News

ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନରେ ସାମିଲ ହେଲେ ପ୍ରତାପ ଷଡଙ୍ଗୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଦିଙ୍କ 72ତମ ଜନ୍ମ ଦିନ ଅବସରରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନରେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ

18 September, 2022 5:37 PM IST By: Shuvanshu Kar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଦିଙ୍କ 72ତମ ଜନ୍ମ ଦିନ ଅବସରରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନରେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ(Pratap Sarangi) । ଚାନ୍ଦିପୁର ସମୁଦ୍ର ବେଳା ଭୂମିରେ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା, ଛାତ୍ର ଛାତ୍ରୀ, SSG ର ମହିଳାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ଅବସରରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ସାଂସଦ ନିଜେ ଅଳିଆ ଆବର୍ଜନା ଗୋଟାଇଥିବାର ଦେଖିବାକୁ ମିଳିଛି ।

କେବଳ ସେତିକି ନୁହେଁ, ବାଲେଶ୍ବରରେ ରକ୍ତ ଦାନ ଶିବିରର ମଧ୍ୟ ଉଦଘାଟନ କରିଥିଲେ ପ୍ରତାପ । ରାଜନୀତିରେ ପାଦ ଥାପିବା ପୂର୍ବରୁ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଛନ୍ତି ପ୍ରତାପ ଷଡଙ୍ଗୀ ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଥିଲା । 72 ବର୍ଷରେ ପାଦ ଥାପିଛନ୍ତି ମୋଦି । ସ୍ବଚ୍ଛତାକୁ ସବୁବେଳେ ମୋଦି ଗୁରୁତ୍ବ ଦେଇଆସିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ବେଳାଭୂମିରେ ଅଳିଆ ଆବର୍ଜନା ସଫା କରୁଥିବାର ଦେଖିବାକୁ ମିଳିଛି ।

'ଓଡିଆ' ଭାରତୀୟ ଲିପିର ରାଣୀ: ପ୍ରତାପ ଷଡଙ୍ଗୀ

ଯଜ୍ଞରୁ ଜୈବିକ ଚାଷ, କୃଷିକୁ ନେଇ କଣ ମନ୍ତ୍ର ଦେଲେ ପ୍ରତାପ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)