News

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା,୧୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଓଡ଼ିଶାରେ ମୌସୁମୀ ଆସିବାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ପାଣିପାଗ ବିଭାଗ ଅନୁଯାୟୀ ଚଳିତ ବର୍ଷ ମୌସୁମୀ ପହଞ୍ଚିବାରେ ବିଳମ୍ବ ହେବାର ସମ୍ଭାବନା ଅଛି । ଭାରତ ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍ ୧୨ ତାରିଖରେ ରାଜ୍ୟକୁ ଛୁଇଁବ ନାହିଁ ।

09 June, 2022 10:03 AM IST By: Sudesna Nayak

ଓଡ଼ିଶାରେ ମୌସୁମୀ (Monsoon) ଆସିବାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ପାଣିପାଗ ବିଭାଗ (IMD) ଅନୁଯାୟୀ ଚଳିତ ବର୍ଷ ମୌସୁମୀ ପହଞ୍ଚିବାରେ ବିଳମ୍ବ ହେବାର ସମ୍ଭାବନା ଅଛି । ଭାରତ ପାଣିପାଗ ବିଭାଗ (IMD) ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍ ୧୨ ତାରିଖରେ ରାଜ୍ୟକୁ ଛୁଇଁବ ନାହିଁ ।

ସୂଚନା ଅନୁଯାୟୀ, ପୂର୍ବରୁ ଏହା ଆକଳନ କରଯାଇଥିଲା ଯେ ଓଡ଼ିଶା (Odisha)ରେ ମୌସୁମୀ (Monsoon)ଜୁନ୍ ୧୨ ତାରିଖ ସୁଦ୍ଧା ଓଡ଼ିଶା ପହଞ୍ଚି ପାରେ । ଯଦିଓ IMD ଦ୍ୱାରା ଏପର୍ଯ୍ୟନ୍ତ ଏକ ବିସ୍ତୃତ ପୂର୍ବାନୁମାନ କରାଯାଇ ନାହିଁ । ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ (Monsoon) ଜୁନ୍ ୧୨ ରୁ ୧୫ ତାରିଖ ମଧ୍ୟରେ ଓଡିଶାରେ ପହଞ୍ଚିଥାଏ ।

ଆରବ ସାଗର ନିକଟରେ ମୌସୁମୀ (Monsoon)ର ଗତି ଦୁର୍ବଳ ହେବା ଯୋଗୁଁ ଦେଶର ବିଭିନ୍ନ ଭାଗରେ ଏହା ପହଞ୍ଚିବାକୁ ଆଉ କିଛି ଦିନ ଲାଗିପାରେ । ଅନ୍ୟପକ୍ଷରେ ପ୍ରବଳ ଗରମ ସମଗ୍ର ଦେଶର ଲୋକଙ୍କୁ ଅସୁବିଧା ପକାଇ ଦେଇଛି । ସମସ୍ତ ଆଖି ବର୍ତ୍ତମାନ ମୌସୁମୀର ଆଗମନ ଉପରେ ରହିଛି । ପାଣିପାଗ ବିଭାଗ (IMD) ଅନୁସାରେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତର ଜଳବାୟୁରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ ।

ପାଣିପାଗ ବିଭାଗ (IMD) ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ (Monsoon) ବର୍ତ୍ତମାନ ତାମିଲନାଡୁ, ପୁଡୁଚେରୀ, କରାଇକାଲ ଏବଂ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଭାଗରେ ଅଗ୍ରଗତି କରିଛି । ବର୍ତ୍ତମାନ, ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ମୌସୁମୀର ସ୍ଥିତି ଦୁର୍ବଳ ରହିବ ।

ଭାରତର ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ମଧ୍ୟ ମୌସୁମୀ ପହଞ୍ଚିବା ପରେ ଭଲ ବର୍ଷା (Rain)ହୋଇଥିବା ରେକର୍ଡ କରାଯାଇଛି । ପାଗ ଅନୁକୂଳ ନ ଥିବାରୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ମୌସୁମୀ (Monsoon) ଓଡ଼ିଶା ପହଞ୍ଚିବାରେ ବାଧା ସୃଷ୍ଟି ହୋଇଛି ।

ପ୍ରକାଶ ଥାଉ ଯେ, ଅନ୍ୟପଟେ, ପାଣିପାଗ ବିଭାଗ (IMD) ଅନୁସାରେ ପୂର୍ବ ଝାଡ଼ଖଣ୍ଡ ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା (Rain) ସମ୍ଭାବନା ରହିଛି । ଏହାକୁ ନେଇ ରାଜ୍ୟର ୧୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ଅନୁଗୁଳ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ରାୟଗଡ଼ା ଜିଲ୍ଲା, କନ୍ଧମାଳ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା ଓ ଗଜପତି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି ।

୧୬ଟି ଜିଲ୍ଲାରେ କାଳବୈଶାଖୀ, ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଆଉ ଦୁଇ ଦିନ ମୁଣ୍ତ ଫଟା ଖରା : ଅଟକି ରହିଛି ମୌସୁମୀ, ୮ ତାରିଖରେ ବର୍ଷା!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)