News

ସମୁଦ୍ର ରେ ଲୀନ ହୋଇଯିବ କି ଆମ ବେଳାଭୂମି?

ସମୁଦ୍ର ରେ ଲୀନ ହୋଇଯିବ କି ଆମ ବେଳାଭୂମି?

31 October, 2019 11:44 AM IST By: KJ Staff

ଉପକୂଳ ବର୍ତି ଅଞ୍ଚଳ ଲାଗି ଅଧିକ ବିପଦ
କମୁଛି ସମୁଦ୍ର ଠାରୁ ଉଚ୍ଚତା
୨୦୫୦ ସୁଦ୍ଧା ବଦଳିବ ଓଡିଶା ର ଭୂଗୋଳ

ଆଗାମୀ ୩୦ ବର୍ଷ ଓଡିଶା ଲାଗି ବେଶ ପ୍ରଭାବ ଶାଳୀ ହୋଇପାରେ | ଗବେଷଣା ରୁ ଜଣାପଡିଛି ଯେ ୨୦୫୦ ସୁଦ୍ଧା ସମୁଦ୍ର ଫୁଲିବାରୁ ଉପକୂଳ ବର୍ତି ଜିଲ୍ଲା ଯଥା ଗଂଜାମ ,ପୁରୀ ,ଜଗତସିଂହପୁର ,କେନ୍ଦ୍ରାପଡା,ଭଦ୍ରକ ବାଲେଶ୍ୱର ଇତ୍ୟାଦି ଅଞ୍ଚଳ ଲାଗି ବିପଦ ବେଶ ଅଧିକ ରହିଛି |ସମୁଦ୍ର ରେ ପାଣି ର ସ୍ଥର ବୁଦ୍ଧି ହେତୁ ବେଳାଭୂମି ବା ଉପକୂଳ ବର୍ତି ଅଞ୍ଚଳ ସମୟାନୁକ୍ରମେ ପାଣି ରେ ଲୀନ ହେବାରେ ଲାଗିଛି |ଏହା ଉପକୂଳ ବର୍ତି ଅଞ୍ଚଳ ର ଲକ୍ଷାଧିକ ବାସିନ୍ଦା ଙ୍କ ଲାଗି ଏକ ବିପଦ ସଂକେତ |

ବାରମ୍ବାର ବାତ୍ୟା ,ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟ ଦ୍ୱାରା ଓଡିଶାବାସୀଙ୍କୁ ନାହିଁ ନଥିବା ପରିସ୍ଥିତି ର ସମୁଖିନ୍ନ ହେବାକୁ ପଡୁଛି ଏବଂ ଅନ୍ୟ ପକ୍ଷେ ପାଣିପାଗ ପରିବର୍ତନ ଯୋଗୁ ଓଡିଶା ର ଚାଷ ମଧ୍ୟ ପ୍ରଭାବିତ ହେବା ଆରମ୍ଭ କରିସାରିଲେଣି |ଏହା ବ୍ୟତୀତ ଓଡିଶା ର ଭୂଗୋଳ ରେ ପରିବର୍ତନ ହେବା ମଧ୍ୟ ସୁନିଶ୍ଚିତ ବୋଲି ଜଣାପଡୁଛି |

ନ୍ୟୁ ଜର୍ସି ସ୍ଥିତ କ୍ଳାଇମେଟ ସେଣ୍ଟ୍ରାଲ ଗବେଷଣା ରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶା ର ସମଗ୍ର ବେଳାଭୂମି ଜାଗା ବାଲେଶ୍ୱର ରୁ ଆରମ୍ଭ କରି ଗଂଜାମ ଯାଏ ବ୍ୟାପିଛି ,ତାହା ଖୁବ ଶୀଘ୍ର ୨୦୫୦ ସୁଦ୍ଧା ବର୍ତମାନ ଯେତିକି ଉଚ୍ଚତା ରେ ରହିଛି ସେଥିରୁ ବେଶ ତଳକୁ ଖସି ଯାଇ ପରେ |

