News

OSSC CGL:ଜଲଦୀ କରନ୍ତୁ ଆବେଦନ,ଦେଢ଼ ଲକ୍ଷରୁ ଅଧିକ ମିଳିବ ଦରମା

ଆଜି ଆମେ Odisha Staff Selection Commission Combined Graduate Level (OSSC CGL) ଭର୍ତ୍ତି ବିଷୟରେ ଆଲୋଚନା କରିବା ।

16 March, 2022 3:46 PM IST By: Sudesna Nayak

ବର୍ତ୍ତମାନ ଦେଶର ପ୍ରାୟ ପ୍ରତ୍ୟେକ ରାଜ୍ୟରେ ଯୁବପିଢି ବେକାରୀ ସମସ୍ୟା ଦେଇ ଗତି କରୁଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଉଚ୍ଚ ଶିକ୍ଷିତ ଏବଂ ଯୋଗ୍ୟ ମଧ୍ୟ ଅଛନ୍ତି । ଆଜି ଆମେ Odisha Staff Selection Commission Combined Graduate Level (OSSC CGL) ଭର୍ତ୍ତି ବିଷୟରେ ଆଲୋଚନା କରିବା ।

OSSC ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା (CGLE)ହିଁ ହେଉଛି ଏକ ରାଜ୍ୟ ସ୍ତରୀୟ ପରୀକ୍ଷା । ଏହାତୁ ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ GROUP B ଏବଂ GROUP C ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀମାନେ ନିଯୁକ୍ତି ପାଇଁ SSC ଦ୍ୱାରା ହିଁ ପରିଚାଳିତ ହୋଇଥାଏ । SSC CGL Jobs ଏବଂ ଏହା ସହିତ ଜଡ଼ିତ ଭତ୍ତା ବା ଦରମା ଯୋଗୁଁ ଏହା ରାଜ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ମଧ୍ୟରୁ ଅନ୍ୟତମ । ୨୦୨୨ ମାର୍ଚ୍ଚ 12 ରୁ ଓଡିଶା SSC CGL ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ହିଁ ଆରମ୍ଭ ହୋଇଛି ।

ଖାଲି ପଡିଥିବା ପଦବୀ ତଥ୍ୟ,ଜାଣନ୍ତୁ...

-ପଦବୀର ନାମ - ଗ୍ରୁପ-ବି ଗ୍ରାଜୁଏଟ ଲେଭେଲ ପୋଷ୍ଟ
-ଅଥରିଟି- Odisha SSC
-ପଦବୀ ସଂଖ୍ୟା - ୨୩୩

ପଦବୀ ନାମ ଓ ସଂଖ୍ୟା,ଜାଣନ୍ତୁ...

-ଇନ୍ସପେକ୍ଟର ଅଫ କୋ-ଅପରେଟିଭ୍ ସୋସାଇଟି- ୧୨୭
-ଅଡିଟର ଅଫ କୋ-ଅପରେଟିଭ୍ ସୋସାଇଟି - ୭୧
-ଇନ୍ସପେକ୍ଟର ଅଫ ଟେକ୍ସଟାଇଲ୍ସ- ୨୮
-ଅଡିଟର - ୦୭

ଗୁରୁତ୍ୱପୂର୍ଣ୍ଣ ତାରିଖ,ଜାଣନ୍ତୁ...

-ରେଜିଷ୍ଟ୍ରେସନ ଏବଂ ଅନଲାଇନ୍ ଆବେଦନ- ୧୨ ମାର୍ଚ୍ଚରୁ
-ପରୀକ୍ଷା ଫି'- ଏପ୍ରେଲ ୧୧
-ଆବେଦନର ଶେଷ ତାରିଖ- ଏପ୍ରିଲ ୨୨
-ଆବେଦନ କରିବା ପରେ ହିଁ OSSC CGL ପରୀକ୍ଷା ତାରିଖ ଘୋଷିତ ହେବ
-ଆବେଦନ କରିବାର ଠିକଣା - ossc.gov.in

ଅନଲାଇନ୍ ଆବେଦନ ଫର୍ମ ସହିତ ଲିଙ୍କ୍ ହୋଇଥିବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ / ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଅନ୍ୟାନ୍ୟ ଉପଲବ୍ଧ ପେମେଣ୍ଟ ପଦ୍ଧତି ବ୍ୟବହାର କରି ହିଁ ଏହି ଫିସ୍ କେବଳ ଅନଲାଇନ୍ ମୋଡ୍ ମାଧ୍ୟମରେ ହିଁ ଜମା କରାଯାଇପାରିବେ ।

ପରୀକ୍ଷା ଫି,ଜାଣନ୍ତୁ...

