News

ଆଳୁ ପରେ ଏବେ ଉପରମୁହାଁ ପିଆଜ ଦର !

ଆଳୁ ପରେ ପିଆଜ ଦର ଏବେ ଆକାଶ ଛୁଆଁ...

20 August, 2024 2:06 PM IST By: Tanushree Mahapatra

ଆଳୁ ପରେ ଏବେ ଉପରମୁହାଁ ହେଲାଣି ପିଆଜ ଦର । ଦିନେ ଦୁଇ ଦିନ ମଧ୍ୟରେ ପିଆଜ ଦର କିଲୋ ପ୍ରତି ବଢ଼ିଲାଣି ୧୦ ଟଙ୍କା । ଏବେ ମାର୍କେଟରେ ୫୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ନାସିକରୁ ପିଆଜ ଅଳ୍ପ ଆସୁଥିବାରୁ ରାଜ୍ୟରେ ଏଭଳି ପରିସ୍ଥିତି ହୋଇଥିବା କୁହାଯାଉଛି l ଆଗକୁ ରାଜ୍ୟକୁ ପିଆଜ ଆମଦାନୀ କମି ଦର ଆହୁରି ବଢିପାରେ ବୋଲି କହିଛନ୍ତି ବ୍ୟବସାୟୀ l

ଅନ୍ୟପଟେ ଏ ପର୍ଯ୍ୟନ୍ତ ଆଳୁ ଦର ଖସିବାର ନାଁ ନେଉନାହିଁ l ବଜାରରେ ଆଳୁ ଦର ୪୦ ଟଙ୍କା ହୋଇଥିବାବେଳେ ପିଆଜ ଦର ୫୦ ଟଙ୍କା l ଏ ଖାଉଟିଙ୍କ ମଧ୍ୟରେ ଅଶାନ୍ତି ଦେଖିବାକୁ ମିଳିଛି l ରାଜଧାନୀ ଭୁବନେଶ୍ୱର ଠାରେ ପିଆଜ ଦର ୪୫ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି l ଆଳୁ ଏବଂ ପିଆଜ ହେଉଛି ଦୈନନ୍ଦିନ ଜୀବନରେ ଆବଶ୍ୟକ ପନିପରିବା ମଧ୍ୟରୁ ଅନ୍ୟତମ l

ସେପଟେ ଆଳୁ ଏବଂ ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅଧିକାରୀମାନେ ରାଜଧାନୀରେ ଅବସ୍ଥିତ ୟୁନିଟ-୧ ହାଟରେ ଚଢାଉ କରିଥିଲେ । ବିଭିନ୍ନ ଦୋକାନରେ ଚଢାଉ କରିବା ସହିତ ରେଟ୍‌‌ ଚାଟ୍‌‌ ଯାଞ୍ଚ କରିଥିଲେ l ଯେଉଁ ବ୍ୟବସାୟୀ ମାନେ ଅଧିକା ଦରର ବିକ୍ରି କରିବେ ଆଳୁ ଏବଂ ପିଆଜ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧିକାରୀମାନେ କଡ଼ା ଚେତାବନୀ ଦେଇଛନ୍ତି ।

ଦରଦାମର ପୁରୁଣା ଷ୍ଟିକର ଲଗାଇ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛି ଚଢାଉ କରୁଥିବା ଟିମ୍ । ଏ ନେଇ ନିକଟରେ ଯୋଗାଣ ମନ୍ତ୍ରୀ କହିଥିଲେ ଦର ନିୟନ୍ତ୍ରଣରେ ରହିଛି। କିନ୍ତୁ ଏବେ ସୁଦ୍ଧା ବଜାରରେ ଖାଦ୍ୟ ସାମଗ୍ରୀର ଦର ଅଧିକ ରହିଛି । ଯାହା ପାଇଁ ଲୋକେ ଆଳୁ ପିଆଜ କିଣିବାକୁ ଭୟ କଲେଣି l ତେବେ ଆଗକୁ ଯଦି ପିଆଜ ଆମଦାନୀ ରାଜ୍ୟରେ କମିବାର ଦେଖିବାକୁ ମିଳେ ପିଆଜ ଦର ଆକାଶ ଛୁଆଁ ହୋଇପାରେ l

ଅଧିକ ପଢ଼ନ୍ତୁ

ବର୍ଷା ଋତୁରେ କିପରି ନେବେ କୁକୁଡ଼ାଙ୍କ ଯତ୍ନ ?

Pm Fasal Bima: ବଢ଼ିଲା ଆବେଦନ ପ୍ରକ୍ରିୟା ଅବଧି !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)