News

ଓଡିଶା ସରକାର ଆରମ୍ଭ କରିଲେ "ମୋ ଛତୁଆ "ୱେବସାଇଟ

ଓଡିଶା ସରକାର ଆରମ୍ଭ କରିଲେ "ମୋ ଛତୁଆ "ୱେବସାଇଟ

27 December, 2019 9:45 AM IST By: KJ Staff

"ମୋ ଛତୁଆ "ୱେବସାଇଟ ଦ୍ୱାରା ଛତୁଆ ର ମାନ ନିୟନ୍ତ୍ରଣ

ଓଡିଶା ସରକାର ଙ୍କ ଅଧିନସ୍ଥ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ "ମୋ ଛତୁଆ "ଆପ ଓ ୱେବସାଇଟ ର ଶୁଭାରମ୍ଭ କରିଛନ୍ତି |ଏହା ଦ୍ୱାରା ଛତୁଆ ର ମାନ ନିୟନ୍ତ୍ରଣ ସହ (ଟି ଏଚ ଆର )ସ୍କିମ ଅନ୍ତର୍ଗତ ଛତୁଆ ବଣ୍ଟନ ମଧ୍ୟ ସୁବିଧାଜନକ ହୋଇପାରିବ ବୋଲି ସେ ବିଶ୍ୱାସ ରଖିଛନ୍ତି |ଏହି ସମ୍ପୂର୍ଣ ପ୍ରକ୍ରିୟା ଆଇ.ସି.ଡି.ଏସ କାର୍ଯ୍ୟକ୍ରମ ଅନ୍ତର୍ଗତ
କରାଯିବ |

ଆପ ଦ୍ୱାରା ଆଇ.ସି.ଡି.ଏସ ର ସୁପରଭାଇସର ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର କୁ ସି.ଡି.ପି.ଓ ସାହାଯ୍ୟରେ ଅର୍ଡର ବା ଇଣ୍ଡେଣ୍ଟ ପଠାଇବେ ଯାହା ଅନଲାଇନ ମାଧ୍ୟମରେ ଛତୁଆ ପ୍ରସ୍ତୁତ କରୁଥିବା ସ୍ୱୟଂ ସହାୟକ ଗୋଷ୍ଟି କୁ ଏହି ଅର୍ଡର ପଠାଇବ|
ଏହା ପରେ ସ୍ୱୟଂ ସହାୟକ ଗୋଷ୍ଟି ର କାର୍ଯ୍ୟକଳାପ ଉପରେ ନଜର ରଖାଯିବ ଏବଂ ସେମାନେ କେଉଁ ସାମଗ୍ରୀ ସହ ଖରା ମିଶ୍ରଣ କରୁଛନ୍ତି ତାହା ମଧ୍ୟ ଏମ.ଆଇ.ଏସ ଦ୍ୱାରା ଟ୍ରକ କରାଯିବ |

ସାମଗ୍ରୀ ମିଶ୍ରଣ ଲାଗି ଏକ ନିର୍ଦ୍ଧିଷ୍ଟ ଦିନ ନିର୍ଣ୍ଣୟ ହେବ ଏବଂ ସେହି ଦିନ ସୁପରଭାଇସର ସ୍ୱୟଂ ସେଠାରେ ଉପସ୍ତିଥା ରହିବେ ଏବଂ ଏହି ମିଶ୍ରଣ ପ୍ରକ୍ରିୟା ର ଫୋଟୋ ମଧ୍ୟ ଅପଲୋଡ଼ କରାଯିବ |ଏହି ୟୁନିଟ ଗୁଡିକ କୁ ଜିଓ ଟ୍ୟାଗ ମଧ୍ୟ କରାଯିବ |

ଏହି ସମୀକ୍ଷା ପ୍ରକ୍ରିୟା ଦ୍ୱାରା ଉନ୍ନତ ମନର ଛତୁଆ ପ୍ରସ୍ତୁତ ହେବ ସହ ସହଜରେ ସମସ୍ତ ସ୍ଥାନ କୁ ବଣ୍ଟନ ମଧ୍ୟ କରାଯଇପାରିବ ବୋଲି ମନ୍ତ୍ରାଳୟ ର ବିଶ୍ୱାସ |ଏହା ସହ ଏହି ପ୍ରଣାଳୀ ଦ୍ୱାରା ନିଯୁକ୍ତ ସ୍ୱୟଂ ସହାୟକ ଗୋଷ୍ଟି କୁ ମଧ୍ୟ ସହଜରେ ଦରମା ଦେଇ ହେବ ଏବଂ ଉପାଦାନ ପ୍ରଣାଳୀ ଅଧିକ ସୁରକ୍ଷିତ ଓ ସ୍ଵଛ ମଧ୍ୟ ରଖାଯାଇପାରିବ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)