News

Odisha Weather: କମିବ ପାରଦ ବଢିବ ଶୀତ

ରାଜ୍ୟରେ ଜାରି ରହିବ ଶୀତଲହରୀ । ପ୍ରବଳଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ଏହା ପରେ ରାଜ୍ୟର ଜିଲ୍ଲାର ଅନେକ ସ୍ଥାନରେ ଧୀରେ ଧୀରେ ତିନିରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

14 December, 2022 11:26 AM IST By: Sudesna Nayak

ରାଜ୍ୟରେ ଜାରି ରହିବ ଶୀତଲହରୀ (Cold Wave)। ପ୍ରବଳଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ଏହା ପରେ ରାଜ୍ୟର ଜିଲ୍ଲାର ଅନେକ ସ୍ଥାନରେ ଧୀରେ ଧୀରେ ତିନିରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ (imd)ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ (Cold Wave)ବଢିବ । ପ୍ରବଳ କୁହୁଡ଼ି ଯୋଗୁଁ ଯାତାୟତ ହେଉଛି ବାଧାପ୍ରାପ୍ତ । ରାଜ୍ୟର ଆହୁରି ଖସିବ ପାରଦ । କୋରାପୁଟରେ ୧୫ ତାରିଖ ଓ ୧୬ ତାରିଖ ବେଳକୁ କୁହୁଡି (foggy conditions) ସ୍ଥିତି ଜାରି ରହିବ ।

ସେହିପରି ଆସନ୍ତାକାଲି ଏବଂ ୧୫ ତାରିଖ ବେଳକୁ କୋରାପୁଟ ଜିଲ୍ଲା, ରାୟଗଡା ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ପୁରୀ ଜିଲ୍ଲା, କନ୍ଧମାଳ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୋଳ ଜିଲ୍ଲା, କଟକ ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲାରେ କିଛି ଅଂଶରେ ଘନ କୁହୁଡି (foggy conditions)ଦେଖାଦେବାର ସମ୍ଭାବନା ରହିଛି ।

ଟ୍ୱିନି ସିଟି କଟକ-ଭୁବନେଶ୍ୱର (twin cities of cuttack and bhubaneswar)ରେ ମଙ୍ଗଳବାର (Tuesday)ସକାଳୁ ଘନ କୁହୁଡି (Fog)ପଡିଥିଲା । ଚାରିଆଡେ ଘନ କୁହୁଡ଼ିର ଆସ୍ତରଣ । ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ି (Fog)। ଘନ କୁହୁଡି ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି ।

ପ୍ରକାଶ ଥାଉ ଯେ, କମିବ ପାରଦ ବଢିବ ଶୀତ (Cold Wave) । ଏବେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ (Cold Wave)ର ପ୍ରକୋପ ଦେଖିବାକୁ ମିଳୁଛି । କୁହୁଡ଼ି (Fog) ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି (Fog)ର ଆସ୍ତରଣ । ଘନ କୁହୁଡ଼ି (Fog) ଯୋଗୁଁ ୫୦ ମିଟର ଦୂରକୁ ଦେଖି ହେଉନାହିଁ ।

ଭୁବନେଶ୍ୱରରେ ଘନ କୁହୁଡ଼ି : ବଢିବ ଶୀତ,ଖସିବ ପାରଦ

ଖସିବ ପାରଦ,୧୪ରୁ ବଢିବ ଶୀତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)