News

ଓଡ଼ିଶାରେ ପ୍ରବଳ ତାତି, ୭ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ରାଜ୍ୟ ପ୍ରବାହିତ ହେଉଛି ଉତ୍ତପ୍ତ ଶୁଷ୍କ ବାୟୁ । ଆଜି ଶୁକ୍ରବାର ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବ । ଏଥିପାଇଁ ୭ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

10 June, 2022 10:22 AM IST By: Sudesna Nayak

ରାଜ୍ୟ ପ୍ରବାହିତ ହେଉଛି ଉତ୍ତପ୍ତ ଶୁଷ୍କ ବାୟୁ । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ଉଚ୍ଚ ଆଦ୍ରତା ପ୍ରଭାବରେ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ଆଜି ଶୁକ୍ରବାର(Friday)ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ଲହରୀ (Heat Wave) ପ୍ରବାହିତ ହେବ । ଏଥିପାଇଁ ୭ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି ।

ସୂଚନା ଅନୁଯାୟୀ, ଏହି ୭ ଜିଲ୍ଲା ହେଲେ ସୋନପୁର ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ବୌଦ୍ଧ ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲା । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ଲହରି (Heat Wave) ପ୍ରବାହିତ ହେବାର ସମ୍ଭାବନା ରହିଛି । ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ଲୋକଙ୍କ ପ୍ରତି ବିଶେଷ ଦୃଷ୍ଟି ରଖିବା ସହ ଦିନ ୧୧ ଟାରୁ ଅପରାହ୍ନ ୩ଟା ମଧ୍ୟରେ ପଦାକୁ ଖରାରେ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ (IMD) । ଦିନ ୧୧ ଟାରୁ ୩ ଟା ମଧ୍ୟରେ ଯଥା ସମ୍ଭବ ଯାତାୟତରୁ ନିବୃତ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ଅପରପକ୍ଷେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ (Monsoon) ବାୟୁ ସକ୍ରିୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଆରବ ସାଗରର ଆଉ କିଛି ଅଞ୍ଚଳ, ଗୋଆ, ଦକ୍ଷିଣ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଦକ୍ଷିଣ ଆନ୍ଧ୍ରପ୍ର‌ଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳ‌େରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ରାଜଧାନୀ ସମେତ ପ୍ରାୟ ସ୍ଥାନରେ ଦିନସାରା ପାଗ ମେଘୁଆ ରହିଥିଲା । ଆଜି ମଧ୍ୟ ପାଗ ମେଘୁଆ ରହିପାରେ ।

ପ୍ରକାଶ ଥାଉ ଯେ, ଏଥର ରଜରେ ବି ଭିଜିବନି ଓଡ଼ିଶା (Odisha) । ମୌସୁମୀ (Monsoon)ବିଳମ୍ବିତ ହେଉଥିବାରୁ ଏଥର ରଜ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁ ନପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD)ପକ୍ଷରୁ ଆକଳନ କରାଯାଇଛି । ଓଡ଼ିଶାରେ ରଜରେ ବର୍ଷା (Rain)ହେବ କି ନାହିଁ ତାହା ୧୧ ସୁଦ୍ଧା ଜଣାପଡ଼ିବ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା,୧୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

୧୬ଟି ଜିଲ୍ଲାରେ କାଳବୈଶାଖୀ, ୟେଲୋ ଓ୍ଵାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)