News

ଫେରିଗଲା ଜୱାଦ, ଆଜିଠୁ ବଦଳିବ ପାଗ

ଓଡ଼ିଶା ଉପରୁ ବାତ୍ୟା ଜୱାଦ ଡର ଟଳିଛି । ବାତ୍ୟା ଦୁର୍ବଳ ହୋଇ ସମୁଦ୍ର ଭିତରେ ଗଭୀର ଅବପାତରୁ ଅବପାତରେ ପରିଣତ ହୋଇଛି । ଜଓ୍ୱାଦ ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇଛି ।

06 December, 2021 1:00 PM IST By: Sudesna Nayak

ଓଡ଼ିଶା ଉପରୁ ବାତ୍ୟା ଜୱାଦ ଡର ଟଳିଛି । ବାତ୍ୟା ଦୁର୍ବଳ ହୋଇ ସମୁଦ୍ର ଭିତରେ ଗଭୀର ଅବପାତରୁ ଅବପାତରେ ପରିଣତ ହୋଇଛି । ଜଓ୍ୱାଦ ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇଛି । ମଧ୍ୟାହ୍ନ ସୁଦ୍ଧା ଏହା ଦୁର୍ବଳ ହୋଇ ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର ଆଦି ଉପକୂଳବର୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।

ଟଳିଲା ବାତ୍ୟା ସଂକଟ । ଗତ କିଛି ଦିନ ଧରି ଓଡିଶାବାସୀଙ୍କ ଡରାଇ ରଖିଥିବା ଜୱାଦର ଭୟ ଯାଇଛି। ସମୁଦ୍ର ମଧ୍ୟରେ ମୋଡ ବଦଳାଇବା ସହ ଧୀରେ ଧୀରେ ଦୁର୍ବଳ ହୋଇ ବାତ୍ୟା ଜୱାଦ ୱେଲମାର୍କ ଲୋ ପ୍ରେସରର ରୂପ ନେଉଛି । ପୁରୀ ଜିଲ୍ଲାରେ ଧକ୍କା ହେବା ବେଳେ ଗଭୀର ଅବପାତ ରୂପ ନେଇଥିବାରୁ ପୁରୀ ସମେତ ଉପକୂଳବର୍ତି ସମସ୍ତ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ରବିବାର ବିଳମ୍ବିତ ରାତିରେ ଏହା ପଶ୍ଚିମବଙ୍ଗ ଆଡିକୁ ଉତ୍ତର ଉତ୍ତର ପୂର୍ବ ଆଡକୁ ଗତି କରିଛି । କିନ୍ତୁ ଏହାର ପ୍ରଭାବରୁ ରାଜ୍ୟର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେଣୁ ଗଞ୍ଜାମ, ନୟାଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଦିଆଯାଇଛି ।

ପୂର୍ବରୁ ଡିସେମ୍ବର ୫ ତାରିଖରେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିଲା । ସେହିଭଳି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଥିଲା । ୩ ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ ମଧ୍ୟ କରାଯାଇଥିଲା ।

ବାତ୍ୟା ‘ଜୱାଦ’: ପ୍ରଥମେ ଦକ୍ଷିଣ ଓଡିଶାରେ ବର୍ଷିବ, ପରେ ଉପକୂଳରେ ଛେଚିବ

ସାମୁଦ୍ରିକ ବାତ୍ୟା ‘ଜୱାଦ’: ପୁରୀରେ ଲଗାଣ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)