-ଏସସି/ଏସଟି - ୦୦
-ଶାରୀରିକ ଅକ୍ଷମ(ସ୍ଥାୟୀ) - ୦୦
-ଅନ୍ୟାନ୍ୟ/ସାଧାରଣ - ୨୦୦ ଟଙ୍କା (ଅଫେରସ୍ତ)

ବୟସ ସୀମା,ଜାଣନ୍ତୁ...

-2021 ଜାନୁଆରୀ 1 ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇନଥିବ ।
-2021 ଜାନୁଆରୀ 1 ସୁଦ୍ଧା ଆବେଦନକାରୀଙ୍କ ବୟସ 38 ବର୍ଷରୁ ଅଧିକ ହୋଇନଥିବ ।

ଆବେଦନ କରିବାର ପ୍ରକ୍ରିୟା,ଜାଣନ୍ତୁ...

-ପ୍ରଥମେ OSSCର ଆଧିକାରିକ ୱେବସାଇଟ WWW.OSSC.GOV.INକୁ ଯାଆନ୍ତୁ ।
-ହୋମ ପେଜରେ APPLY ବଟନ ଉପରେ ହିଁ କ୍ଲିକ୍ କରନ୍ତୁ ।
REGISTERED USER ଉପରେ କ୍ଲିକ କରନ୍ତୁ ।
-ଯଦି ପଞ୍ଜିକରଣ କରଛନ୍ତି ତେବେ NEW USER ଉପରେ ହିଁ କ୍ଲିକ୍ କରନ୍ତୁ ।
-ଏବେ ଦରଖାସ୍ତ ଫର୍ମ ଭରନ୍ତୁ ।
-ପରୀକ୍ଷା ଦେବା ପାଇଁ ନିର୍ଦ୍ଧାରିତ ଦେୟ ହିଁ ପଇଠ କରନ୍ତୁ ।
-ଦରଖାସ୍ତକୁ ସବମିଟ୍ କରନ୍ତୁ।
-ମୋବାଇଲରେ ଏହାର ସଫ୍ଟ କପି ରଖନ୍ତୁ।
-ପରୀକ୍ଷା ହଲକୁ ନେବା ପାଇଁ ହାର୍ଡ କପିର ପ୍ଲିଣ୍ଟ ଆଉଟ ହିଁ ବାହାର କରନ୍ତୁ ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

-ଯୋଗ୍ୟତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।
-ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀଙ୍କର ସାର୍ଟିଫିକେଟ୍ ହିଁ ଯାଞ୍ଚ ହେବ ।
-ଚୟନ କରାଯିବା ପରେ ନିଯୁକ୍ତି ମିଳିବ ।

ଦରମା,ଜାଣନ୍ତୁ...

ବିଭିନ୍ନ ପୋଷ୍ଟ ଅନୁଯାୟୀ SSC CGLର ଦରମା 5 ଟି ବେତନ ସ୍ତରରେ ବିଭକ୍ତ ଅଟେ ।

- ୨୫,୫୦୦ରୁ ୮୧,୧୦୦ ଟଙ୍କା
- ୨୯,୨୦୦ରୁ ୯୨,୩୦୦ ଟଙ୍କା
- ୩୫,୪୦୦ରୁ ୧,୧୨,୪୦୦ ଟଙ୍କା
- ୪୪,୯୦୦ରୁ ୧,୪୨,୪୦୦ ଟଙ୍କା
- ୪୭,୬୦୦ରୁ ୧,୫୧,୧୦୦ ଟଙ୍କା

ବେକାର ଯୁବକ-ଯୁବତୀଙ୍କ ପାଇଁ ବ୍ୟାଙ୍କରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

୧୦ମ ପାସ୍ କରିଥିଲେ ଡାକ ବିଭାଗରେ ଚାକିରି,ମାସକୁ ଦରମା ୬୩ ହଜାର ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)