ଓଡିଶା ରେ ଉପସ୍ଥିତ ବିଭିନ୍ନ ଅଭୟାରଣ୍ୟ ,ବାଲୁଖଣ୍ଡ -କୋଣାର୍କ ସାଞ୍ଚୁଆରୀ ,ଚନ୍ଦ୍ରଭାଗା ବେଳାଭୂମି ,ଚିଲିକା ନିକଟବର୍ତୀ ଇତ୍ୟାଦି ଅଞ୍ଚଳ ସବୁ ସମ୍ପୂର୍ଣ ଭାବେ ପାଣି ରେ ମିଶି ଯାଏ ପରେ ବୋଲି ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ ମାନଚିତ୍ର ରେ ସଂକେତ କରାଯାଇଛି |ଖୁବ ଶୀଘ୍ର ସମୁଦ୍ର ର ଉଚ୍ଚତା ୨ ରୁ ୭ ଫୁଟ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ଥିଲା ବେଳେ ,ବିଶ୍ଵବ୍ୟାପୀ ତାପମାତ୍ରା ବୃଦ୍ଧି ହେତୁ ସମୁଦ୍ର ରେ ପାଣି ସ୍ଥର ବୃଦ୍ଧି ଏହାର ଏକ କାରଣ ହୋଇପାରେ ଏବଂ ଏଥି ଲାଗି ବିଶେଷ କରି ଅଧିକ କ୍ଷୟକ୍ଷତି ଓଡିଶା କୁ ସହିବାକୁ ପଡିପାରେ |

ଏହି ତଥ୍ୟ ଯେତିକି ଭୟାଭୟ ସେତିକି ସତ୍ୟ ମଧ୍ୟ |ବର୍ତମାନ ପରିବେଶ ଓ ପାଣିପାଗ ରେ ହେଉଥିବା ଦ୍ରୁତ ଗତି ରେ ପରିବର୍ତନ ଏହି ଦିଗରେ ହିଁ ସଂକେତ କରୁଅଛି|
କେନ୍ଦ୍ରାପଡା ସ୍ଥିତ ବେଳାଭୂମି ସାତଭାୟା ବାରମ୍ବାର ଘୁର୍ଣ୍ଣିଝଡ ଓ ବାତ୍ୟା ରେ ପ୍ରଭାବତୀ ହୋଇ ସମୁଦ୍ର ମଧ୍ୟରେ ହାରାହାରି ଲୀନ ହୋଇସାରିଲାଣି ଏବଂ ଏନେଇ ସରକାର ଙ୍କୁ ସେହି ସ୍ଥାନ ର ବାସିନ୍ଦା ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡିଥିଲା |

କେବଳ ଓଡିଶା ନୁହେଁ ,କ୍ଳାଇମେଟଡିଇଏମ ମୋଡେଲ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ରେ ମୁମ୍ବାଇ କୋଲକାତା ପରି ବଡ ବଡ ସହର କୁ ମଧ୍ୟ ଏହି ପରି ଚେତାବନୀ ଦିଅ ଯାଇଛି |
ସୂଚନା ଅନୁଯାୟୀ ଅର୍ଧ ଶତାବ୍ଦୀ ମଧ୍ୟରେ ବିଶ୍ଵବ୍ୟାପୀ ୧ କୋଟି ରୁ ଉର୍ଧ୍ଵ ଉପକୂଳ ବର୍ତି ବାସିନ୍ଦା ,ସମ୍ପୂର୍ଣ ଭାବେ ସମୁଦ୍ର ରେ ଲୀନ ହେବାର ସମ୍ଭାବନା ରହିଛି |
ଅନୁଷ୍ଠାନ ଦେଇଥିବା ସୂଚନା ଅନୁଯାୟୀ ଏହି ପ୍ରଭାବ ବିଶେଷ କରି ମନୁଷ୍ୟ ଦ୍ୱାରା ହେଉଥିବା ଅତ୍ୟଧିକ ପ୍ରଦୂଷଣ ଏବଂ ବାୟୁମଣ୍ଡଳ କୁ ଅହରହ ବିଷାକ୍ତ ଗ୍ୟାସ ବିଚ୍ଛୁରିତ କରିବା ଏହାର ମୁଖ୍ୟ କାରଣ |ଏହା ଗ୍ରୀନଲାଣ୍ଡ ପରି ସ୍ଥାନ ରେ ଥିବା ବରଫ ର ପରତ କୁ ତରଳିବାରୁ ଏହି ପରି ପରିସ୍ଥିତି ଭବିଷ୍ୟତ ରେ ହେବା ସୁନିଶ୍ଚିତ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)