News

ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିଲା ଗିଫ୍ଟ, ମୋଦି ସରକାର ଲାଗୁ କଲେ ଏହି ଯୋଜନା!

କେନ୍ଦ୍ରୀୟ କର୍ମଚାରୀମାନେ (Central Government Employees) ପୁରୁଣା ପେନ୍‌ସନ୍‌ ବିଷୟରେ ଖୁବ୍ ଶୀଘ୍ର ଏକ ଖୁସି ଖବର ପାଇପାରିବେ । ପୁରୁଣା ପେନ୍‌ସନ୍‌ ସ୍କିମ୍ ସମ୍ବନ୍ଧରେ କର୍ମଚାରୀଙ୍କ ଦୀର୍ଘ ଦିନର ଚାହିଦା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି ।

14 March, 2023 7:00 PM IST By: Tanushree Mahapatra

କେନ୍ଦ୍ରୀୟ କର୍ମଚାରୀମାନେ (Central Government Employees) ପୁରୁଣା ପେନ୍‌ସନ୍‌ ବିଷୟରେ ଖୁବ୍ ଶୀଘ୍ର ଏକ ଖୁସି ଖବର ପାଇପାରିବେ । ପୁରୁଣା ପେନ୍‌ସନ୍‌ ସ୍କିମ୍  ସମ୍ବନ୍ଧରେ କର୍ମଚାରୀଙ୍କ ଦୀର୍ଘ ଦିନର ଚାହିଦା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଏହା ମଧ୍ୟ କର୍ମଚାରୀଙ୍କ ଆଶା ବଢ଼ାଇ ଦେଇଛି ।  ଏବେ ଯାହା ପୁରୁଣା ପେନସନ ଯୋଜନା ଉପରେ କେନ୍ଦ୍ର ସରକାର ଏକ ବଡ଼ ଅପଡେଟ୍ ଜାରି କରିଛନ୍ତି ତାହାକୁ ଅପେକ୍ଷା କରିଛନ୍ତି କର୍ମଚାରୀ ।

ଯଦି ଆପଣ ମଧ୍ୟ ପୁରୁଣା ପେନସନ ଯୋଜନା (OPS) ର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ପଢନ୍ତୁ ପୁରା ଖବର । ତେବେ ଆପଣଙ୍କ ପାଇଁ ଭଲ ଖବର ଆସିଛି କେନ୍ଦ୍ର ସରକାରଙ୍କ ତରଫରୁ । ଦୀର୍ଘ ସମୟ ର ଅପେକ୍ଷା ପରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନା ଦେବାକୁ ନିଷ୍ପତ୍ତି ନେଇଛନ୍ତି ଯାହାର ଅପେକ୍ଷାରେ ଥିଲେ କେନ୍ଦ୍ର କର୍ମଚାରୀ । ଆଜ୍ଞା ହଁ, ବର୍ତ୍ତମାନ ଆପଣମାନେ ପୁରୁଣା ପେନସନ-ଯୋଜନା ବିକଳ୍ପ ଚୟନ କରିପାରିବେ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଦୀର୍ଘ ଦିନ ଧରି OPS ଓ NPSକୁ ନେଇ ସାରା ଦେଶରେ ଲଢ଼େଇ ଚାଲିଥିବା ନଜିର ରହିଥିଲା, ଯାହା ପରେ ବର୍ତ୍ତମାନ ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏଥିରେ ଫାଇଦା ପାଇବେ କେନ୍ଦ୍ରୀୟ କର୍ମଚାରୀ l

ପୁରୁଣା ପେନସନ ଯୋଜନା ରେ ମିଳିଥିବା ସୂଚନା ଅନୁଯାୟୀ, ଯଦି କୌଣସି କର୍ମଚାରୀ ଡିସେମ୍ବର ୨୨, ୨୦୦୩ ପୂର୍ବରୁ ଚାକିରିରେ ନିଯୁକ୍ତି ପାଇଛନ୍ତି ଏହି ମାନେ ଏହି ସ୍କିମ ର ଫାଇଦା ଉଠାଇପାରିବେ । ସବୁଠାରୁ ବଡ କଥା ଉପଯୁକ୍ତ ହେଉଥିବା ସମସ୍ତେ କର୍ମଚାରୀ ପୁରୁଣା ପେନସନ୍ ଯୋଜନା ର ଲାଭ ପାଇବେ । ଜରୁରୀ ସୂଚନା ହେଉଛି ଏଥି ସହିତ ୨୨ ଡିସେମ୍ବର ୨୦୦୩ ପରେ ସରକାରୀ ଚାକିରିରେ ଯୋଗ ଦେଇଥିବା ସେହି ସମସ୍ତ କର୍ମଚାରୀ ପୁରୁଣା ପେନସନ୍ ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ସେହି କର୍ମଚାରୀମାନେ ନୂତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ ହେବେ ଯାହା କେନ୍ଦ୍ର ଦ୍ୱାରା ଲାଗୁ କରାଯାଇଛି ।

ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କେନ୍ଦ୍ର ସରକାରୀ କର୍ମଚାରୀ ଙ୍କୁ ପୁରୁଣା ପେନସନ ସ୍କିମରେ ସ୍ୱିଚ୍ କରିବା ପାଇଁ ସରକାର ୱାନ୍ ଟାଇମ୍ ବିକଳ୍ପ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଯାହାର ଫାଇଦା ଅନେକ କର୍ମଚାରୀ ନେଇ ପାରିବେ । ଏହା ସହିତ ସରକାରୀ କର୍ମଚାରୀମାନେ ନୂତନ ପେନସନ ବ୍ୟବସ୍ଥାରୁ ପୁରୁଣା ପେନସନ ଯୋଜନାରେ ସାମିଲ କରିବାକୁ ସକ୍ଷମ ହେବେ । DoPPW ଅନୁଯାୟୀ, ଯୋଗ୍ୟ କର୍ମଚାରୀମାନେ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଥରେ ବିକଳ୍ପ ବ୍ୟବହାର କରିପାରିବେ । ଏହା ସହିତ କେନ୍ଦ୍ର ସରକାର କହିଛନ୍ତି ଯେ, ଦୁଃଖର କଥା ହେଉଛି ଅଗଷ୍ଟ ୩୧ ପର୍ଯ୍ୟନ୍ତ ପୁରୁଣା ପେନସନ୍ ସ୍କିମ୍ ର ବିକଳ୍ପ ଚୟନ କରିନଥିବା ଯୋଗ୍ୟ କର୍ମଚାରୀଙ୍କୁ ନୂତନ ପେନସନ୍ ଯୋଜନା ରେ ରଖାଯିବ ।

ଡିସେମ୍ବର ୨୨, ୨୦୦୩ ଠାରୁ ଜାତୀୟ ପେନସନ୍ ସିଷ୍ଟମକୁ ଲାଗୁ କରିଥିଲେ କେନ୍ଦ୍ର ସରକାର । ଏହିପରି ସ୍ଥିତିରେ କର୍ମଚାରୀମାନେ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ ନିୟମ, ୧୯୭୨ ଅନୁଯାୟୀ ପୁରୁଣା ପେନସନ ପାଇବା ପାଇଁ ଯୋଗ୍ୟ ଅଟନ୍ତି । ଏହି ବିକଳ୍ପ ମାଧ୍ୟମରେ OPS ଚୟନ କରିବାକୁ କର୍ମଚାରୀଙ୍କ ପାଖରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୟ ଅଛି । ୨୦୦୪ ରେ ସେବାରେ ଯୋଗ ଦେଇଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ କର୍ମଚାରୀ ଓ ଅନ୍ୟାନ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବ ।

ତେବେ ସରକାରଙ୍କ ଏହି ପଦକ୍ଷେପ ପରେ କର୍ମଚାରୀଙ୍କ NPS ଅବଦାନ ଜେନେରାଲ ପ୍ରୋଭିଡେଣ୍ଟ ପାଣ୍ଠିରେ ଜମା ହେବ ଯାହା ତାଙ୍କ ଭବିଷ୍ୟତରେ କାମରେ ଲାଗିବ । ମୋଦି ସରକାରଙ୍କ ତରଫରୁ କୁହାଯାଇଥିଲା ଯେ, ପୁରୁଣା ପେନସନ ଯୋଜନା ପୁନଃ ଲାଗୁ କରିବା ସରକାରଙ୍କ ଉପରେ ଅନାବଶ୍ୟକ ଆର୍ଥିକ ବୋଝ ପକାଇବ ତାହା ପରେ ମଧ୍ୟ ଏହାକୁ ଜନହିତ ପାଇଁ କରାଯାଉଛି । ପୂର୍ବରୁ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ, ରାଜସ୍ଥାନ, ଝାଡଖଣ୍ଡ ଏବଂ ହିମାଚଳ ପ୍ରଦେଶର ପୁରୁଣା ପେନସନ ପୁନଃ ଲାଗୁ କରାଯାଇଛି । ତେବେ ଏହା ବ୍ୟତୀତ ଆପ୍ ନେତୃତ୍ୱାଧୀନ ପଞ୍ଜାବ ସରକାର ମଧ୍ୟ ପୁରୁଣା ପେନସନ୍ ଲାଗୁ କରିଛନ୍ତି ।

7th pay commission: କେନ୍ଦ୍ର କର୍ମଚାରୀଙ୍କ ୪୪ ପ୍ରତିଶତ ବଢ଼ିବ ଦରମା !

ଏବେ ଗହମ-ଚାଉଳ ସହିତ ମିଳିବ ମାଗଣାରେ ଏହି ସାମଗ୍ରୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)