News

ଆହୁରି ବଢିବ ତାତି !

ଆହୁରି ବଢିବ ତାତି !

11 June, 2019 11:22 AM IST By: KJ Staff

୩ ଦିନ ଯାଏ ଭୀଷଣ ଗରମ
ତାତି ସହ ବାତ୍ୟା ର ଭୟ !

ବର୍ତମାନ ଓଡିଶା ର ବହୁ ଜିଲା ରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା ବେଳେ ଏହି ଗ୍ରୀଷ୍ମ ର ପ୍ରଭାବ ଆହୁରି ୩ ଦିନ ଯାଏ ଲାଗି ରହିବ |ସତେ ଯେପରି ଏଥର ଓଡିଶା ପାଳିବ ,"ତତଲା ରଜ!"|ପାଛିମା ଓଆଭ୍ୟନ୍ତରୀଣ ଓଡ଼ିଶାରେ ସତେ ଯେପରି ନିଆଁ ବର୍ଷା ହେବ |ଅନ୍ୟ ପକ୍ଷେ ମୌସୁମୀ ଆଗମନ ର କୌଣସି ଚୀନବର୍ଣ୍ଣ ମଧ୍ୟ ଦେଖିବାକୁ ମିଳୁନି |
ଅନ୍ୟପକ୍ଷେ ଆରବ ସାଗର ରେ ଆଉ ଏକ ବାତ୍ୟା କେନ୍ଦ୍ରୀଭୂତ ହେବାରେ ଲାଗିଛି |ମାତ୍ର ଏହି ବାତ୍ୟା ର ଓଡିଶା ପ୍ରତି କୌଣସି ପ୍ରଭାବ ନ ଥିଲେ ମଧ୍ୟ ମୌସୁମୀ ଗତିବିଧି ରେ ବହୁ ପ୍ରଭାବ ପକାଇ ପରେ |ଏଥି ଜଗୁ ମୌସୁମୀ ରେ ବିଳମ୍ବ ହେବାର ଆଶଙ୍କା ମଧ୍ୟ କରାଯାଉଛି|

୮ ତାରିଖ ରୁ କେରଳ ଛୁଇଁଲାଣି ମୌସୁମୀ ହେଲେ ଓଡିଶା ରେ ଏହାର ଆଗମନ କୁ ନେଇ କୌଣସି ସୂଚନ ଦେଇପାରୁନି ପାଣିପାଗ ବିଭାଗ |ଅନ୍ୟପକ୍ଷେ ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି |୧୧ ଟି ସହରରେ ଏବେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା |ସମ୍ବଲପୁର ,ବଲାଙ୍ଗୀର ,ତାଳଚେର ,ଟିଟିଲାଗଡ଼ ,ଝାରସୁଗୁଡା ,ସୋନପୁର ,ଅନୁଗୁଳ ,ଫୁଲବାଣୀ ,ଭବାନୀ ପାଟଣା ଇତ୍ୟାଦି ପାରଦ ୪୦ ଉପରେ ରହିଛି|ସେହିପରି ଉପକୂଳ ଓଡ଼ିଶାରେ ତାପମାତ୍ରା ୩୫-୪୦ ଡିଗ୍ରୀ ପାଖାପାଖି ରହିଛି |ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦେଶକ ଏକ.ଆଇ.ବିଶ୍ଵାସଙ୍କ ପୂର୍ବାନୁମାନ ଅନୁଯାୟୀ ୧୦ ରୁ ୧୩ ଯାଏ ତାତି ବଢିବ |ଏଥିପାଇଁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ୩ ଦିନ ଲାଗି ଗ୍ରୀଷ୍ମ ପ୍ରଭାବ ସତର୍କତା ଜାରି କରାଯାଇଛି |୧୩ ତାରିଖ ଦିନ ପାଗ ପରିବର୍ତନ ହେବା ସହ କାଳବୈଶାଖୀ ଅନୂଭତ ହେବାର ପୂର୍ବାନୁମାନ କରାଯାଉଛି |

ଅନ୍ୟପକ୍ଷେ ଆରବ ସାଗରେ ସୃଷ୍ଟି ହୋଇଥିବା ଝଡ ଏବେ ଭୀଷଣ ଅବପାତ ରେ ପରିଣତ ହୋଇସାଈରଛି |ଆସନ୍ତା ୨୪ ଘଣ୍ଟା ଭିତରେ ଏହା ବାତ୍ୟା ରେ ପରିବର୍ତନ ହେବ|ଏହି ବାତ୍ୟା "ବାୟୁ "ପରେ ଭୀଷଣ ବାତ୍ୟା ରେ ପରିବର୍ତିତ ହେବାର ସମ୍ଭାବନା ରହିଛି |ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ|୧୩ ତାରିଖ ରେ ଏହା ଗୁଜୁରାଟ ଉପକୂଳ ଛୁଇଁପାରେ |ତେବେ ଓଡିଶା ପ୍ରତି ବିପଦ ର କୌଣସି ସୂଚନା ନାହିଁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)