News

ସରକାରୀ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ; ମାର୍ଚ୍ଚ ମାସରେ ପାଇବେ ମୋଟା ଅଙ୍କର ଦରମା,ମୁଖ୍ୟମନ୍ତ୍ରୀ ଦେଲେ ଏହି ନିର୍ଦ୍ଦେଶ

ସୋମବାର ଦିନ ସପ୍ତମ ବେତନ କମିଶନର ଶେଷ ୨୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ୪ ଲକ୍ଷ କର୍ମଚାରୀ ଉପକୃତ ହେବେ ।

29 March, 2022 11:05 AM IST By: Sudesna Nayak

ସୋମବାର ଦିନ (Monday)ସପ୍ତମ ବେତନ କମିଶନର ଶେଷ ୨୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ୪ ଲକ୍ଷ କର୍ମଚାରୀ ଉପକୃତ ହେବେ । ପୂର୍ବରୁ ୮୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ୮୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।

ସୂଚନା ଅନୁଯାୟୀ, ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସୋମବାର (Monday)ଏ ସଂକ୍ରାନ୍ତରେ ସରକାରୀ ଘୋଷଣାନାମା ପ୍ରକାଶ ପାଇଛି । ଏହାଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିଶନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ । ପୂର୍ବରୁ ଏହି ବକେୟାର ୮୦ ପ୍ରତିଶତ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ (State Government Employees)ଉପକୃତ ହେବେ । ଏଥିପାଇଁ ୨୦୨୧-୨୨ ଅତିରିକ୍ତ ବଜେଟରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କର୍ମଚାରୀମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମାରେ ପାଇପାରିବେ ।

ରାଜ୍ୟ ସରକାର (State Government)ସପ୍ତମ ବେତନ କମିଶନର ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସ ଠାରୁ ଲାଗୁ କରିଥିଲେ । ଆଉ ୨୦୧୭ ସେପ୍ଟେମ୍ବର ମାସ ଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ । କର୍ମଚାରୀମାନେ ସପ୍ତମ ବେତନ କମିଶନ ସୁପାରିଶ ଅନୁଯାୟୀ, ଜାନୁଆରୀ ୨୦୧୬ ରୁ ଅଗଷ୍ଟ ୨୦୧୭ ମଧ୍ୟରେ ୨୦ ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା ।

ପ୍ରକାଶ ଥାଉ ଯେ,ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୨୦୧୮ ରେ ୪୦ ପ୍ରତିଶତ, ୨୦୧୯-୨୦୨୦ ରେ ୧୦ ପ୍ରତିଶତ ଓ ୨୦୨୧-୨୦୨୨ ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା । ତେବେ ପେନସନଭୋଗୀମାନେ ସେମାନଙ୍କ ଦରମାର ଶତକଡା ୧୦୦ ପ୍ରତିଶତ ପାଇସାରିଛନ୍ତି ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଖବର; ଏହି ଦିନ ଖାତାକୁ ଆସିବ ୨ ଲକ୍ଷ ଟଙ୍କା,ଜାଣନ୍ତୁ...

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସିଖବର; ୧୧% ବଢ଼ିଲା ମହଙ୍ଗା ଭତ୍ତା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)