉତ୍ସବରେ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଖୁସି କରିଥିଲେ । ଦଶହରା ଉପହାର ଭାବେ ସେତେବେଳେ ୩ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କରିଥିଲେ । ଯାହା ୩୧ ପ୍ରତିଶତରୁ ଏହା ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଏହି 4 ପ୍ରତିଶତକୁ ମିଶାଇଲେ ବର୍ତ୍ତମାନ ମହଙ୍ଗା ଭତ୍ତା (dearness allowance)ପରିମାଣ ହେଲା 38 ପ୍ରତିଶତ ।

ପ୍ରକାଶ ଥାଉ ଯେ,ଦଶହରାରେ ସମୟରେ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (dearness allowance)ବୃଦ୍ଧି ହୋଇଥିଲା । ସେ ସମୟରେ ୩% ମହଙ୍ଗା ଭତ୍ତା (dearness allowance)ବୃଦ୍ଧି କରିଥିଲେ । ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (dearness allowance)୩୧%ରୁ ୩୪%କୁ ବୃଦ୍ଧି ପାଇଥିଲା । ଆଉ ଏହାକୁ ଜାନୁଆରୀ ମାସରୁ ପିଛିଲା ଭାବରେ ଲାଗୁ କରାଯାଇଥିଲା ।

Pension New Rule:ସରକାରୀ କର୍ମଚାରୀ ପିଲାଙ୍କ ପାଇଁ ଖୁସି ଖବର ; ମିଳିବ ଫ୍ୟାମିଲି ପେନସନ, ଜାଣନ୍ତୁ...

ମାର୍ଚ୍ଚ ଶେଷ ସୁଦ୍ଧା ଏହି କାମ ସାରିଦିଅନ୍ତୁ ସରକାରୀ କର୍ମଚାରୀ, ନଚେତ୍ କଟିବ ଆପଣଙ୍କ ଦରମା !