ଅକ୍ଟୋବର ୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଯାହା ଫଳରେ ଅକ୍ଟୋବର ୪ ତାରିଖରୁ ରାଜ୍ୟରେ ବର୍ଷା (heavy rain)ର ପରିମାଣ ବୃଦ୍ଧି ପାଇବ। ପାଣିପାଗ ବିଭାଗର ସୂଚନା ମୁତାବକ, ଅକ୍ଟୋବର ୪ ତାରିଖରୁ ଅକ୍ଟୋବର ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (heavy rain)ହେବ।
ସୂଚନା ଥାଉ ଯେ,ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ମଙ୍ଗଳବାର (tuesday)ପ୍ରାୟ ୧୧ ଜିଲ୍ଲାର କେତେକ ସ୍ଥାନରେ ଘଡଘଡ଼ି ସହ ବର୍ଷା (rain)ସମ୍ଭାବନା ରହିଛି। ସେହିସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ (yellow alert) ଜାରି କରାଯାଇଛି। ସେହିସବୁ ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି ଜିଲ୍ଲା,ମୟୂରଭଞ୍ଜ ଜିଲ୍ଲା,ରାୟଗଡ଼ା ଜିଲ୍ଲା,କୋରାପୁଟ ଜିଲ୍ଲା, କେନ୍ଦୁଝର ଜିଲ୍ଲା, କନ୍ଧମାଳ ଜିଲ୍ଲା, ନୂଆପଡ଼ା ଜିଲ୍ଲା,ବରଗଡ଼ ଜିଲ୍ଲା,ବଲାଙ୍ଗୀର ଜିଲ୍ଲା, ନବରଙ୍ଗପୁର ଜିଲ୍ଲା,କଳାହାଣ୍ଡି ଜିଲ୍ଲା, ରହିଛି ।
ସେହିପରି କହିବାକୁ ଗଲେ, ଆସନ୍ତାକାଲି ୧୦ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ (yellow alert) ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି ଜିଲ୍ଲା,ମୟୂରଭଞ୍ଜ ଜିଲ୍ଲା,ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା,କୋରାପୁଟ ଜିଲ୍ଲା, କେନ୍ଦୁଝର ଜିଲ୍ଲା,କନ୍ଧମାଳ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା,କଳାହାଣ୍ଡି ଜିଲ୍ଲା, ରାୟଗଡା ଜିଲ୍ଲା ରହିଛି ।
ପ୍ରକାଶ ଥାଉ ଯେ, କୁହାଯାଉଛି ଲଘୁଚାପ ସମୟରେ ଦୁର୍ଗା ପୂଜା (Durga Puja)ପଡୁଥିବାରୁ ପାର୍ବଣକୁ ବର୍ଷା ଫିକା କରିପାରେ । ଯଦି ଏମିତି ବର୍ଷା (rain) ଲାଗି ରହିଲେ ପାର୍ବଣ ଫିକା ପଡ଼ିବା ଆଶଙ୍କା ରହିଛି ।
ଅଧିକ ପଢ଼ନ୍ତୁ...
ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ଯୋଜନା ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