ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ )ପାଖରୁ ସୋମବାର ବୈଷୟିକ ପାଠ୍ୟକ୍ରମଗୁଡିକ ର ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞାପିତ ପ୍ରକାଶ ହୋଇଛି |ମେ ୧୨ ରେ ଅଫଲାଇନ ଓ ୧୩ ରେ ଅନଲାଇନ ପରୀକ୍ଷା ଅନୁଷ୍ଠିତ ହେବ |ଅଫଲାଇନ ପରୀକ୍ଷା ୩ ଟି ସିଟିଂରେ ହେବ |ପ୍ରଥମ ସିଟିଙ୍ଗ ସକାଳୁ ୯ ରୁ ଆରମ୍ଭ ହୋଇ ୧୨ ଟି ଯାଏଁ ଚାଲିବ |ଏହି ସିଟିଂରେ ବି.ଫାର୍ମା ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ |
ସେହିପରି ୯ ଟାରୁ ୧୦ ଟା ପର୍ଯ୍ୟନ୍ତ ଲଟେରାଲ ବି.ଟେକ ,ଲଟେରାଲ ବି.ଫାର୍ମା ଓ ଇନଟିଗ୍ରେଡ଼ ଏମବିଏ ପାଠ୍ୟକ୍ରମ ପାଇଁ ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ଦେବେ |
ତୃତୀୟ ସିଟିଙ୍ଗ ଅପରାହ୍ନ ୨ ଟା ରୁ ୪ ଟା ଯାଏଁ ଲାଟେରାଲ ବି .ଟେକ ଙ୍କ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ |୧୩ ରେ ସ୍ନାତକତ୍ତୋର ପାଠ୍ୟକ୍ରମ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ଙ୍କୁ ପ୍ରଥମ କରି ଅନଲାଇନରେ ପରୀକ୍ଷା ଦେବାକୁ ପଡିବ |ପରୀକ୍ଷା ୨ଟି ସିଟିଙ୍ଗ ରେ ହେବ |ପ୍ରଥମ ସିଟିଙ୍ଗ ସକାଳ ୯ଟାରୁ ୧୧ ଟା ଯାଏଁ ଚାଲିବ |
ଏହି ସିଟିଙ୍ଗ ରେ ଏମବିଏ ପାଠ୍ୟକ୍ରମ ରେ ନାମ ଲେଖାଇବା ପାଇଁ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ |ଦ୍ଵିତୀୟ ସିଟିଙ୍ଗ ୨ ଟା ରୁ ୪ ଟା ପର୍ଯ୍ୟନ୍ତ ଏମ.ଟେକ,ଏମ.ଆର୍କ,ଏମସିଏ ,ଲାଟେରାଲ ଏମସିଏ ,ଓ୨ଟା ରୁ୩ ଟା ସିଟିଙ୍ଗ ରେଏମ.ଫାର୍ମା ଓ ଏମ.ପ୍ଲାନ ପାଠ୍ୟକ୍ରମ ଗୁଡିକ ପାଇଁ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଓଜେଇଇ ବିଜ୍ଞପ୍ତିରେ ପ୍ରକାଶ କରିଛି |