News

Weather Update: ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଏହି ସବୁ ଜିଲ୍ଲାକୁ ବର୍ଷା ଆଲର୍ଟ ......!

02 March, 2024 9:56 AM IST By: Tanushree Mahapatra

ଫେବୃଆରୀ ମାସରୁ ରାଜ୍ୟରୁ ଶୀତ ଏକ ପ୍ରକାର ଗାଏବ ହୋଇ ଯାଇଛି । ମାର୍ଚ୍ଚ ମାସ ଆରମ୍ଭ ହିଁ ହୋଇଯାଇଛି । ବର୍ତ୍ତମାନ ଦିନର ତାପମାତ୍ରା ସ୍ବାଭାବିକ୍ ରହୁଥିବା ବେଳେ ଅନ୍ୟପଟେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ବେଶ୍ ଅଧିକ ରେକର୍ଡ଼ କରାଯାଇଛି ।

ସେହିପରି ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ସମାନ ପାଣିପାଗ ନଜରକୁ ଆସିବା ସହ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ପ୍ରାୟତଃ ୨ରୁ ୩ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ୨୪ ଘଣ୍ଟା ପରେ ରାଜ୍ୟରେ ପାଗ ବଦଳିବା ସହ ୨ ଦିନ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି ।

ରାଜ୍ୟରେ କିଛିଦିନ କ୍ରମାଗତ ଭାବେ ୨ ଦିନ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି  । ସେହିପରି ଆସନ୍ତା ୩ ଏବଂ ୪ ତାରିଖ ବେଳକୁ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଆଭ୍ୟନ୍ତରିଣ ଓଡି଼ଶାର ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି ।

ଗତ ୨୪ ଘଣ୍ଚା ମଧ୍ୟରେ ଭଦ୍ରକର କେତୋଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ କରାଯାଇଛି । ଅନ୍ୟପଟେ ଶୁକ୍ରବାର ଦିନର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ତିରେ ୩୭.୪ ଡିଗ୍ରୀ ରେକର୍ଡ଼ କରାଯାଇଛି l ଦ୍ବୀତିୟ ସର୍ବାଧିକ ପାରଦ ମାଲକାନଗିରିରେ ୩୭.୦ ଡିଗ୍ରୀ ରେକର୍ଡ଼ କରାଯାଇଛି । ରାଜ୍ୟରେ ଦିନ ତାପମାତ୍ରାରେ ବୃଦ୍ଧି ନଜରକୁ ଆସିଥିବା ବେଳେ ପ୍ରାୟତଃ ରାଜ୍ୟର ୯ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି ।  ଗତ ତିନି ଦିନ ରାଜ୍ୟରେ ତାରମାତ୍ରା ମେଘୁଆ ଦେଖିବାକୁ ମିଳିଥି୍ଲା ଏବଂ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା । ଯାହା ପାଇଁ ତାତି tକମିଥିଲା ରାଜ୍ୟରେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)