News

କଇଁଛ ଫେରିଲେ ଗହୀରମଥା !!

କଇଁଛମାନଙ୍କର ଅଣ୍ଡାଦିଆ ଋତୁ ଆସିଯାଇଛି l ଅଣ୍ଡାଦେବା ପାଇଁ କଇଁଛମାନଙ୍କର ସବୁଠାରୁ ପସନ୍ଦର ସ୍ଥାନ ହେଉଛି ଗହୀରମଥା l ସେଇଥି ପାଇଁ ଗହୀରମଥା ଆଜି ପୃଥିବୀ ପ୍ରସିଦ୍ଧ l ପ୍ରତି ବର୍ଷ ପରି ଏହି ବର୍ଷ ଭିତରକନିକା ଅଭୟାରଣ୍ୟର ଗହୀରମଥା ଅଞ୍ଚଳକୁ କଇଁଛମାନେ ଆସିଛନ୍ତି l ଯେପରି କଇଁଛମାନେ ନିରାପଦରେ ଏଠାରେ ଅଣ୍ଡା ଦେଇ ପାରିବେ ସେଥି ପାଇଁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି l

15 March, 2021 5:06 PM IST By: Sugyan Kumar Nayak

କଇଁଛମାନଙ୍କର ଅଣ୍ଡାଦିଆ ଋତୁ ଆସିଯାଇଛି l ଅଣ୍ଡାଦେବା ପାଇଁ କଇଁଛମାନଙ୍କର ସବୁଠାରୁ ପସନ୍ଦର ସ୍ଥାନ ହେଉଛି ଗହୀରମଥା l ସେଇଥି ପାଇଁ ଗହୀରମଥା ଆଜି ପୃଥିବୀ ପ୍ରସିଦ୍ଧ l ପ୍ରତି ବର୍ଷ ପରି ଏହି ବର୍ଷ ଭିତରକନିକା ଅଭୟାରଣ୍ୟର ଗହୀରମଥା ଅଞ୍ଚଳକୁ କଇଁଛମାନେ ଆସିଛନ୍ତି l ଯେପରି କଇଁଛମାନେ ନିରାପଦରେ ଏଠାରେ ଅଣ୍ଡା ଦେଇ ପାରିବେ ସେଥି ପାଇଁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି l

ସ୍ଥାନୀୟ ବନ୍ୟପ୍ରାଣୀ ସଂରକ୍ଷକ, ଶ୍ରୀଯୁକ୍ତ ଙ୍କ ଠାରୁ ପ୍ରକାଶ କରିଛନ୍ତି ଯେ, ଗତ ମଙ୍ଗଳବାର ସୁଦ୍ଧା ୫୦୦୦ ହଜାର କଇଁଛ ଅଣ୍ଡାଦେବା ପାଇଁ ନାସି-୧ ଏବଂ ନାସି-୨ ଦ୍ବୀପାଞ୍ଚଳରେ ଆସି ପହଞ୍ଚିଛନ୍ତି l ଏହି ଦ୍ବୀପାଞ୍ଚଳ ୫ କି.ମି. ଏରିଆରେ ବିସ୍ତୃତ ହୋଇଥିଲେ ମଧ୍ୟ ଏଠାକାର ଅନୁକୂଳ ପରିବେଶ ଯୋଗୁଁ କଇଁଛମାନେ ଏଠାରେ ଅଣ୍ଡା ଦେବାକୁ ପହଞ୍ଚୁଛନ୍ତି l   ଗତ ବର୍ଷ ମାର୍ଚ୍ଚ ୧୪ ରୁ ୨୧ ତାରିଖ ମଧ୍ୟରେ ୪,୦,୭୦୨୦ କଇଁଛ ଏଠାରେ ଅଣ୍ଡା ଦେଇଥିଲେ l ଏହି ଦ୍ବୀପାଞ୍ଚଳରେ ଶିକାରୀ ଜନ୍ତୁ ଏବଂ ମଣିଷମାନଙ୍କର ଗତାଗତ ବହୁତ କମ ଥିବାରୁ କଇଁଛମାନେ ଶାନ୍ତ ପରିବେଶ ପ୍ରତି ଆକୃଷ୍ଟ ହେଉଛନ୍ତି l ଅଣ୍ଡା ଦେବା ପାଇଁ କଇଁଛମାନଙ୍କର ଏହି ଆଗମନ ଏକ ସପ୍ତାହ ଧରି ଚାଲିବ l

କଇଁଛମାନେ ବାଲିରେ ଗାତ ଖୋଳି ସେଥିରେ ଅଣ୍ଡା ଦିଅନ୍ତି ଏବଂ ଏହା ଉପରେ ବାଲି ପକାଇ ଦେଇଥାଆନ୍ତି l  ୪୫ ଦିନ ପରେ ଏହି ସବୁ ଗାତରୁ ଆପେ ଆପେ ଛୁଆ ବାହାରି ସମୁଦ୍ର ଭିତରକୁ ଚାଲିଯାଆନ୍ତି l କଇଁଛମାନଙ୍କର ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ଏବଂ ନିରାପଦ କରିବା ପାଇଁ ୩୦ ଜଣ ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି l ଏହି ଅଞ୍ଚଳରେ ମାଛମରାକୁ ସମ୍ପୂର୍ଣ୍ଣ ନିଷେଦ୍ଧ କରାଯାଇଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)